Posted inଭଦ୍ରକ

ରାଜନୈତିକ ହିଂସା: ଘର, ଗାଡ଼ି ଭଙ୍ଗାରୁଜା

ବାସୁଦେବପୁର,୨୨।୨ (ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗଁା ପଞ୍ଚାୟତ ଭାତପଡ଼ା ଗ୍ରାମରେ ରବିବାର ରାତିରେ ରାଜନୈତିକ ହିଂସା ଘଟିଛି। କଂଗ୍ରେସ ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ନେଇ ଉତ୍ତେଜନା ଦେଖାଦେଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଦୁଇଜଣ ଆହତ ହୋଇଛନ୍ତି। ଆହତ ଦୁଇଜଣ ହେଲେ ଗୋଟିଏ ପକ୍ଷରୁ ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ବିଜେଡି ନେତା ଭଗବାନ ଚନ୍ଦ୍ର ନାୟକ ଓ ଅନ୍ୟ ପକ୍ଷର କଂଗ୍ରେସ ସମର୍ଥିତ ୱାର୍ଡମେମ୍ବର ପ୍ରାର୍ଥୀଙ୍କ ପୁଅ ସତ୍ୟବ୍ରତ ଜେନା। ଆହତ ଭଗବାନଙ୍କୁ ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୂର୍ବତନ ସମିତିସଭ୍ୟ ତଥା କଂଗ୍ରେସ ନେତା ସୁରେନ୍ଦ୍ର ବିଶ୍ୱାଳଙ୍କ ବାଇକ୍‌ ଭଙ୍ଗାରୁଜା କରାଯାଇଛି। ସେହିପରି କଂଗ୍ରେସ ସମର୍ଥିତ ୱାର୍ଡସଭ୍ୟ ପ୍ରାର୍ଥୀ ପଦ୍ମଲୋଚନ ଜେନାଙ୍କ ଘରକୁ କେତେଜଣ ବ୍ୟକ୍ତି ଭାଙ୍ଗି ଦେଇଛନ୍ତି। ଏହି ରାଜନୈତିକ ହିଂସା ନେଇ ସୋମବାର ବାସୁଦେବପୁର ଥାନାରେ ୩ଟି ଅଭିଯୋଗ ହୋଇଛି।
ସମିତିସଭ୍ୟ ଭଗବାନ ଘରେ ଥିବାବେଳେ କେତେଜଣ କଂଗ୍ରେସ କର୍ମୀ, ସମର୍ଥକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଛନ୍ତି। ଅପରପକ୍ଷେ ୱାର୍ଡମେମ୍ବର ପ୍ରାର୍ଥୀ ପଦ୍ମଲୋଚନଙ୍କ ସ୍ତ୍ରୀ ମଞ୍ଜୁଲତା ଅଭିଯୋଗ କରିଛନ୍ତି ଯେ, ବିପକ୍ଷ ରାଜନୈତିକ ଦଳର ଶତାଧିକ କର୍ମୀ ଓ ସମର୍ଥକ ତାଙ୍କ ଘର, ଗାଡ଼ି ଭାଙ୍ଗି ଦେଇଛନ୍ତି। ଏଥିସହ ଘରେ ପଶି ଭଙ୍ଗାରୁଜା କରି ମୋବାଇଲ ଓ ଅନ୍ୟ ସାମଗ୍ରୀ ଲୁଟି ନେଇଛନ୍ତି। ସେହିପରି କଂଗ୍ରେସର ପୂର୍ବତନ ସମିତିସଭ୍ୟ ସୁରେନ୍ଦ୍ର କେତେଜଣ ଯୁବକ ସଂଘବଦ୍ଧ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ବାଇକ୍‌ ଭାଙ୍ଗି ଦେଇଥିବା ଏବଂ ତାଙ୍କ ବାପା ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ମଣିଭଦ୍ର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଖମ୍ବକୁ ଭାଙ୍ଗି ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଏନେଇ କୌଣସି ମାମଲା ରୁଜୁ କରାଯାଇ ନାହିଁ। ଘଟଣାର ତଦନ୍ତ ଚାଲିଥିବା ବାସୁଦେବପୁର ଥାନା ସବ୍‌ ଇନ୍ସପେକ୍ଟର ବିଶ୍ୱଜିତ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯୧ କରୋନା ଯୋଦ୍ଧାଙ୍କ ନମୁନା ସଂଗ୍ରହ

ଭଣ୍ଡାରିପୋଖରୀ, ୩୦।୪ (ଡି.ଏନ.ଏ.)-କରୋନାର ମୁକାବିଲା ପାଇଁ ଦିନ ରାତି ଏକ କରି ନିୟୋଜିତ ଥିବା ଯୋଦ୍ଧା ମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କ ସ୍ବାବ ନମୁନା...

ବର ବେଶରେ ସଜ୍ଜିତ ହେଲେ ବାବା ଆଖଣ୍ଡଳମଣି, ଆଜି ଅପରାହ୍ନରେ ହେବ ବିବାହ

ଆରଡ଼ି,୨୭ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ବୁଧବାର ଅପରାହ୍ନରେ ଶିବ ବିବାହ ଅନୁଷ୍ଠିତ ହେବ। ସକାଳୁ ମାତା ପାର୍ବତୀ ଓ ବାବା ମହାଦେବଙ୍କୁ ମଙ୍ଗୁଳା...

ଆଇଟିଆଇ ଛାତ୍ରଙ୍କୁ ଧକ୍କା ଦେଲା ହାଇଓ୍ବା

ପଦ୍ମପୁର,୭।୧୨(ଡି.ଏନ୍‌.ଏ): ଭଦ୍ରକ ଜିଲା ବାସୁଦେବପୁର ବଜାର ପୁରୁଣା ଷ୍ଟେଟବ୍ୟାଙ୍କ ଛକ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କା ଦେବାରୁ ଜଣେ ଆଇଟିଆଇ ଛାତ୍ରଙ୍କ...

୧୩୫ ଛାତ୍ରୀଛାତ୍ରଙ୍କୁ ଜଣେ ଶିକ୍ଷକ

ଧାମନଗର, ୧୩।୭ (ଡି.ଏନ.ଏ) – ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗିରହିଛି। ଏହି ବିଦ୍ୟାଳୟ...

୧୬ ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ଓଲଟିଲା ବସ୍‌

ଭଣ୍ଡାରିପୋଖରୀ,୧୯।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ. ଜାତୀୟ ରାଜପଥର ଡାହାଲା ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ଘଟିଛି। ଏଥିରେ ୨...

ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିଲା ପଥର

ଆରଡ଼ି,୮ା୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତ ଅଧୀନ ଶିତଳପୁର ଗାଁ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀକୂଳରେ ଥିବା ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁ...

ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୫ ଜଣଙ୍କ ନଁ। ରେ ମାମଲା, ଅଭିଯୁକ୍ତ ଫେରାର

ଭଦ୍ରକ ଅଫିସ, ୨୧।୯ – ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଉତରାଗଡ଼ିଆ ପାଟଣାରେ ଗୁରୁବାର ରାତିରେ ବିଜୟ ବେହେରା ନାମକ ଜଣେ ଯୁବକଙ୍କୁ ଲୁହାରଡ୍‌ରେ ପିଟିପିଟି...

ବୈତରଣୀରେ ବୃଦ୍ଧି ପାଉଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୪ା୮(ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀ ଫୁଲିବା ଆରମ୍ଭ କରିଛି। ନଦୀର ଜଳସ୍ତର ଆଖୁଆପଦା ଆନିକଟ ଠାରେ ମଙ୍ଗଳବାର ସକାଳ ୬ଟାରୁ...

Advertisement
Archives

Model This Week