ସବୁ ଦଳ ପାଇଁ ଅଡୁଆ ଅନ୍ତଃକନ୍ଦଳ

ଖୋର୍ଦ୍ଧା ଅଫିସ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଠୁ ସହର ସବୁଠି ରାଜନୀତି ସରଗରମ ରହିଛି। ନିର୍ବାଚନୀ ବୈତରଣୀ ପାର ହେବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଥର ପ୍ରାର୍ଥୀଙ୍କ ଅପେକ୍ଷା ହେଭିୱେଟ ନେତା ଓ ବିଧାୟକଙ୍କ ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ୨୦୨୨ ନିର୍ବାଚନ ବିଧାୟକମାନଙ୍କ ପାଇଁ ଭାଗ୍ୟ ପରୀକ୍ଷା। ଏହି ପରୀକ୍ଷାରେ ଯେଉଁମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହେବେ ସେମାନଙ୍କ ପାଇଁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିପାରେ ବୋଲି କୁହାଯାଉଛି।
୨୦୧୨ରେ ୩୦ଟି ଜୋନରୁ ବିଜେଡି ୨୫ଟିରେ ଜିତିଥିବାବେଳେ କଂଗ୍ରେସ ଗୋଟିଏ, ଭାଜପା ୨ ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନ ଅକ୍ତିଆର କରିଥିଲେ। ୨୦୧୭ ନିର୍ବାଚନରେ ବିଜେଡି ୨୦ଟି, ଭାଜପା ୧୦ଟିରେ ଜିତିଥିଲା। କଂଗ୍ରେସ ଖାତା ଖୋଲିପାରି ନ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା କ୍ଷେତ୍ରରୁ ଜଟଣୀକୁ ବାଦ୍‌ ଦେଲେ ବିଜେଡି ଅନ୍ୟ ଆସନରେ ବିଜୟ ଲାଭ କରିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଖୋର୍ଦ୍ଧା ଜିଲାରେ ସବୁ ଆସନ ଅକ୍ତିଆର ଯୋଜନାରେ ରହିଛି। ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡିର ହେଭିୱେଟ ନେତା, ବିଧାୟକମାନେ ଜୋରସୋର୍‌ ଲାଗିପଡ଼ିଛନ୍ତି। ଏଥର ଡିଜିଟାଲ ପ୍ଲାଟଫର୍ମ, ସୋସିଆଲ ମିଡିଆ, ବ୍ୟାନର, ପୋଷ୍ଟରରେ ପ୍ରଚାର ଚାଲିବ। ନିର୍ବାଚନ ଦୌଡ଼ରେ ବିଜେଡି ଆଗରେ ରହିଛି। ବେଗୁନିଆ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ ସାହୁ, ଖୋର୍ଦ୍ଧା ଅଞ୍ଚଳର ଟାଣୁଆ ନେତା ବାବୁ ଜୟସିଂ, ରାମ ମହାପାତ୍ର, ଚିଲିକା ଭାଜପା ବ୍ଲକ ସଭାପତି ଦମୟନ୍ତୀ ବସ୍ତି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ଆଶାୟୀଙ୍କ ଲମ୍ବା ତାଲିକା ରହୁଥିବାରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ସୃଷ୍ଟି ହେଲେ ଏହା ଦଳ ପାଇଁ ସମସ୍ୟା ହୋଇପାରେ। ଅନ୍ୟପକ୍ଷେ ଭାଜପା ପାଇଁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମଙ୍ଗ ଧରିଛନ୍ତି। ତାଙ୍କ ଗୋଷ୍ଠୀରେ ମହିଳା ଓ ଯୁବପିଢ଼ି ରହିଛନ୍ତି। ତେବେ ଖୋର୍ଦ୍ଧା ଜିଲା ଭାଜପାରେ ଅନ୍ତଃକନ୍ଦଳ ରହିଛି।
୨୦୧୭ରେ ଭାଜପା ୧୦ଟି ଜିଲା ପରିଷଦ ଆସନ ହାତେଇଥିବାବେଳେ ଏଥର କେତେଦୂର ସଫଳ ହେବ ତାହା ଆଗକୁ ଜଣାପଡ଼ିବ। ସେହିପରି କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଙ୍ଗ ଧରିଛନ୍ତି। ଏଥର କଂଗ୍ରେସ ପୂର୍ବପେକ୍ଷା ଭଲ ପ୍ରଦର୍ଶନ କରିବା ପାଇଁ କସରତ ଜାରି ରଖିଛି। ଖୋର୍ଦ୍ଧା ଉପଖଣ୍ଡରେ ବିଜେଡିକୁ ଭାଜପା ଓ କଂଗ୍ରେସ କଡ଼ା ଟକ୍କର ଦେବେ। ଜଟଣୀ ଗଡ଼ରେ ସୁରେଶ ରାଉତରାୟ ଏବଂ ବିଭୂତି ବଳୱନ୍ତରାୟ ଉଭୟ ନିଜ ସମ୍ମାନ ରକ୍ଷା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଶାସକ ଦଳ ଦୁର୍ନୀତିରେ ବୁଡ଼ିଛି। ଦରଦାମ୍‌, ତୈଳଦର ଅତ୍ୟଧିକ ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଞ୍ଚାୟତ ନିର୍ବାଚନରେ ୩୦ଟି ଜୋନ୍‌ରେ ଦଳ ପ୍ରାର୍ଥୀ ଦେବ। ତୃଣମୂଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କ ନିକଟକୁ ଯିବ। ୨୦୧୭ ନିର୍ବାଚନରେ ଦଳର କୌଣସି ପ୍ରାର୍ଥୀ ଜିତି ନ ଥିଲେ। ମାତ୍ର ଚଳିତ ନିର୍ବାଚନରେ ୧୪ଟି ଆସନରେ କଂଗ୍ରେସ ଜିତିବ ବୋଲି ଆଶା ରହିଛି। ଅନ୍ୟପକ୍ଷରେ ଭାଜପା ନେତା ଲୋତକ ପଟ୍ଟନାୟକ କହିଲେ, ଗତ ନିର୍ବାଚନରେ ଦଳ ୧୦ଟି ଆସନରେ ଜିତିଥିଲା। ଚଳିତ ବର୍ଷ ଅଧିକ ଜିଲା ପରିଷଦ ଆସନରେ ବିଜୟ ଲାଭ କରିବୁ ବୋଲି ଆଶା ରହିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ନେଇ ଭାଜପା ରଣାଙ୍ଗନକୁ ଓହ୍ଲାଇବ। ଡିଜିଟାଲ ଓ ସୋସିଆଲ ପ୍ଲାଟଫର୍ମରେ ଜୋରଦାର ପ୍ରଚାର କରାଯିବ। ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଖୋର୍ଦ୍ଧାର ୩ଟି ଜୋନ୍‌ରେ ବିଜେଡି, ଚିଲିକାର ୩ଟି ଜୋନରେ ଭାଜପା, ଜଟଣୀର ୨ଟି ଜୋନରେ ବିଜେଡି, ଟାଙ୍ଗୀର ୪ଟି ଜୋନ ମଧ୍ୟରୁ ଗୋଟିକରେ ଭାଜପା ଏବଂ ୩ଟିରେ ବିଜେଡି ବିଜୟ ଲାଭ କରିଥିଲା। ବାଣପୁରର ୩ଟି ଜୋନରୁ ବିଜେଡି ୧ ଓ ଭାଜପା ୨, ବାଲିଅନ୍ତାରୁ ବିଜେଡି ୩, ବାଲିପାଟଣାରୁ ଭାଜପା ୧ ବିଜେଡି ୨, ବେଗୁନିଆରୁ ଭାଜପା ୨, ବିଜେଡି ୧, ବୋଲଗଡ଼ରୁ ବିଜେଡି ୨, ଭାଜପା ୧ ଏବଂ ଭୁବନେଶ୍ୱର ବ୍ଲକର ୩ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?