ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ସିଡିପିଓ ସାରାଣୀ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସବଇନ୍ସପେକ୍ଟର ବାସନ୍ତି ବେହେରା, ଲଷ୍ମୀ ମାଝୀ ମଞ୍ଚାସିନ ରହି ଉପସ୍ଥିତ କିଶୋରୀ ମାନଙ୍କୁ ସାମାଜିକ ସୁରକ୍ଷା,ସାଇବର ସୁରକ୍ଷା,ମୋବାଇଲ ବ୍ୟବହାର,ଡିଜିଟାଲ ଅଧୂକାର, ମାନସିକ ସ୍ବାସ୍ଥ୍ୟ ଓ ଶିଶୁ-ବନ୍ଧୁ ପୋଲିସ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତାକୁ କିଶୋରୀଙ୍କୁ ଭିଡିଓ ଦ୍ୱାରା ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମକୁ ମହିଳା ଓ ଶିଶୁ ହିଂସା ନିରୋଧ ପକ୍ଷରୁ ଆୟୋଜନ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ ଦାରିଙ୍ଗବାଡି ଥାନା ରେ ପ୍ରଥମଥର ପାଇଁ ଆୟୋଜନ କରାଯାଇଥିବାରୁ ଥାନାକୁ ଆସିଥିବା କିଶୋରୀମାନେ ଥାନା ସମ୍ପର୍କରେ ଶିକ୍ଷା ପ୍ରାପ୍ତ କରିବା ସହ ପୋଲିସ ସହ ବନ୍ଧୁତ୍ୱ ସ୍ଥାପନ କରିବାରେ ସୁଯୋଗ ପାଇଥିଲେ। ବିଶେଷ କରି ପୋଲିସର କାର୍ଯ୍ୟପ୍ରଣାଳୀ ଓ ଜନସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା