ସବୁ ଦଳ ପାଇଁ ଅଡୁଆ ଅନ୍ତଃକନ୍ଦଳ

ଖୋର୍ଦ୍ଧା ଅଫିସ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଠୁ ସହର ସବୁଠି ରାଜନୀତି ସରଗରମ ରହିଛି। ନିର୍ବାଚନୀ ବୈତରଣୀ ପାର ହେବା ଲାଗି ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଏବଂ ଭାଜପା ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏଥର ପ୍ରାର୍ଥୀଙ୍କ ଅପେକ୍ଷା ହେଭିୱେଟ ନେତା ଓ ବିଧାୟକଙ୍କ ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ୨୦୨୨ ନିର୍ବାଚନ ବିଧାୟକମାନଙ୍କ ପାଇଁ ଭାଗ୍ୟ ପରୀକ୍ଷା। ଏହି ପରୀକ୍ଷାରେ ଯେଉଁମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହେବେ ସେମାନଙ୍କ ପାଇଁ ୨୦୨୪ ବିଧାନସଭା ନିର୍ବାଚନ ପାଇଁ ଟିକେଟ ମିଳିପାରେ ବୋଲି କୁହାଯାଉଛି।
୨୦୧୨ରେ ୩୦ଟି ଜୋନରୁ ବିଜେଡି ୨୫ଟିରେ ଜିତିଥିବାବେଳେ କଂଗ୍ରେସ ଗୋଟିଏ, ଭାଜପା ୨ ଏବଂ ସ୍ବାଧୀନ ପ୍ରାର୍ଥୀ ୨ଟି ଆସନ ଅକ୍ତିଆର କରିଥିଲେ। ୨୦୧୭ ନିର୍ବାଚନରେ ବିଜେଡି ୨୦ଟି, ଭାଜପା ୧୦ଟିରେ ଜିତିଥିଲା। କଂଗ୍ରେସ ଖାତା ଖୋଲିପାରି ନ ଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧା ଜିଲାର ୮ଟି ବିଧାନସଭା କ୍ଷେତ୍ରରୁ ଜଟଣୀକୁ ବାଦ୍‌ ଦେଲେ ବିଜେଡି ଅନ୍ୟ ଆସନରେ ବିଜୟ ଲାଭ କରିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଖୋର୍ଦ୍ଧା ଜିଲାରେ ସବୁ ଆସନ ଅକ୍ତିଆର ଯୋଜନାରେ ରହିଛି। ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ବିଜେଡିର ହେଭିୱେଟ ନେତା, ବିଧାୟକମାନେ ଜୋରସୋର୍‌ ଲାଗିପଡ଼ିଛନ୍ତି। ଏଥର ଡିଜିଟାଲ ପ୍ଲାଟଫର୍ମ, ସୋସିଆଲ ମିଡିଆ, ବ୍ୟାନର, ପୋଷ୍ଟରରେ ପ୍ରଚାର ଚାଲିବ। ନିର୍ବାଚନ ଦୌଡ଼ରେ ବିଜେଡି ଆଗରେ ରହିଛି। ବେଗୁନିଆ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ପ୍ରଦୀପ ସାହୁ, ଖୋର୍ଦ୍ଧା ଅଞ୍ଚଳର ଟାଣୁଆ ନେତା ବାବୁ ଜୟସିଂ, ରାମ ମହାପାତ୍ର, ଚିଲିକା ଭାଜପା ବ୍ଲକ ସଭାପତି ଦମୟନ୍ତୀ ବସ୍ତି ପ୍ରମୁଖ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡିରେ ଆଶାୟୀଙ୍କ ଲମ୍ବା ତାଲିକା ରହୁଥିବାରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ସୃଷ୍ଟି ହେଲେ ଏହା ଦଳ ପାଇଁ ସମସ୍ୟା ହୋଇପାରେ। ଅନ୍ୟପକ୍ଷେ ଭାଜପା ପାଇଁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମଙ୍ଗ ଧରିଛନ୍ତି। ତାଙ୍କ ଗୋଷ୍ଠୀରେ ମହିଳା ଓ ଯୁବପିଢ଼ି ରହିଛନ୍ତି। ତେବେ ଖୋର୍ଦ୍ଧା ଜିଲା ଭାଜପାରେ ଅନ୍ତଃକନ୍ଦଳ ରହିଛି।
୨୦୧୭ରେ ଭାଜପା ୧୦ଟି ଜିଲା ପରିଷଦ ଆସନ ହାତେଇଥିବାବେଳେ ଏଥର କେତେଦୂର ସଫଳ ହେବ ତାହା ଆଗକୁ ଜଣାପଡ଼ିବ। ସେହିପରି କଂଗ୍ରେସ ପକ୍ଷରୁ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଙ୍ଗ ଧରିଛନ୍ତି। ଏଥର କଂଗ୍ରେସ ପୂର୍ବପେକ୍ଷା ଭଲ ପ୍ରଦର୍ଶନ କରିବା ପାଇଁ କସରତ ଜାରି ରଖିଛି। ଖୋର୍ଦ୍ଧା ଉପଖଣ୍ଡରେ ବିଜେଡିକୁ ଭାଜପା ଓ କଂଗ୍ରେସ କଡ଼ା ଟକ୍କର ଦେବେ। ଜଟଣୀ ଗଡ଼ରେ ସୁରେଶ ରାଉତରାୟ ଏବଂ ବିଭୂତି ବଳୱନ୍ତରାୟ ଉଭୟ ନିଜ ସମ୍ମାନ ରକ୍ଷା ପାଇଁ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଶାସକ ଦଳ ଦୁର୍ନୀତିରେ ବୁଡ଼ିଛି। ଦରଦାମ୍‌, ତୈଳଦର ଅତ୍ୟଧିକ ବୃଦ୍ଧି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପଞ୍ଚାୟତ ନିର୍ବାଚନରେ ୩୦ଟି ଜୋନ୍‌ରେ ଦଳ ପ୍ରାର୍ଥୀ ଦେବ। ତୃଣମୂଳ ସ୍ତର ପର୍ଯ୍ୟନ୍ତ ଲୋକଙ୍କ ନିକଟକୁ ଯିବ। ୨୦୧୭ ନିର୍ବାଚନରେ ଦଳର କୌଣସି ପ୍ରାର୍ଥୀ ଜିତି ନ ଥିଲେ। ମାତ୍ର ଚଳିତ ନିର୍ବାଚନରେ ୧୪ଟି ଆସନରେ କଂଗ୍ରେସ ଜିତିବ ବୋଲି ଆଶା ରହିଛି। ଅନ୍ୟପକ୍ଷରେ ଭାଜପା ନେତା ଲୋତକ ପଟ୍ଟନାୟକ କହିଲେ, ଗତ ନିର୍ବାଚନରେ ଦଳ ୧୦ଟି ଆସନରେ ଜିତିଥିଲା। ଚଳିତ ବର୍ଷ ଅଧିକ ଜିଲା ପରିଷଦ ଆସନରେ ବିଜୟ ଲାଭ କରିବୁ ବୋଲି ଆଶା ରହିଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାକୁ ନେଇ ଭାଜପା ରଣାଙ୍ଗନକୁ ଓହ୍ଲାଇବ। ଡିଜିଟାଲ ଓ ସୋସିଆଲ ପ୍ଲାଟଫର୍ମରେ ଜୋରଦାର ପ୍ରଚାର କରାଯିବ। ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ଖୋର୍ଦ୍ଧାର ୩ଟି ଜୋନ୍‌ରେ ବିଜେଡି, ଚିଲିକାର ୩ଟି ଜୋନରେ ଭାଜପା, ଜଟଣୀର ୨ଟି ଜୋନରେ ବିଜେଡି, ଟାଙ୍ଗୀର ୪ଟି ଜୋନ ମଧ୍ୟରୁ ଗୋଟିକରେ ଭାଜପା ଏବଂ ୩ଟିରେ ବିଜେଡି ବିଜୟ ଲାଭ କରିଥିଲା। ବାଣପୁରର ୩ଟି ଜୋନରୁ ବିଜେଡି ୧ ଓ ଭାଜପା ୨, ବାଲିଅନ୍ତାରୁ ବିଜେଡି ୩, ବାଲିପାଟଣାରୁ ଭାଜପା ୧ ବିଜେଡି ୨, ବେଗୁନିଆରୁ ଭାଜପା ୨, ବିଜେଡି ୧, ବୋଲଗଡ଼ରୁ ବିଜେଡି ୨, ଭାଜପା ୧ ଏବଂ ଭୁବନେଶ୍ୱର ବ୍ଲକର ୩ଟି ଜୋନରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri