ଶ୍ମଶାନରୁ ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୭।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବୁର୍ଡା ଗ୍ରାମର ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଲୋଇସିଂହା ପୋଲିସ ଶ୍ମଶାନରୁ ଶୁକ୍ରବାର ଉଦ୍ଧାର କରିଛି। ସମ୍ପୃକ୍ତ ମହିଳା ହେଲେ ସୁଦାମ ବଣିଆଙ୍କ ସ୍ତ୍ରୀ ନମିତା ବଣିଆ(୩୧)। ନମିତାଙ୍କ ବାପ ଘର୍‌ ଲୋକ ଅଭିଯୋଗ ଆଧାରରେ ପୋଲିସ ମହିଳାଙ୍କ ସ୍ବାମୀ, ଶାଶୁ, ଶ୍ୱଶୁର, ପୁତୁରା ଏବଂ ଅନ୍ତିିମ ସତ୍କାରରେ ସାମିଲ ହୋଇଥିବା କେତେକ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୋଲିସ ସୂଚନା ଅନୁଯାୟୀ, ବରଗଡ଼ ଜିଲା ଅତାବିରା ଥାନା ପାହାଡ଼ଶ୍ରୀଗିଡା ମା ଅଯୋଧ୍ୟା ସରାଫ, ବାପା ସମ୍ପଦ ସରାଫଙ୍କ ଝିଅ ନମିତାଙ୍କୁ ୧୫ ବର୍ଷ ତଳେ ଲୋଇସିଂହା ବୁର୍ଡା ଗ୍ରାମର ସୁଦାମ ବିବାହ କରିଥିଲେ। ଇତିମଧ୍ୟରେ ସେମାନଙ୍କ ଦୁଇ ପୁତ୍ର ସନ୍ତାନ ଅଛନ୍ତି। ନମିତାଙ୍କ ବଡ଼ ଭଉଣୀ ବବିତା କହିଛନ୍ତି, ବୁଧବାର ନମିତାଙ୍କ ସହ କଥା ହୋଇଥିଲେ। ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ କିଣି ଆସିଥିବା କହିଥିଲେ। ଏପରିକି ବଡ଼ପୁଅ ରୋହନ ନୂଆ ଫୋନ କିଣିବାକୁ ଜିଦ କରି ଟଙ୍କା ମାଗୁ ଥିଲା। କେଉଁଠୁ ଟଙ୍କା ଆଣି ବି କହିବାରୁ ତାଙ୍କୁ ଝାଡୁ ଧରି ମାଡ଼ ମାରି ଥିଲା। ହାତରେ ବାଲଟି ଧରି ଥିବାରୁ ପୁଅ ରୋହନର ମୁଣ୍ଡରେ ବାଲଟି ବାଜି ଆଘାତ ପ୍ରାପ୍ତ ହୋଇଥିଲା। ଶାଶୁ ଘର୍‌ ଲୋକେ ପୁଅ ଚିକିତ୍ସା କରାଇଥିଲେ। ଏହାପରଠୁ ସେମାନେ ଉତକ୍ଷିପ୍ତ ହୋଇ ତାଙ୍କୁ ଗାଳିଗୁଲଜ କରି ପୁଅକୁ ଦେଖିବାକୁ ଦେଇ ନ ଥିବା କହିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଗୁରୁବାର ରାତିରେ ମୋ ଭଉଣୀଙ୍କୁ ଜୀବନରେ ପିଟିପିଟି ମାରି ସେ ଅଭିଯୋଗ କରିଛନ୍ତି। ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଯାଇ ଟ୍ରେନ ଲାଇନରେ ପକାଇ ଦେଇଥିଲେ। ପରେ ମୃତଦେହକୁ ଆଣି ଏକ ନିଛାଟିଆ ସ୍ଥାନରେ କିଛି ଗ୍ରାମବାସୀଙ୍କ ସହ ପରିବାର ଲୋକେ ପୋଡ଼ି ଦେଇଥିଲେ। ଭାଇମାନେ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟା ସନ୍ଦେହ କରି ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଲେ। ପରେ ସ୍ଥାନୀୟ ପୋଲିସ ଗାଁରେ ପହଞ୍ଚି ଥିଲା। ମୃତଦେହକୁ ସମ୍ପୃକ୍ତ ପରିବାର ଲୁଚାଛପାରେ ପୋଡ଼ି ଦେଉଥିବା ଜାଣିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଧରି ମୃତଦେହ ସତ୍କାର ସ୍ଥାନରେ ପୋଲିସ ପହଞ୍ଚି ନିଆଁ ଲିଭାଇ ଥିଲା। ସେତିକିବେଳକୁ ମୃତଦେର ୯୦ ଭାଗ ପୋଡ଼ି ଯାଇଥିଲା। ପୋଲିସକୁ ଦେଖି ଶବ ସତ୍କାର ଜାଗାରେ ଥିବା ସମ୍ପର୍କୀୟ ଛତ୍ର ଭଙ୍ଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ଆରମ୍ଭ: ଭାଗ ନେଲେ ୧୪୦୦ ରେସଲର

ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ…

ଘୋର ଆର୍ଥିକ ସଙ୍କଟରେ ତୈଳ କମ୍ପାନୀ, ଦୈନିକ ୧୭୦୦ କୋଟିର କ୍ଷତି; ଶୀଘ୍ର ବଢ଼ିବ ପେଟ୍ରୋଲ-ଡିଜେଲ ଦାମ୍‌

ନୂଆଦିଲ୍ଲୀ,୧୦।୫: ଇରାନ ଯୁଦ୍ଧ ଏବଂ ହର୍ମୁଜ ପ୍ରଣାଳୀ (Strait of Hormuz) ଅବରୋଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର…

ଗଞ୍ଜାମ ଚନ୍ଦନ ଯାତ୍ରା, ହରିହର ଭେଟ ଦେଖିବାକୁ ଲାଗିଲା ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୦ା୫(ଅନାଥ ତରାଇ):  ଗଞ୍ଜାମ ସହରର ପାରମ୍ପରିକ ପ୍ରସିଦ୍ଧ ଚନ୍ଦନ ଯାତ୍ରା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଐତିହାସିକ…

ଦୁଲୁକିବ ସୁବଳୟା ଖେଳ ପଡିଆ ମଞ୍ଚ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଗଞ୍ଜାମ,୧୦।୫ (ବିଦ୍ୟାଧର ସାହୁ ): ପ୍ରଥମ ଥର ପାଇଁ ଗଞ୍ଜାମ ବ୍ଲକ ସ୍ତରୀୟ ସାମାଜିକ ଅପେରା ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆସନ୍ତା ୨୮ ରୁ…

ରୋଗରୁ ହୋଇଛି ଦନ୍ତାହାତୀର ମୃତ୍ୟୁ: ଅପପ୍ରଚାରକାରୀଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୧୦ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜର ଗାୟଗଣ୍ଡା ନିକଟରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀଟି ରୋଗରୁ ମୃତ୍ୟୁ ହୋଇଥିବା ମୃତଦେହ ବ୍ୟବଚ୍ଛେଦରୁ…

ବାଲିଅନ୍ତା ବର୍ବରତା; ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ, ୪ ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ବର,୧୦ା୫:  ବାଲିଅନ୍ତା ବର୍ବରତା ଘଟଣା କେବଳ ରାଜ୍ୟ ନୁହେଁ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ ବର୍ତ୍ତମାନ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି…

LPG ନେଇ ବଡ଼ ଘୋଷଣା, ଏମାନଙ୍କୁ ମିଳିବନି ସବସିଡି

ନୂଆଦିଲ୍ଲୀ,୧୦ା୫: କେନ୍ଦ୍ର ସରକାର LPG ସବସିଡି ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି । ବର୍ତ୍ତମାନ ଗ୍ରାହକ କିମ୍ବା ସେମାନଙ୍କ ପରିବାର ସଦସ୍ୟଙ୍କ ଆୟ ପ୍ରତିବର୍ଷ ୧୦ ଲକ୍ଷରୁ…

ମାନସିକ ଶାନ୍ତି ଚାହୁଁଛନ୍ତି କି…. ତେବେ ନିହାତି କରନ୍ତୁ ଏସବୁ…

କାର୍ଯ୍ୟ ରହିଛି; ଯାହାକୁ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ପ୍ରଭୁକୃପା ଲାଭ ହୋଇଥାଏ। ତା’ସହିତ ଜୀବନରେ ଅନେକ ସଫଳତା ମିଳେ ବୋଲି ବିଶ୍ୱାସ କରାଯାଏ……

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri