ବଡଚଣାରୁ ଲଢିବେ ବର୍ଷା, କେଉଁଠୁ ଲଢିବେ ଅନୁଭବ?

ଭୁବନେଶ୍ୱର,୨୦।୪: ବିଜେଡି ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସରପ୍ରାଇଜ କ୍ୟାଣ୍ଡିଡେଟ୍‌ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ୍‌ ଦେଇଛନ୍ତି। ବର୍ଷା ବଡଚଣାରୁ ଲଢିବେ ବୋଲି ନବୀନ ଘୋଷଣା କରିଛନ୍ତି।

ତେବେ ଏହାରି ଭିତରେ ଅନୁଭବ ମହାନ୍ତିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ଏହି ଦୁଇଜଣ ଦୁଇ ପରସ୍ପର ବିରୋଧୀ ରାଜନୈତିକ ଦଳର ଷ୍ଟାର ପ୍ରାର୍ଥୀ ସାଜିଛନ୍ତି। ସୂଚନାଥାଉ କି, ଗୁରୁବାର ଅଭିନେତ୍ରୀ ବର୍ଷା, ବିଜେଡିରେ ଯୋଗ ଦେଇଥିଲେ । ତା କିଛି ଦିନ ପୂର୍ବରୁ ବର୍ଷାଙ୍କ ପୂର୍ବତନ ସ୍ବାମୀ ଅନୁଭବ ମହାନ୍ତି ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିଲେ । ଏବେ ଚର୍ଚ୍ଚା ହେଉଛି କି, ଅନୁଭବ ଆଉ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି।

କଟକ ସଂସଦୀୟ କ୍ଷେତ୍ରରୁ ଭର୍ତ୍ତୃହରି ମହତାବଙ୍କୁ ଭାଜପା ପ୍ରାର୍ଥୀ ହେବା ପରେ ଅନୁଭବଙ୍କ ଆଶା ମଉଳି ଯାଇଛି । କୁହାଯାଉଛି କି, ଅନୁଭବଙ୍କୁ ବାରବାଟୀ-କଟକ କିମ୍ବା ସାଲେପୁରରୁ ପ୍ରାର୍ଥୀ କରିବାକୁ ଚାହୁଁଛି ଭାଜପା । କିନ୍ତୁ ଏଥିପାଇଁ ପୁରା ଅରାଜି ଅଛନ୍ତି ଅନୁଭବ । ଅନୁମାନ କରାଯାଉଛି, ଅନୁଭବ ଏବେ ଭାଜପାର ଷ୍ଟାର କ୍ୟାମ୍ପେନର ଭାବେ ମଇଦାନକୁ ଓହ୍ଲାଇ ପାରନ୍ତି ।

ବିଜେଡିରୁ ରାଜ୍ୟ ସଭା ଯିବା ପରେ ୨୦୧୯ରେ ଶଙ୍ଖ ଟିକେଟରେ କେନ୍ଦ୍ରାପଡ଼ାରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ ଅନୁଭବ । ସେତେବେଳେ ଦୁହେଁ ବିଜେଡି ପାଇଁ ଷ୍ଟାର କ୍ୟାମ୍ପେନର ମଧ୍ୟ ସାଜିଥିଲେ। ପରବର୍ତ୍ତୀ ସମୟରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ତେଜିବା ପରେ ଅନୁଭବଙ୍କଠାରୁ ବିଜେଡି ଦୂରତା ବଜାୟ ରଖିଥିଲା । ଯେତେବେଳେ କି ବର୍ଷା ଉପ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାବାଚନରେ ବିଜେଡିର ଷ୍ଟାର କ୍ୟାମ୍ପେନର ସାଜି ପ୍ରଚାର ସମ୍ଭାଳିଥିଲେ। କିନ୍ତୁ ଏବେ ୨୦୨୪ରେ ଦୃଶ୍ୟପଟ୍ଟ ପୂରା ପରିବର୍ତ୍ତନ ହୋଇଯାଇଛି । ତେବେ ବିଜେଡି ବର୍ଷାଙ୍କୁ ଟିକେଟ୍‌ ଦେବା ପରେ ଅନୁଭବଙ୍କୁ ଭାଜପା କେଉଁଠୁ ଟିକେଟ୍‌ ଦେବ ତାଙ୍କୁ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା(ୟୁବିଟି) ୨ ଫାଳ: ଶିନ୍ଦେଙ୍କ ଦଳରେ ଯୋଗଦେଲେ ୬ ବିଦ୍ରୋହୀ ଏମ୍‌ପି

ମୁମ୍ବାଇ,୨୨ା୬:ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ୨ ଭାଗ ହୋଇଯାଇଛି। ଏହାର ୯ ଜଣ ଲୋକ ସଭା ସଦସ୍ୟଙ୍କ ମଧ୍ୟରୁ ୬ ଜଣ…

ବଜ୍ରାଘାତରେ ଜଳିଗଲା ମାଉସୀ ମା’ ମନ୍ଦିରର ପତାକା: ଚିନ୍ତାରେ ଭକ୍ତ

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହୋଇଥିଲା। ତେବେ ଅପରାହ୍ନ ପ୍ରାୟ ୩ଟା ସମୟରେ ହୋଇଥିବା ବଜ୍ରପାତରେ ଜିଲାର ଭଟଲିସ୍ଥିତ…

ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିବ…

ଗଞ୍ଜାମ ,୨୨।୬(ବିଦ୍ୟାଧର ସାହୁ ) : ଅଜଣା ଗାଡି ଧକ୍କାରେ ଶନିବାର ଗଞ୍ଜାମ ଅଞ୍ଚଳର ଅନିଲ ମହାପାତ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । କୌଣସି…

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କଲେ ବିଧାୟକ ସିଦ୍ଧାନ୍ତ: ହିତାଧିକାରୀ ପାଇବେ ଅତିରିକ୍ତ ଚାଉଳ, ତାଲିକାରେ ଏମାନେ…

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକର ସିଦ୍ଧେଶ୍ୱର , କୋଟିନଡା , କୁଶପଡା ଓ ବାସୁଦେବପୁର ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ…

ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ମାରିଲା ଘଡ଼ଘଡ଼ି: ଆଉ ତା’ପରେ ଘଟିଲା…

ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ…

ମହିଳାଙ୍କୁ ବଳାତ୍କାର ପୋଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା: ଶରଣକୂଳ ଥାନା ପୂର୍ବତନ ଆଇଆଇସି ନିଲମ୍ବିତ

ନୟାଗଡ଼,୨୨।୬(ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଶରଣକୂଳ ଥାନାର ପୂର୍ବତନ ଆଇଆଇସି ସୁଜିତ କୁମାର ଦାସ ନିଲମ୍ବିତ। ଆଇଆଇସି ସୁଜିତ ଦାସଙ୍କୁ ନିଲମ୍ବନ କଲେ ଡିଜିପି। ଆଇଆଇସିଙ୍କ ବିରୋଧରେ ଯୌନ…

ଜୁନ ୨୯ରୁ ଶିମିଳିପାଳ ବନ୍ଦ: ଜାଣନ୍ତୁ କାହିଁକି

ବାରିପଦା,୨୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକ ଓ ଭ୍ରମଣକାରୀଙ୍କ ନିମନ୍ତେ ଜୁନ ୨୯ରୁ ବନ୍ଦ ରହିବ । ଏନେଇ ଶିମିଳିପାଳ ବ୍ୟାଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri