Odisha Elections 2024

ବିଜେଡିରୁ ଭାଜପା, ଭାଜପାରୁ ବିଜେଡି

ଯାଜପୁର,୨୬/୨(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ରାଜନୀତି ବେଶ୍‌ ରୋଚକ ରହିଆସିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ ଭାଜପା ନେତା ବିଜେଡିରେ ଏବଂ ଏବେ ୨୦୨୪ ନିର୍ବାଚନ ପୂର୍ବରୁ ବିଜେଡିର ବରିଷ୍ଠ ନେତା ଭାଜପା ଶିବିରାର୍ଥୀ ହୋଇଛନ୍ତି। ଦଳୀୟ ଟିକେଟ ପାଇବା ସର୍ତ୍ତରେ ଉଭୟ ଭାଜପା ଓ ବିଜେଡି ନେତା ବିରୋଧୀ ଶିବିରକୁ ଲମ୍ଫ ମାରୁଛନ୍ତି। କରୋନା ପରେ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକ ବିଜେଡିରେ ଯୋଗଦେଇଥିବାବେଳେ ଏବେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ଛାଡ଼ି ଭାଜପାରେ।
୨୦୦୯ରେ ବରୀ ନିର୍ବାଚନମଣ୍ଡଳୀ ପୁନର୍ଗଠିତ ହୋଇଥିଲା। ପୂର୍ବରୁ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ୧୮ ପଞ୍ଚାୟତ ଏଥିରେ ସାମିଲ ହୋଇଥିଲା। ପୁନର୍ଗଠନ ପରେ ଯାଜପୁର ଜିଲା ବରୀ ବ୍ଲକର ସମସ୍ତ ୨୯ ପଞ୍ଚାୟତ, ରସୁଲପୁରର ୧୦ ଏବଂ ଯାଜପୁର ବ୍ଲକର ୮ ପଞ୍ଚାୟତ ଏହି ନିର୍ବାଚନମଣ୍ଡଳୀରେ ରହିଛି। ୨୦୧୪ଠାରୁ ଏଠାରେ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହୋଇଆସୁଛି। ଏହି ବର୍ଷ ବିଜେଡିର ଦେବାଶିଷ ନାୟକ ୭,୧୭୩ ଭୋଟ ବ୍ୟବଧାନରେ ସ୍ବାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ହରାଇଥିଲେ। ଏହାପରେ ୨୦୧୯ରେ ଦେବାଶିଷଙ୍କୁ ଆଉ ବିଜେଡିରୁ ଟିକେଟ ମିଳି ନ ଥିଲା। ତଥାପି ଦେବାଶିଷ ବିଜେଡିର ଜଣେ ସକ୍ରିୟ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିଶ୍ୱରଞ୍ଜନ ସ୍ବାଧୀନରୁ ଭାଜପାରେ ଯୋଗଦେଇ ୨୦୧୯ ନିର୍ବାଚନ ଲଢ଼ିଥିଲେ। ସେତେବେଳେ ଭାଜପା ନେତ୍ରୀ ସୁନନ୍ଦା ଦାସ ବିଜେଡିରେ ମିଶିବା ସହ ନିର୍ବାଚନ ଲଢ଼ି ବିଧାୟିକା ହୋଇଥିଲେ। ସେହି ନିର୍ବାଚନରେ ବି ଭାଜପା ସହ ବିଜେଡିର କଡ଼ା ଟକ୍କର ହୋଇଥିଲା। ବିଶ୍ୱରଞ୍ଜନ ୪,୦୬୨ ଭୋଟ ବ୍ୟବଧାନରେ ସୁନନ୍ଦାଙ୍କଠାରୁ ପରାସ୍ତ ହୋଇଥିଲେ। ଏହାପରେ ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର ଦଳୀୟ ଟିକେଟର ଆଶ୍ୱାସନା ପାଇ ବିଶ୍ୱରଞ୍ଜନ ଭାଜପା ଛାଡ଼ିଥିଲେ। ସେବେଠାରୁ ବିଧାୟିକା ଓ ବିଶ୍ୱରଞ୍ଜନ ବିଜେଡିର ସମାନ୍ତରାଳ ପ୍ରଚାରରେ ମାତିଛନ୍ତି।
ଭାଜପାରେ ଦେବାଶିଷ ଯୋଗଦେବା ପରେ ଦଳୀୟ ନେତୃତ୍ୱ ଭିନ୍ନ ଦିଗକୁ ଗତି କରିପାରେ ବୋଲି ଚର୍ଚ୍ଚା ହେଉଛି। ଏଭଳିସ୍ଥଳେ କଂଗ୍ରେସ ଛାଡ଼ି ୨ ବର୍ଷ ତଳୁ ଭାଜପାରେ ଯୋଗଦେଇଥିବା ଉମେଶ ଜେନାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି ବୋଲି ଆଲୋଚନା ହେଲାଣି। ଭାଜପାରେ ଉମେଶ ଯୋଗଦେବା ପରେ ତୃଣମୃଳସ୍ତରରୁ ନିର୍ବାଚନମଣ୍ଡଳୀ ପର୍ଯ୍ୟନ୍ତ ସ୍ଥାନୀୟ ନେତୃତ୍ୱକୁ ସଶକ୍ତ କରିବାରେ ସକ୍ଷମ ହୋଇଛନ୍ତି। ବରୀରେ ଭାଜପା କର୍ମୀମାନେ ଉମେଶଙ୍କୁ ଆଗାମୀ ପ୍ରାର୍ଥୀ ଭାବେ ଗ୍ରହଣ କରି ନେଇଥିବାବେଳେ ଦେବାଶିଷଙ୍କ ଆଗମନ ବରୀ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବାକୁ ଯାଉଛି ବୋଲି ମତପ୍ରକାଶ ପାଉଛି। ଏହି ୫ ବର୍ଷ ମଧ୍ୟରେ ବରୀରେ ବିଭିନ୍ନ ଦଳୀୟ ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇଛି। ସାଙ୍ଗଠନିକ ଦକ୍ଷତା ଓ ଅର୍ଥବଳକୁ ବିଜେଡି ଏଠାରେ ଗୁରୁତ୍ୱ ଦେଉଥିବା କୁହାଯାଉଛି। ତେବେ ଜିତି ପାରିବାର ସାମର୍ଥ୍ୟ ଥିବା ନେତାଙ୍କୁ ବିଜେଡି ଟିକେଟ ମିଳିବ ବୋଲି ଗୋପନ ରଣନୀତି ଚାଲିଥିବା ଚର୍ଚ୍ଚା ହେଉଛି। ଏହିକ୍ରମରେ ବିଶ୍ୱରଞ୍ଜନ ଓ ସୁନନ୍ଦା ଆଗରେ ରହିଥିବାବେଳେ ଦେବାଶିଷଙ୍କ ନାମ ପ୍ରାୟତଃ ନ ଥିଲା ବୋଲି କହିଲେ ଚଳେ। ତାହାକୁ ଅନୁଭବ କରି ଦେବାଶିଷ ଭାଜପା ଉପରେ ଭରସା କରିଛନ୍ତି। ଦଳମତ ନିର୍ବିଶେଷରେ ଏଠାରେ ଶକ୍ତିଶାଳୀ ଚାଷୀ ସଂଗଠନ ଗଢ଼ିଉଠିଛି। ଚାଷୀ ସଂଗଠନ ଯଦିଓ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପକ୍ଷଧର ହୋଇନାହିଁ, ତଥାପି ସଂଗଠନ ଓ ଏହାର ଆନ୍ଦୋଳନରେ ସାମିଲ ହୋଇଥିବା ନେତାଙ୍କ ପ୍ରତି ଚାଷୀ ମହଲରେ ସମର୍ଥନ ରହିଛି। ଦେବାଶିଷ ୨୦୧୯ ପରଠାରୁ ଲୋକଙ୍କ ସହ ସୁସମ୍ପର୍କ ରଖିବାରେ ବିଫଳ ହୋଇଥିବା କୁହାଯାଉଥିବାବେଳେ ବିଶ୍ୱରଞ୍ଜନ ବିଜେଡିରେ ଯୋଗଦେବା ପରେ ଭାଜପାର ସାଙ୍ଗଠନିକ ସ୍ଥିତି ଦୁର୍ବଳ ହୋଇଥିବା ମନେହେଉଛି। ତେଣୁ ଦେବାଶିଷ ଓ ଉମେଶ ଏକ ହୋଇ ଭାଜପାର ସାଙ୍ଗଠନିକ ସ୍ଥିତିକୁ ଆଗେଇ ନେଲେ ବିଜେଡିକୁ ଟକ୍କର ଦିଆଯାଇପାରିବ ବୋଲି କର୍ମୀମାନେ ଆଶା କରୁଛନ୍ତି।
ଯାଜପୁର ଜିଲାର ଭୋଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁକୁ ଦେଖି ବିଧାନସଭା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଓ୍ବାରେ ଲୋକ ସଭା ଭୋଟ ଦେଉଥିବା ଦେଖିବାକୁ ମିଳିଛି। ୨୦୧୯ ଲୋକ ସଭା ନିର୍ବାଚନ ତୁଳନାରେ ୨୦୨୪ରେ ଅଧିକ ମୋଦି ହାଓ୍ବା ରହିବା ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଆଧାର କରି ବିଜେଡିର ବହୁ କୋଣଠେସା ନେତା ଏବେ ଭାଜପାମୁହଁା ହେଉଥିବା ଚର୍ଚ୍ଚା ହେଉଛି। ତେଣୁ ଭାଜପାରୁ ବିଜେଡି ଓ ବିଜେଡିରୁ ଭାଜପାକୁ ଆଦରିଥିବା ନେତାମାନେ କେତେଦୂର ନିଜ ଚେଷ୍ଟାରେ ସଫଳ ହେବେ ତାହା ସମୟ ହିଁ କହିବ ।


Enter your email to get our daily news in your inbox.

All Right Reserved By Dharitri.Com

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

ରତ୍ନଭଣ୍ଡାର ଚାବି ହଜେଇଛି କିଏ? ସମ୍ବଲପୁରରୁ ଶାହାଙ୍କ ବଡ଼ ଖୁଲାସା

ସମ୍ବଲପୁର,୨୧।୫: ସମ୍ବଲପୁର ଅଇଁଠାପାଲି ପିଏଚଡି ପଡ଼ିଆରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିରାଟ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଶାହା ବିଜେଡି ସରକାରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri