ପୋଲିସ ଲୋକଙ୍କ ମିତ୍ର ହୋଇ କାର୍ଯ୍ୟ କରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ବ୍ୟୁରୋ): ରାଜ୍ୟ ପୋଲିସ ବିଭାଗ ୫-ଟିରେ ସାମିଲ ହେବାପରେ ଅନେକ ପରିବର୍ତ୍ତନ ଆସିଛି। ପୋଲିସ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଯଦି ଲୋକମାନଙ୍କର ଆସ୍ଥା ଆହୁରି ବଢ଼ିବ ବହୁତ ଖୁସି ହେବି। ଥାନାରେ ଲୋକଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ଖବର ମିଳୁଛି। ପୋଲିସ ସବୁବେଳେ ଲୋକଙ୍କ ମିତ୍ର ଓହାଇ ବରିଷ୍ଠ ନାଗରିକଙ୍କ ବନ୍ଧୁ ହୋଇ କାର୍ଯ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ବ୍ୟବସ୍ଥା ୧୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ସପ୍ତମ ବାଟାଲିୟନରେ ଆୟୋଜିତ ୧୫ ତମ ପ୍ରତିଷ୍ଠା ଦିବସ ପରେଡ୍‌ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଭଳି ଅପରାଧ ରୋକିବାରେ କମିଶନରେଟ୍‌ ପୋଲିସ ନିଜର ଦକ୍ଷତାରେ ଉନ୍ନତି ଆଣିବା ସହ ଦେଶରେ ଏକ ମଡେଲ ଭାବେ ଉଭାହେବା ଦିଗରେ କାର୍ଯ୍ୟ କରିବା ଦରକାର। ‘ଉଇ କେୟାର ଉଇ ଡେୟାର’ ଭାବନା ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ପୋଲିସ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପ୍ରଶଂସନୀୟ। ମହାମାରୀ ବେଳେ ବଳିଦାନ ଦେଇଥିବା ପୋଲିସ କର୍ମଚାରୀଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ସହାୟତା କରିବା ସକାଶେ କମିଶନରେଟ୍‌ ପୋଲିସ ସୁରକ୍ଷା ସେଲ୍‌ କାର୍ଯ୍ୟ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଗ୍ରହଣ କରିବା ଲାଗି ଏକ ମୋବାଇଲ ଆପ୍‌ ଉନ୍ମୋଚନ କରିଛନ୍ତି। ଗତବର୍ଷ ଅନେକ ଥାନା ଶିଶୁକୈନ୍ଦ୍ରିକ ହୋଇଛି। ଆଗାମୀ ଦିନରେ କମିଶନରେଟ୍‌ ପୋଲିସ ଅଧୀନରେ ଥିବା ଥାନାଗୁଡ଼ିକୁ ଶିଶୁକୈନ୍ଦ୍ରିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା, ଅବକାରୀ ନିରୋଧୀ ଏବଂ ଅନ୍ୟାନ୍ୟ ସୁରକ୍ଷା ମାମଲାରେ କମିଶନରେଟ ପୋଲିସ ଆହୁରି ସତର୍କ ଓ ଦକ୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଏଥିସହିତ ମେକ୍‌ ଇନ୍‌ ଓଡିଶା, ଫିପା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ କଟକ ଓ ଭୁବନେଶ୍ୱରରେ ହେଉଥିବା ବିଭିନ୍ନ ପର୍ବପର୍ବାଣିରେ କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମୁଖ୍ୟମନ୍ତ୍ରୀ ସ୍ବୀକୃତି ଦେବା ସହ ପ୍ରଶଂସା କରିଛନ୍ତି। ଆସନ୍ତା ପୁରୁଷ ହକି ବିଶ୍ୱକପ୍‌ ବେଳେ ମଧ୍ୟ କମିଶନରେଟ ପୋଲିସ ସେହିପରି ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଡିଜିପି ସୁନୀଲ ବଂଶଲ କହିଛନ୍ତି, ଓଡ଼ିଶା ପୋଲିସର ମୁଖଶାଳା କମିଶନରେଟ ପୋଲିସ। ପୋଲିସର ସମସ୍ତ ଆବଶ୍ୟକତାକୁ ରାଜ୍ୟ ସରକାର ପୂରଣ କରୁଛନ୍ତି। ୫-ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି। ଆଗକୁ ଶୃଙ୍ଖଳିତ ଭାବେ ହକି ବିଶ୍ବକପ୍‌ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି। ଦେଶର ସର୍ବଶ୍ରେଷ୍ଠ କମିଶନରେଟ୍‌ ପୋଲିସ ପାଇଁ ଉଦ୍ୟମ କରାଯାଉଛି ବୋଲି ଡିଜିପି କହିଛନ୍ତି।
ଏହି ଅବସରରେ ୨୦୨୨ରେ କଟକ-ଭୁବନେଶ୍ୱରର ବିଭିନ୍ନ ଥାନାରେ ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସେମାନେ ହେଲେ ଭୁବନେଶ୍ୱରର ଶ୍ରେଷ୍ଠ ଏସିପି ପ୍ରଦୀପ କୁମାର ରାଉତ, କଟକର ଶ୍ରେଷ୍ଠ ଏସିପି ତାପସ ଚନ୍ଦ୍ର ପ୍ରଧାନ, ସପ୍ତମ ବାଟାଲିୟନ ଏସିପି ଶ୍ରଦ୍ଧାକାର ଧାରୁଆ, ଖଣ୍ଡଗିରି ଥାନାଧିକାରୀ ଦୟାନିଧି ନାୟକ, କଟକ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ଭୁବନେଶ୍ୱର ହାବିଲ୍‌ଦାର ଜାମ୍ବୁ ପ୍ରଧାନ, ସପ୍ତମ ବାଟାଲିୟନର ହାବିଲଦାର ସଞ୍ଜିତ କୁମାର ରାଜ, ଭୁବନେଶ୍ୱର ଟ୍ରାଫିକ୍‌ ଥାନା-୨ର କନଷ୍ଟେବଳ ଗଗନ କୁମାର ନାୟକ ଓ ମହିଳା ଟ୍ରାଫିକ୍‌ କନଷ୍ଟେବଳ ସନ୍ତୋଷିନୀ ମଲ୍ଳିକ।
ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅମିତାଭ ଠାକୁରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri