ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୁଜଙ୍ଗ,୨୧।୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ସୋମବାର ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ୨ ମାସ ପୂର୍ବେ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବା ପଡ଼ାଗ୍ରାମ ମାହଳର ସୀମା ନିର୍ଦ୍ଧାରଣ ପାଇଁ ପ୍ରଶାସନିକ ଅଧିକାରୀମାନେ ଆସିଥିଲେ। ପୂର୍ବ ନୋଟିସ ଅନୁଯାୟୀ, ଏରସମା ତହସିଲଦାର ପ୍ରଜ୍ଞାନନ୍ଦ ଦାସ, ଅତିରିକ୍ତ ଏସ୍‌ପି ନିମାଇଁ ଚରଣ ସେଠୀ, ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଓ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀ ମାହାଳ ସୀମାରେ ପହଞ୍ଚତ୍ ମାପଚୁପ ଆରମ୍ଭ କରିଥିଲେ।
ଏହି ସମୟରେ ଢିଙ୍କିଆ ଗ୍ରାମର ବହୁ ଲୋକ ଘଟଣାସ୍ଥଳକୁ ମାଡିଆସିଥିଲେ। ଏହାଦେଖି ପ୍ରଶାସନିକ ଅଧିକାରୀମାନେ ସୀମା ନିର୍ଦ୍ଧାରଣ ଛାଡି ସେଠାରୁ ଚାଲିଆସିଥିଲେ। ଗ୍ରାମବାସୀ ଢିଙ୍କିଆରେ ନ ଥିବା ବେଳେ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁଙ୍କ ଦାଦା ଅଯୋଦ୍ଧା ସ୍ବାଇଁ ଏବଂ ତାଙ୍କ ଝିଅ ମିଲ୍ଲି ସ୍ବାଇଁଙ୍କୁ ପୋଲିସ ଗିରଫ କରିଥିଲା। ଏ ସମ୍ପର୍କରେ ଜାଣିବା ପରେ ଢିଙ୍କିଆର ଲୋକେ ଉତ୍ତ୍ୟକ୍ତ ହୋଇ ବହୁ ସଂଖ୍ୟାରେ ପଟଣାଠାରେ ଅସ୍ଥାୟୀଭାବେ ଖୋଲିଥିବା ପୋଲିସ କ୍ୟାମ୍ପରେ ଆକ୍ରମଣ କରିବାକୁ ମାଡ଼ିଯାଇଥିଲେ। ସେମାନେ ପୋଲିସ ଆଡ଼କୁ ଢେଲାପଥର ମାଡ଼ କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ଢେଲାପଥର ମାଡ଼ କରାଯାଇଥିଲା। ଏନେଇ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରେ ପୋଲିସ ସତର୍କ ରହିଥିବାବେଳେ ବିରୋଧୀମାନେ ଫୁଲଖାଇ ମନ୍ଦିରରେ ଏକତ୍ର ହୋଇ ଭିଟାମାଟିର ସୁରକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ରଣହୁଙ୍କାର ଦେଇଛନ୍ତି। ଗତ ୩ ତାରିଖ ରାତିରେ ପ୍ରକଳ୍ପ ସପକ୍ଷରେ ଥିବା ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁରର ପ୍ରଭାତ ରାଉତଙ୍କ ଘର ଉପରେ ବୋମା ମାଡ଼ ହୋଇଥିଲା। ୪ ତାରିଖରେ ପୋଲିସ ଏହି ଘଟଣାର ତଦନ୍ତ କରିବାକୁ ଯାଇଥିବାବେଳେ ଅଭୟଚାନ୍ଦପୁର ଥାନା ସବ୍‌ଇନ୍ସପେକ୍ଟର ଆଶୁତୋଷ ହୋତାଙ୍କୁ ଢିଙ୍କିଆର କେତେଜଣ ଲୋକ ଅଟକାଇ ମାଡ଼ମାରିବା ସହ ବନ୍ଧୁକ ଛଡାଇ ନେଇଥିଲେ। ଏହି ଅଭିଯୋଗରେ ଅଯୋଦ୍ଧା ଓ ମିଲ୍ଲିଙ୍କ ସମେତ ଦେବେନ୍ଦ୍ର ସ୍ବାଇଁ, ନିତ୍ୟାନନ୍ଦ ସ୍ବାଇଁ, ଶାନ୍ତି ସେଠୀ, କୁନି ମଲ୍ଲିକ ପ୍ରମୁଖଙ୍କ ନାମରେ ପୋଲିସ ମାମଲା(ନଂ. ୧୨୭/୨୧)ରୁଜୁ କରିଥିଲା। ଏହି ମାମଲାରେ ଅଯୋଦ୍ଧା ଓ ତାଙ୍କ ଝିଅକୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ଜେନା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri