ପୁରୀ ସତ୍ୟବାଦୀକୁ ନେଇ ଉମା-ସଞ୍ଜୟ ଛକାପଞ୍ଝା

ଭୁବନେଶ୍ୱର,୨୯ା୨(ଅନିଲ ଦାସ): ସାଧାରଣ ନିର୍ବାଚନ ଆଉ କିଛିଦିନ ଥିବାବେଳେ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଉଷ୍ମତା ବଢ଼ିଲାଣି। ପୁରୀ ଜିଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହୋଇଛି। ସତ୍ୟବାଦୀ ବିଧାନସଭା ଆସନକୁ ନେଇ ବର୍ତ୍ତମାନର ବିଧାୟକ ଉମା ସାମନ୍ତରାୟ ଏବଂ ବ୍ରହ୍ମଗିରି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ମଧ୍ୟରେ ଛକାପଞ୍ଝା ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବ୍ରହ୍ମଗିରି ସିଟ୍‌ ଛାଡ଼ି ସତ୍ୟବାଦୀ ବିଧାନସଭା ଆସନରେ ସଞ୍ଜୟ ବିଜେଡିରୁ ଲଢ଼ିବା ନେଇ ସୂଚନା ଦେବା ପରେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଉଭୟେ ବୁଧବାର ଶଙ୍ଖ ଭବନରେ ପହଞ୍ଚି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ସଞ୍ଜୟ ଧଉଳିଠାରେ ଉଭୟ ସତ୍ୟବାଦୀ ଓ କଣାସ ଅଞ୍ଚଳର କେତେକ ଆଗଧାଡ଼ିର ବିଜେଡି କର୍ମୀଙ୍କୁ ନେଇ ବୈଠକ କରିବା ଓ ସତ୍ୟବାଦୀରୁ ପ୍ରାର୍ଥୀ ହେବାକୁ ତାଙ୍କୁ ସବୁଜ ସଙ୍କେତ ମିଳିଥିବା କହୁଥିବା ଏକ ଭିଡିଓ ଭାଇରାଲ୍‌ ହେବା ପରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଗୁଞ୍ଜରଣ ସୃଷ୍ଟି କରିଛି। କେଉଁ ପଞ୍ଚାୟତରେ ସ୍ଥିତି କେମିତି ଅଛି, ପଞ୍ଚାୟତରେ କେତେ ଭୋଟର ଅଛନ୍ତି, ଯଦି ଉମା କିମ୍ବା ତାଙ୍କ ପତ୍ନୀ ସ୍ବାଧୀନ ଭାବେ ପ୍ରାର୍ଥୀ ହୁଅନ୍ତି କେତେ ଭୋଟ୍‌ ପାଇବେ, ଭାଜପାର ସ୍ଥିତି କ’ଣ ଅଛି, ସେ ନେଇ ସଞ୍ଜୟ ତଥ୍ୟ ସଂଗ୍ରହ କରୁଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଉମା ସାମନ୍ତରାୟ ବ୍ରହ୍ମଗିରିରୁ ଲଢ଼ିବାକୁ ମଧ୍ୟ ଆଲୋଚନା ଚାଲିଥିବା ଦାସବର୍ମା ବୈଠକରେ କହିବା ପରେ ସତ୍ୟବାଦୀ ବିଧାୟକଙ୍କ ମନରେ ଛନକା ପଶିଯାଇଛି ।

ଅନ୍ୟପଟେ ଏହି ଘଟଣାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଉମା କହିଛନ୍ତି, ସତ୍ୟବାଦୀ ତାଙ୍କ ଜନ୍ମସ୍ଥାନ। ସେଠି ସେ ୱାର୍ଡସ୍ତରରୁ ବିଜେଡି ସଙ୍ଗଠନ ସୁଦୃଢ଼ କରିଛନ୍ତି। କିଏ କାହା ମନରୁ କିଛି କହିଦେଲେ ସେଥିରେ ସତ୍ୟବାଦୀ ଲୋକେ ଭ୍ରମିତ ହେବେ ନାହିଁ। ଟିକେଟ କାହାକୁ ମିଳିବ ତାହା ଦଳ ସଭାପତିଙ୍କ ନିଷ୍ପତ୍ତି ସର୍ବମାନ୍ୟ। ଉମା ଏକ ସଭାମଞ୍ଚରେ କହିଛନ୍ତି, ମୁଁ ସତ୍ୟବାଦୀ ଲୋକଙ୍କ ପାଇଁ ଆଜି ଏ ସ୍ଥାନରେ ପହଞ୍ଚିଛି । ତେଣୁ ସତ୍ୟବାଦୀ ଛାଡ଼ିକି କୁଆଡ଼େ ଯିବିନି। ଏଇଠି ଜନ୍ମ ନେଇଛି ଏଇଠି ମରିବି । ମୋର ମରିବାକୁ ବି ଭୟ ନାହିଁ । ମୁଁ ହିଁ ସତ୍ୟବାଦୀରେ ବିଜେଡିକୁ ବିଜୟ ସ୍ବାଦ ଚଖାଇଛି ।

ସୂଚନାଯୋଗ୍ୟ, ସତ୍ୟବାଦୀରେ ଭାଜପା ୩ଟି ଜିଲା ପରିଷଦ ଆସନରେ ବିଜୟୀ ହେବା ପରେ ଉମାଙ୍କ ଉପରେ ଦଳୀୟ ଚାପ ବଢ଼ିଯାଇଛି। ଆସନ୍ତା ନିର୍ବାଚନ ପୂର୍ବରୁ ସଙ୍ଗଠନକୁ ସଜାଡ଼ିବା ସହ ସେଠାରେ ଉମାଙ୍କ ବଳଦରେ ସଞ୍ଜୟଙ୍କୁ ଛିଡ଼ା କରିବା ନେଇ ଗତ କିଛିଦିନ ହେବ ଚର୍ଚ୍ଚା ଲାଗି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri