ପାନୀୟ ଜଳ କମ୍ପାନୀରେ ପୋଲିସ ଚଢ଼ାଉ

ବାରଙ୍ଗ,୨୩ା୧୦(ଡି.ଏନ୍‌.ଏ.): ଚନ୍ଦକା ଥାନା ଅଧୀନସ୍ଥ ଗ୍ରାମଡ଼ିହଠାରେ ଥିବା ଏକ ପାନୀୟଜଳ କମ୍ପାନୀ ଉପରେ ଗୁରୁବାର ପୋଲିସ ଚଢ଼ାଉ କରିଛି। ଏହି କମ୍ପାନୀ ଏକ ନାମୀ ଘରୋଇ ବ୍ରାଣ୍ଡ ପାନୀୟ ଜଳ କମ୍ପାନୀର ଲୋଗୋ ବ୍ୟବହାର କରି ପାଣି ପ୍ୟାକେଟ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିିଛି। ସେମାନେ ହେଲେ କମ୍ପାନୀର ମ୍ୟାନେଜର ବ୍ରହ୍ମଗିରି ଥାନା ଅଧୀନ ଜଉଖିଆ ଗ୍ରାମର ସର୍ବେଶ୍ୱର ଦାସ ଓ ସୁପରଭାଇଜର ନୟାଗଡ଼ ଥାନା ଅଧୀନ ନବଘନପୁର ଗ୍ରାମର ହରିହର ସାହୁ। ଏହାସହ ସେଠାରୁ ପାଣିବୋତଲ, ଛାଞ୍ଚ, ଖାଲି ପାଣି ବୋତଲ, ଲେବଲିଂ ଷ୍ଟିକର, ବୋତଲ ଠିପି, ୨ଟି ମେଶିନ ସହ ବିଭିନ୍ନ ବ୍ରାଣ୍ଡର ଛାଞ୍ଚ ସହ ପାନୀୟ ଜଳ ଉତ୍ପାଦନର ସମସ୍ତ ସାମଗ୍ରୀକୁ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଗ୍ରାମଡିହଠାରେ ଥିବା ଲକ୍ଷ୍ମୀପାନୀୟ ନାମକ କମ୍ପାନୀ ଏକ ନାମୀ ପାନୀୟଜଳ କମ୍ପାନୀଠାରୁ ଚୁକ୍ତିନାମା କରି ସେହି ବ୍ରାଣ୍ଡର ପାନୀୟ ଜଳ ତିଆରି କରି ବିକ୍ରି କରୁଥିଲେ। କିନ୍ତୁ କମ୍ପାନୀ ସହ କିଛିଦିନ ହେବ ଚୁକ୍ତିନାମା ସରିଯାଇଥିଲେ ମଧ୍ୟ ଉକ୍ତ କମ୍ପାନୀ ସେହି ଲୋଗୋକୁ ବ୍ୟବହାର କରୁଥିଲେ। ଏହା ଜଣାପଡ଼ିବା ପରେ ନାମୀ ପାନୀୟ ଜଳ କମ୍ପାନୀର ଜଣେ ଅଧିକାରୀ ଦିଲ୍ଲୀର ବିଜୟ କୁମାର ଚନ୍ଦକା ଥାନାରେ ମଙ୍ଗଳବାର ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଦେବେନ୍ଦ୍ର ବିଶ୍ୱାଳ ନଂ.୧୮୨/୨୦ରେ ଏକ ମାମଲା ରୁଜୁକରି ବୁଧବାର ରାତିରେ ଉକ୍ତ କମ୍ପାନୀ ଉପରେ ଚଢ଼ାଉ କରିଥିଲେ। ଏହି ସମୟରେ କମ୍ପାନୀ ମାଲିକ ଲକ୍ଷ୍ମୀକାନ୍ତ ନାୟକ ନ ଥିବାରୁ ମ୍ୟାନେଜର ଓ ସୁପରଭାଇଜରଙ୍କୁ ପଚରାଉଚୁରା କରିଥିଲେ। ପୋଲିସ ଯାଞ୍ଚ ବେଳେ ନାମୀ କମ୍ପାନୀର ବିନା ଲାଇସେନ୍ସ ଓ ପ୍ରାଧିକରଣ ବିନା ବେଆଇନ ଭାବେ ପାନୀୟ ଜଳ ପ୍ୟାକେଟ ଉତ୍ପାଦନ କରୁଥିବା ଜଣାପଡ଼ିଥିଲା। ଯଦିଓ ନାମୀ କମ୍ପାନୀ ଦ୍ୱାରା ଚୁକ୍ତିନାମା ସରିଯାଇଛି କିନ୍ତୁ ତା’ର ଛାଞ୍ଚ ଓ ସମାନ ଲେବୁଲ ବ୍ୟବହାର କରି ପ୍ୟାକେଟ କରୁଥିଲେ। ଏହାପରେ ୨ଜଣଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri