ପୋଲିସ ଲୋକଙ୍କ ମିତ୍ର ହୋଇ କାର୍ଯ୍ୟ କରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ା୧(ବ୍ୟୁରୋ): ରାଜ୍ୟ ପୋଲିସ ବିଭାଗ ୫-ଟିରେ ସାମିଲ ହେବାପରେ ଅନେକ ପରିବର୍ତ୍ତନ ଆସିଛି। ପୋଲିସ ଉପରେ ଲୋକଙ୍କ ଆସ୍ଥା ବଢ଼ିଛି। ଯଦି ଲୋକମାନଙ୍କର ଆସ୍ଥା ଆହୁରି ବଢ଼ିବ ବହୁତ ଖୁସି ହେବି। ଥାନାରେ ଲୋକଙ୍କୁ ଉପଯୁକ୍ତ ସମ୍ମାନ ମିଳୁଥିବା ଖବର ମିଳୁଛି। ପୋଲିସ ସବୁବେଳେ ଲୋକଙ୍କ ମିତ୍ର ଓହାଇ ବରିଷ୍ଠ ନାଗରିକଙ୍କ ବନ୍ଧୁ ହୋଇ କାର୍ଯ୍ୟ କରୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ବ୍ୟବସ୍ଥା ୧୬ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ସପ୍ତମ ବାଟାଲିୟନରେ ଆୟୋଜିତ ୧୫ ତମ ପ୍ରତିଷ୍ଠା ଦିବସ ପରେଡ୍‌ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏବେ ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଭଳି ଅପରାଧ ରୋକିବାରେ କମିଶନରେଟ୍‌ ପୋଲିସ ନିଜର ଦକ୍ଷତାରେ ଉନ୍ନତି ଆଣିବା ସହ ଦେଶରେ ଏକ ମଡେଲ ଭାବେ ଉଭାହେବା ଦିଗରେ କାର୍ଯ୍ୟ କରିବା ଦରକାର। ‘ଉଇ କେୟାର ଉଇ ଡେୟାର’ ଭାବନା ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍‌ ମହାମାରୀ ସମୟରେ ପୋଲିସ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପ୍ରଶଂସନୀୟ। ମହାମାରୀ ବେଳେ ବଳିଦାନ ଦେଇଥିବା ପୋଲିସ କର୍ମଚାରୀଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ସହାୟତା କରିବା ସକାଶେ କମିଶନରେଟ୍‌ ପୋଲିସ ସୁରକ୍ଷା ସେଲ୍‌ କାର୍ଯ୍ୟ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଗ୍ରହଣ କରିବା ଲାଗି ଏକ ମୋବାଇଲ ଆପ୍‌ ଉନ୍ମୋଚନ କରିଛନ୍ତି। ଗତବର୍ଷ ଅନେକ ଥାନା ଶିଶୁକୈନ୍ଦ୍ରିକ ହୋଇଛି। ଆଗାମୀ ଦିନରେ କମିଶନରେଟ୍‌ ପୋଲିସ ଅଧୀନରେ ଥିବା ଥାନାଗୁଡ଼ିକୁ ଶିଶୁକୈନ୍ଦ୍ରିକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା, ଅପରାଧ ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା, ଅବକାରୀ ନିରୋଧୀ ଏବଂ ଅନ୍ୟାନ୍ୟ ସୁରକ୍ଷା ମାମଲାରେ କମିଶନରେଟ ପୋଲିସ ଆହୁରି ସତର୍କ ଓ ଦକ୍ଷ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଛନ୍ତି। ଏଥିସହିତ ମେକ୍‌ ଇନ୍‌ ଓଡିଶା, ଫିପା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ କଟକ ଓ ଭୁବନେଶ୍ୱରରେ ହେଉଥିବା ବିଭିନ୍ନ ପର୍ବପର୍ବାଣିରେ କମିଶନରେଟ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ମୁଖ୍ୟମନ୍ତ୍ରୀ ସ୍ବୀକୃତି ଦେବା ସହ ପ୍ରଶଂସା କରିଛନ୍ତି। ଆସନ୍ତା ପୁରୁଷ ହକି ବିଶ୍ୱକପ୍‌ ବେଳେ ମଧ୍ୟ କମିଶନରେଟ ପୋଲିସ ସେହିପରି ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଡିଜିପି ସୁନୀଲ ବଂଶଲ କହିଛନ୍ତି, ଓଡ଼ିଶା ପୋଲିସର ମୁଖଶାଳା କମିଶନରେଟ ପୋଲିସ। ପୋଲିସର ସମସ୍ତ ଆବଶ୍ୟକତାକୁ ରାଜ୍ୟ ସରକାର ପୂରଣ କରୁଛନ୍ତି। ୫-ଟି ଜରିଆରେ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରାଯାଉଛି। ଆଗକୁ ଶୃଙ୍ଖଳିତ ଭାବେ ହକି ବିଶ୍ବକପ୍‌ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି। ଦେଶର ସର୍ବଶ୍ରେଷ୍ଠ କମିଶନରେଟ୍‌ ପୋଲିସ ପାଇଁ ଉଦ୍ୟମ କରାଯାଉଛି ବୋଲି ଡିଜିପି କହିଛନ୍ତି।
ଏହି ଅବସରରେ ୨୦୨୨ରେ କଟକ-ଭୁବନେଶ୍ୱରର ବିଭିନ୍ନ ଥାନାରେ ଉତ୍ତମ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସେମାନେ ହେଲେ ଭୁବନେଶ୍ୱରର ଶ୍ରେଷ୍ଠ ଏସିପି ପ୍ରଦୀପ କୁମାର ରାଉତ, କଟକର ଶ୍ରେଷ୍ଠ ଏସିପି ତାପସ ଚନ୍ଦ୍ର ପ୍ରଧାନ, ସପ୍ତମ ବାଟାଲିୟନ ଏସିପି ଶ୍ରଦ୍ଧାକାର ଧାରୁଆ, ଖଣ୍ଡଗିରି ଥାନାଧିକାରୀ ଦୟାନିଧି ନାୟକ, କଟକ ମଙ୍ଗଳାବାଗ ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା, ଭୁବନେଶ୍ୱର ହାବିଲ୍‌ଦାର ଜାମ୍ବୁ ପ୍ରଧାନ, ସପ୍ତମ ବାଟାଲିୟନର ହାବିଲଦାର ସଞ୍ଜିତ କୁମାର ରାଜ, ଭୁବନେଶ୍ୱର ଟ୍ରାଫିକ୍‌ ଥାନା-୨ର କନଷ୍ଟେବଳ ଗଗନ କୁମାର ନାୟକ ଓ ମହିଳା ଟ୍ରାଫିକ୍‌ କନଷ୍ଟେବଳ ସନ୍ତୋଷିନୀ ମଲ୍ଳିକ।
ଏହି କାର୍ଯ୍ୟକ୍ରମରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଏଡିଜି ଅମିତାଭ ଠାକୁରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri