Posted inଭଦ୍ରକ

ରାଜନୈତିକ ହିଂସା: ଘର, ଗାଡ଼ି ଭଙ୍ଗାରୁଜା

ବାସୁଦେବପୁର,୨୨।୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତ ଭାତପଡ଼ା ଗ୍ରାମରେ ରବିବାର ରାତିରେ ରାଜନୈତିକ ହିଂସା ଘଟିଛି। କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ନେଇ ଉତ୍ତେଜନା ଦେଖାଦେଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ଗୋଟିଏ ପକ୍ଷରୁ ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଭଗବାନ ଚନ୍ଦ୍ର ନାୟକ ଓ ଅନ୍ୟ ପକ୍ଷର କଂଗ୍ରେସ ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପୁଅ ସତ୍ୟବ୍ରତ ଜେନା। ଆହତ ଭଗବାନଙ୍କୁ ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ସମିତିସଭ୍ୟ ତଥା କଂଗ୍ରେସ ନେତା ସୁରେନ୍ଦ୍ର ବିଶ୍ୱାଳଙ୍କ ବାଇକ୍‌ ଭଙ୍ଗାରୁଜା କରାଯାଇଛି। ସେହିପରି କଂଗ୍ରେସ ସମର୍ଥିତ ୱାର୍ଡସଭ୍ୟ ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘରକୁ କେତେଜଣ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି। ଏହି ରାଜନୈତିକ ହିଂସା ନେଇ ସୋମବାର ବାସୁଦେବପୁର ଥାନାରେ ୩ଟି ଅଭିଯୋଗ ହୋଇଛି।
ସମିତିସଭ୍ୟ ଭଗବାନ ଘରେ ଥିବାବେଳେ କେତେଜଣ କଂଗ୍ରେସ କର୍ମୀ, ସମର୍ଥକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଛନ୍ତି। ଅପରପକ୍ଷେ ୱାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନଙ୍କ ସ୍ତ୍ରୀ ମଞ୍ଜୁଲତା ଅଭିଯୋଗ କରିଛନ୍ତି ଯେ, ବିପକ୍ଷ ରାଜନୈତିକ ଦଳର ଶତାଧିକ କର୍ମୀ ଓ ସମର୍ଥକ ତାଙ୍କ ଘର, ଗାଡ଼ି ଭାଙ୍ଗି ଦେଇଛନ୍ତି। ଏଥିସହ ଘରେ ପଶି ଭଙ୍ଗାରୁଜା କରି ମୋବାଇଲ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର କେତେଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ବାଇକ୍‌ ଭାଙ୍ଗି ଦେଇଥିବା ଏବଂ ତାଙ୍କ ବାପା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଣିଭଦ୍ର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଖମ୍ବକୁ ଭାଙ୍ଗି ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଏନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ। ଘଟଣାର ତଦନ୍ତ ଚାଲିଥିବା ବାସୁଦେବପୁର ଥାନା ସବ୍‌ ଇନ୍ସପେକ୍ଟର ବିଶ୍ୱଜିତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri