ଭୟରେ ଜଙ୍ଗଲରେ ଲୁଚିଲେ ଗ୍ରାମବାସୀ

ଯୋଡା, (ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡା ବ୍ଲକର ବାମେବାରୀ ଥାନା ବଳଦା ପଞ୍ଚାୟତ ଅନ୍ତର୍ଗତ ଗୁରୁଡ଼ାଠାରେ ରବିବାର ରାତିରେ ନିର୍ବାଚନୀ ହିଂସାକାଣ୍ଡ ଘଟି ୪ ଆହତ ହୋଇଛନ୍ତି। ଆହତ ମାନେ ହେଲେ ସେହି ଗ୍ରାମର ଅନାମୀ ପାତ୍ର, ସାଜନ ହାଇବୁରୁ, ଟିନୁ ଗୋପ ଓ ରାଜେନ ହାଇବୁରୁ। ଟିନୁ ଗୋପ ଓ ରାଜେନ ହାଇବୁରୁଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ବଳଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବରୁଣ ନାଏକ ଓ ତାଙ୍କ ସମର୍ଥକ ମାନଙ୍କୁ ରାତିରେ ବିରୋଧୀ ଗୋଷ୍ଠୀ ପକ୍ଷରୁ ଆକ୍ରମଣ କରାଯାଇଛି। ଏନେଇ ବରୁଣ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ସମର୍ଥନରେ ନିର୍ବାଚନ ଲଢୁଥିବା ସରପଞ୍ଚ ପ୍ରାର୍ଥୀ ରଣଜୀତ ନାଏକ ରବିବାର ରାତିରେ ୩୦ଟି ବୋଲେରୋରେ କେତେକ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଆଣି ଅତର୍କିତ ଭାବେ ପ୍ରଚାର ଗାଡି ଓ ସମର୍ଥକଙ୍କର ୧୦ ବାଇକ୍‌କୁ ଭଙ୍ଗାରୁଜା କରିବା ସହିତ ଘରେ ଘରେ ପଶି ମହିଳାଙ୍କୁ ମଧ୍ୟ ମାଡ ମାରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ହେଁ ତାହା ସମ୍ଭବପର ହୋଇ ନ ଥିଲା। ଆକ୍ରମଣକାରୀଙ୍କ ଭୟରେ ଗ୍ରାମବାସୀ ନିକଟସ୍ଥ ଜଙ୍ଗଲରେ ଯାଇ ଲୁଚି ରହିଥିଲେ। ଆକ୍ରମଣରେ ଶିକାର ହୋଇଥିବା ଗ୍ରାମବାସୀ କହିଛନ୍ତି ଯେ, ସରପଞ୍ଚ ପ୍ରାର୍ଥୀ ହୋଇଥିବା ରଣଜୀତ ନାଏକ ତାଙ୍କ ସପକ୍ଷରେ ଭୋଟ ଦେବା ପାଇଁ ବାଧ୍ୟ କରୁଥିଲେ। ଅପରପକ୍ଷରେ ବିରୋଧୀ ସବୁବେଳେ ହିଂସା ପରାୟଣ ହୋଇପଡୁଛନ୍ତି ବୋଲି ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ କହିଛନ୍ତି। ଏନେଇ ବାମେବାରୀ ଆଇଆଇସି ମନୋରଞ୍ଜନ ବିଶିଙ୍କୁ ପଚାରିବାରୁ ଉକ୍ତ ହିଂସାକାଣ୍ଡ ଘଟିବା ପରେ ସମ୍ପୃକ୍ତ ଗାଁରେ ପୋଲିସ ମୁତୟନ କରାଯାଇଛି। ଅଭିଯୋଗ ଅନୁଯାୟୀ ତଦନ୍ତ କରାଯିବ। ସେହିପରି ଜଲହରୀ ପଞ୍ଚାୟତର ଖଣ୍ଡବନ୍ଧ ଠାରେ ମଧ୍ୟ ଟଙ୍କା ବଣ୍ଟା ସନ୍ଦେହରେ ଦୁଇଗୋଷ୍ଠୀର ପ୍ରାର୍ଥୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣାରେ ପୋଲିସ କେତେକ ଲୋକଙ୍କୁ ଉଠାଇ ନେଇ ପଚରା ଉଚରା ଜାରି ରଖିଥିବା ଆଇଆଇସି ବିଶି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ଡବଲ ମର୍ଡରକୁ ବିତିଲା ୪୮ ଘଣ୍ଟା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ, ୧୫।୧୨: କଟକ ବେଲେଶ୍ୱର ନ୍ୟୁ କଲୋନୀ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।...

କଟକରେ ସର୍ବାଧିକ ଭିକାରି, ଦେବଗଡ଼ ଜିଲାରେ ୩ଜଣ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜ୍ୟରେ ୫,୯୫୦ ଜଣ ଭିକାରି ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୧,୦୬୦ଜଣ ଭିକାରି ଅଛନ୍ତି। ସେହିପରି ଗଞ୍ଜାମରେ ୫୪୫, ପୁରୀ...

ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ରଙ୍କ ପରଲୋକ

କଟକ ଅଫିସ,୭ା୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍‌ ଆସୋସିଏଶନର ପୂର୍ବତନ ସଭାପତି ଡକ୍ଟର ଅଶୋକ ମହାପାତ୍ରଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁ...

୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା

ଫୁଲନଖରା,୧୪ା୮(ସତ୍ୟରଞ୍ଜନ ଦାସମହାପାତ୍ର): ପାରିବାରିକ ବିବାଦକୁ କେନ୍ଦ୍ର କରି କଟକ ଜିଲା ସଦର ଥାନା ଅଧୀନ ସଇଁନ୍ଦା ଗ୍ରାମ ନିକଟ ସିଢୁଆ ନଦୀରେ ରବିବାର ମଧ୍ୟାହ୍ନରେ ଏକ...

ନୂଆପଡ଼ାରେ ଟ୍ରମା କେୟାର ସେଣ୍ଟର ପାଇଁ ୭୫.୭୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୭ା୬(ଅସମାପିକା ସାହୁ): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଧୁନିକ ଟ୍ରମା କେୟାର ସେଣ୍ଟର ନିର୍ମାଣ ନିମନ୍ତେ ରାଜ୍ୟ ସରକାର ୭୫.୭୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି...

୪୦ ଡିଗ୍ରୀ ତଳକୁ ଖସିଲା ପାରଦ: ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୯ା୪(ବ୍ୟୁରୋ): ରାଜ୍ୟରେ ତାତି କମିଛି। ମେଘୁଆ ପାଗ ଯୋଗୁ ପାରଦ ୪୦ ଡିଗ୍ରୀ ସେଲସିୟସ ତଳକୁ ଖସିଯାଇଛି। ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ମେଘୁଆ...

ଆସନ୍ତା ୨୩ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୮।୨(ବ୍ୟୁରୋ): ଆସନ୍ତା ଫେବୃୟାରୀ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଅବସରରେ ଅମିତ ଶାହା ଢେଙ୍କାନାଳର ବୁଥ୍‌ ସ୍ତରୀୟ...

ଦନ୍ତାକୁ ନେଇ କମୁନି ଚିନ୍ତା

ଢେଙ୍କାନାଳ ଅଫିସ, ୨୫।୧ ତାଳଚେରରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନାକୁ ଅଣାଯିବା ପରେ ଅଡୁଆରେ ପଡ଼ିଛି ବନ ବିଭାଗ। ହାତୀ ଆୟତ୍ତ...

Advertisement
Archives

Model This Week