୩୬ ଘଣ୍ଟା, ୭୦୦ କି.ମି.

ଭୁବନେଶ୍ୱର,୩।୨(ବ୍ୟୁରୋ): ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଅଞ୍ଚଳରୁ ଜଣେ ବ୍ୟବସାୟୀଙ୍କ ପୁଅଙ୍କୁ ଅପହରଣ କରି ୩୦ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ତ୍ୱରିତ ପଦକ୍ଷେପ ଯୋଗୁ ଜଣେ ଯୁବକଙ୍କ ଜୀବନ ବଞ୍ଚତ୍ୟାଇଛି। ୩୬ ଘଣ୍ଟାର ଅପରେଶନ ଓ ଛକାପଞ୍ଝା ପରେ ପୋଲିସ ୪ ପେସାଦାର ଅପହର୍ତ୍ତାଙ୍କୁ ନୟାଗଡ଼ରୁ ଗିରଫ କରିବା ସହ ସେମାନଙ୍କ କବଳରୁ ଅପହୃତ ଯୁବକ ଇଶାନ ଅଗ୍ରଓ୍ବାଲଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ବିଜିପୁରର ରାମ କ୍ରିଷ୍ଣା(୨୭), ସମ୍ବଲପୁର ଜିଲା ରେଢ଼ାଖୋଲର ସନ୍ତୋଷ କୁମାର ରାଉତ(୨୨), ନୟାଗଡ଼ ଜିଲା ଗୌଡ଼ପୁଟର ଧନେଶ୍ୱର ପାତ୍ର(୨୪) ଓ ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗରର ଏମ୍‌ଡି ମୁସ୍ତାକ ଅଲ୍ଲୀ(୨୫)। ଏମାନେ ଅପହରଣରେ ବ୍ୟବହାର କରିଥିବା ଏକ କାର୍‌, ୫ ମୋବାଇଲ ଫୋନ୍‌ ଓ ୨ଟି ଛୁରି ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ। ଟିଆଇ ପରେଡ ପରେ ୭ ଦିନିଆ ରିମାଣ୍ଡ ଆବେଦନ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇ କମିଶନର କହିଛନ୍ତି, ଇଶାନଙ୍କୁ ଅପହରଣ କରିବା ପରେ ଅଭିଯୁକ୍ତମାନେ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଦେଇ ପାଖାପାଖି ୮୦୦ କି.ମି. ବୁଲାଇଛନ୍ତି। ପୋଲିସକୁ ମଧ୍ୟ ଅପହର୍ତ୍ତାଙ୍କ ନିକଟରେ ପହଞ୍ଚତ୍ବାକୁ ୩୬ ଘଣ୍ଟା ମଧ୍ୟରେ ୭୦୦ କି.ମି. ବୁଲିବାକୁ ପଡ଼ିଥିଲା। ତେବେ ଗିରଫ ଅଭିଯୁକ୍ତମାନେ ବୃତ୍ତିଗତ ଭାବେ ଏପରି ଅପହରଣ କରି ଟଙ୍କା ମାଗନ୍ତି। ଏହାପୂର୍ବରୁ ଏମାନେ ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କୁ ମଧ୍ୟ ବ୍ରହ୍ମପୁରରୁ ଅପହରଣ କରିଥିଲେ। ଏହି ର଼୍ୟାକେଟ ସହ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଜଣାପଡିଛି। ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଗଲେ ସମ୍ପୃକ୍ତ ଅନ୍ୟ ସହଯୋଗୀମାନେ ଧରାପଡ଼ିବେ ବୋଲି କମିଶନର କହିଛନ୍ତି।

ସୂଚନା ଅନୁଯାୟୀ, ଇଶାନ ବେଙ୍ଗାଲୁରରେ ବିବିଏ ପଢ଼ୁଛନ୍ତି। କୋଭିଡ୍‌ ପାଇଁ କ୍ଲାସ ବନ୍ଦ ହୋଇଯିବାରୁ ସେ ଘରକୁ ଆସିଥିଲେ। ଅନ୍ୟପକ୍ଷରେ ଇଶାନଙ୍କ ବାପା ରାମରୂପ ଅଗ୍ରୱାଲ ଜଣେ ଧନୀ ବ୍ୟବସାୟୀ ହୋଇଥିବାରୁ ଅପହର୍ତ୍ତାମାନେ ଟଙ୍କା ପାଇଁ ପୁଅ ଇଶାନଙ୍କୁ ଅପହରଣ କରିବାକୁ ସୁଯୋଗ ଖୋଜୁଥିଲେ। ଏଥିପାଇଁ ତାଙ୍କୁ ସେମାନେ କିଛିଦିନ ହେଲା ଫଲୋ କରୁଥିଲେ। ସୋମବାର ସା ପ୍ରାୟ ୬ଟାରେ ଇଶାନ ଝାରପଡ଼ା ନିକଟ ଏକ ଓମ୍‌ଫେଡ୍‌ ଷ୍ଟଲକୁ ଚା’ ପିଇବାକୁ ଯାଇଥିବାବେଳେ ଅପହର୍ତ୍ତାମାନେ ତାଙ୍କୁ ତାଙ୍କ ନାମ ଧରି ଡାକିଥିଲେ। ସେମାନେ ସମସ୍ତେ ମାସ୍କ ଓ ଟୋପି ପିନ୍ଧିଥିବାରୁ ମୁହଁ ସ୍ପଷ୍ଟ ଦେଖାଯାଉ ନ ଥିଲା। ଇଶାନ ତାଙ୍କ ପାଖକୁ ଯିବାପରେ ଅପହର୍ତ୍ତାମାନେ ଜୋର୍‌ ଜବରଦସ୍ତି କାର୍‌ର ପଛ ଡୋର ଖୋଲି ତାଙ୍କୁ ଭିତରେ ପୂରାଇ ନେଇଯାଇଥିଲେ। ଏହାପରେ ସେମାନେ ଇଶାନଙ୍କ ମୋବାଇଲରୁ ବାପା ରାମରୂପଙ୍କୁ ଫୋନ କରିଥିଲେ। ଏଥିସହ ଇଶାନଙ୍କ ବେକରେ ଛୁରି ଲଗାଇ ଏକ ଫଟୋ ତାଙ୍କ ହ୍ବାଟ୍ସଆପ୍‌କୁ ପଠାଇଥିଲେ। ୩୦ ଲକ୍ଷ ଟଙ୍କା ଦେଲେ ଇଶାନଙ୍କୁ ଛଡ଼ାଯିବ ବୋଲି ବାପାଙ୍କୁ ସେମାନେ ଧମକ ଦେଇଥିଲେ। ଏହାପରେ ରାମରୂପ ତୁରନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ଅପହରଣ ମାମଲା (ନଂ. ୫୧/୨୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଇଶାନଙ୍କୁ ଉଦ୍ଧାର କରିବାକୁ କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ନେତୃତ୍ୱରେ ତୁରନ୍ତ ୪ଟି ଟିମ୍‌ ଗଠନ କରାଯାଇଥିଲା। ପୋଲିସ ଟିମ୍‌ ରାମରୂପଙ୍କୁ ସାଙ୍ଗରେ ଧରି ଅପରେଶନ ଆରମ୍ଭ କରିଥିଲା। ସମସ୍ତ ପୋଲିସ ସାଦା ପୋଷାକରେ ଥିଲେ। ଅପହର୍ତ୍ତାମାନେ ଇଶାନଙ୍କ ମୋବାଇଲରୁ ବାପାଙ୍କ ପାଖକୁ ଫୋନ୍‌ କରିବା ପରେ ସଙ୍ଗେସଙ୍ଗେ ସୁଇଚ୍‌ ଅଫ୍‌ କରି ଦେଉଥିଲେ। ଏପରିକି ଅପହର୍ତ୍ତାମାନେ କଲ୍‌ କରି ୩୦ରୁ ୪୦ କି.ମି. ପଳାଉଥିଲେ। ଫଳରେ ପୋଲିସ ତାଙ୍କ ମୋବାଇଲକୁ ଟ୍ରାକ୍‌ କରି ଅପହର୍ତ୍ତାଙ୍କ ନିକଟରେ ପହଞ୍ଚତ୍ବାକୁ କଷ୍ଟସାଧ୍ୟ ହୋଇଥିଲା। ପୋଲିସ ଟିମ୍‌ ମୋବାଇଲ ନମ୍ବରକୁ ଟ୍ରାକ୍‌ କରି ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା। ହେଲେ ଚଢ଼ାଉ ପୂର୍ବରୁ ଅପହର୍ତ୍ତାମାନେ ସେଠାରୁ ଚମ୍ପଟ ମାରୁଥିଲେ। ଏମିତି ଛକାପଞ୍ଝା ଭିତରେ ପୋଲିସ ପ୍ରାୟ ୭୦୦ କି.ମି. ବୁଲିସାରିଥିଲା। ମଙ୍ଗଳବାର ରାତି ପ୍ରାୟ ୧୧ଟାବେଳେ ଅପହର୍ତ୍ତା ଓ ଇଶାନଙ୍କ ମୋବାଇଲ୍‌ ଫୋନ୍‌ ନୟାଗଡ଼ ଜିଲା ସୁନାଖଳା ଜଙ୍ଗଲ ନିକଟରେ ଥିବା ଜଣାପଡ଼ିଥିଲା। ସେତେବେଳକୁ ପୋଲିସ ପାଖାପାଖି ଅଞ୍ଚଳରେ ଥିବାରୁ କାଳ ବିଳମ୍ବ ନ କରି ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚତ୍ୟାଇଥିଲା। ସେଠାରେ ଏକ ନମ୍ବରବିହୀନ କାର ଥୁଆ ହୋଇଥିବା ଦେଖି ପୋଲିସ ଟିମ୍‌ ଘେରିଯାଇ ସମସ୍ତ ଅପହର୍ତ୍ତାଙ୍କୁ କାବୁ କରିବା ସହ ଇଶାନଙ୍କୁ ଉଦ୍ଧାର କରିଥିଲା। ତେବେ ଉଦ୍ଧାର ହେବା ପରେ ଇଶାନ ଓ ତାଙ୍କ ପରିବାର ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri