Posted inଜାତୀୟ

ଗଣତନ୍ତ୍ରର ମନ୍ଦିରକୁ ରାଜନୀତିକରଣ କରିବା ଦୁର୍ଭାଗ୍ୟଜନକ: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୬।୯: ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ କଂଗ୍ରେସ ସଂସଦୀୟ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ଚିଠିର ପ୍ରତିକ୍ରିୟା ଦେଇଛନ୍ତି ସରକାର। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ଏବଂ ଆମ ଗଣତନ୍ତ୍ରର ମନ୍ଦିରକୁ ରାଜନୀତିକରଣ କରିବାକୁ ଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଧାରା ୮୫ ଅନୁଯାୟୀ ସାମ୍ବିଧାନିକ ଆଦେଶ ପାଳନ କରି ସଂସଦ ଅଧିବେଶନ ନିୟମିତ ଭାବରେ ଅନୁଷ୍ଠିତ ହୋଇଥାଏ। ଏଥିରେ ଦର୍ଶାଯାଇଛି ଯେ ରାଷ୍ଟ୍ରପତି ସମୟ ସମୟରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିପାରିବେ। କିନ୍ତୁ ଗୋଟିଏ ଅଧିବେଶନର ଶେଷ ବୈଠକ ଏବଂ ପରବର୍ତ୍ତୀ ଅଧିବେଶନର ପ୍ରଥମ ବୈଠକ ପାଇଁ ଧାର୍ଯ୍ୟ ତାରିଖ ମଧ୍ୟରେ ଛଅ ମାସର ବ୍ୟବଧାନ ରହିବ ନାହିଁ।
ପ୍ରହ୍ଲାଦ ଯୋଶୀ ଆହୁରି କହିଛନ୍ତି, ସଂପୂର୍ଣ୍ଣ ସ୍ଥାପିତ ପ୍ରକ୍ରିୟା ପରେ ସଂସଦୀୟ ବ୍ୟାପାର ଉପରେ କ୍ୟାବିନେଟ କମିଟିର ଅନୁମୋଦନ ପରେ ରାଷ୍ଟ୍ରପତି ସେପ୍ଟେମ୍ବର ୧୮ରୁ ସଂସଦ ଅଧିବେଶନ ଡାକିଛନ୍ତି। ବୋଧହୁଏ ଆପଣ ପରମ୍ପରା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସଂସଦ ଅଧିବେଶନ ଡାକିବା ପୂର୍ବରୁ ରାଜନୈତିକ ଦଳଗୁଡିକ ସହ କଦାପି ଆଲୋଚନା କରାଯାଇ ନ ଥାଏ ଏବଂ ପ୍ରସଙ୍ଗଗୁଡ଼ିକ କେବେ ଆଲୋଚନା କରାଯାଇ ନ ଥାଏ। ମାନ୍ୟବର ରାଷ୍ଟ୍ରପତି ଅଧିବେଶନକୁ ଡାକିବା ପରେ ଏବଂ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ଦଳର ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୁଏ, ଯେଉଁଥିରେ ସଂସଦରେ ଉପସ୍ଥାପିତ ହେବାକୁ ଥିବା ପ୍ରସଙ୍ଗ ଏବଂ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥାଏ। ଆମ ସରକାର କୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ ଅଛନ୍ତି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସଂସଦର ସମ୍ମାନ ବଜାୟ ରହିବ ଏବଂ ରାଜବୈତିକ ବିବାଦ ପାଇଁ ଏହି ପ୍ଲାଟଫର୍ମ ବ୍ୟବହାର କରାଯିବ ନାହିଁ। ଆଗାମୀ ଅଧିବେଶନକୁ ସୁରୁଖୁରୁରେ ଚଳାଇବାରେ ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗ, ଯାହା ଜାତୀୟ ସ୍ବାର୍ଥରେ ଅର୍ଥପୂର୍ଣ୍ଣ ଫଳାଫଳ ଦେଇପାରେ।
ସୂଚନାଯୋଗ୍ୟ, କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ସଂସଦର ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସମ୍ପର୍କରେ ସୂଚନା ମାଗିଛନ୍ତି। ସୋନିଆ ଚିଠିରେ କହିଛନ୍ତି ଯେ, ବିରୋଧୀଙ୍କ ସହ କୌଣସି ଆଲୋଚନା ନ କରି ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ସେ ଅଧିବେଶନର ଏଜେଣ୍ଡା ବିଷୟରେ ମଧ୍ୟ ସୂଚନା ଲୋଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri