ସହାୟତାର ହାତ ବଢାଇଲେ ପୋଲିସ ଅଧିକାରୀ

ଲହୁଣୀପଡ଼ା,୧୦।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଇଛନ୍ତି। ସେ ହେଲେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ। ଲହୁଣୀପଡା ବ୍ଲକ ଭୁତୁଡା ପଞ୍ଚାୟତର ତିଲକୁଦା ଗ୍ରାମର ରଞ୍ଜନ ଦେହୁରୀ (୫୦)ଙ୍କ ଝିଅ ରଇ ଦେହୁରୀ(୬) ନିଆଁରେ ପୋଡ଼ିଯାଇଥିଲେ। ଥଣ୍ଡା ଦିନ ଥିବାରୁ ରଇ ସାନ ଭଉଣୀ ସସ୍ମିତା(୩ମାସ)କୁ ଧରି ନିଆଁ ପୋଉଁ ହେଉଥିବା ବେଳେ ହଠାତ ଦେହରେ ନିଆଁ ଲାଗିଯାଇଥିଲା ଫଳରେ ରଇର ବାମ ଜଙ୍ଘ ସମ୍ପୂର୍ଣ୍ଣ ପୋଡି ଯାଇଥିଲା। ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ମଧ୍ୟ ତାକୁ ଘର ଲୋକେ ଡାକ୍ତରଖାନା ନ ନେଇ ଝଡାଫୁଙ୍କା କରୁଥିଲେ।

ଫଳରେ କ୍ଷତ ସ୍ଥାନଟି ଭଲ ହେବା ପରିବର୍ତ୍ତେ ଆହୁରି ବଢ଼ିବାରେ ଲାଗିଥିଲା। ଫଳରେ ଛୁଆଟି ଅଧିକରୁ ଅଧିକ କଷ୍ଟ ପାଉଥିଲା। ଛୁଆର କଷ୍ଟ ଦେଖି ସହି ନ ପାରି ସ୍ଥାନୀୟ ଲୋକେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀଙ୍କୁ ଖବର ଦେଇଥିଲେ। ଖବରପାଇ ଥାନା ଅଧିକାରୀ ଦେହୁରୀ ଘରକୁ ଆସି କୁନି ଝିଅର ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଛୋଟ ଛୁଆର କଷ୍ଟ ଦେଖି ସହି ନ ପାରି ସହାୟତାର ହାତ ବଢାଇଥିଲେ। ସେ ୧୦୮ ଆମ୍ବୁଲାନ୍ସକୁ ଡ଼କାଇ ଅଧିକ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସ୍ଥିତ ଜୟପ୍ରକାଶ ହସ୍ପିଟାଲକୁ ପଠାଇଥିଲେ। ମାତ୍ର ବାପାଙ୍କ ସ୍ବାସ୍ଥ୍ୟକାର୍ଡରେ ଝିଅର ପଞ୍ଜିକରଣ ନ ଥିବାରୁ ତାକୁ ସେଠାରେ ରଖି ନ ଥିଲେ। ଫଳରେ ରାଉରକେଲାସ୍ଥିତ ସରକାରୀ ଡ଼ାକ୍ତରଖାନା (ଆରଜିଏଚ )ରେ ଭର୍ତ୍ତି କରି ଚିକିତ୍ସା କରିବାରୁ ସ୍ବାସ୍ଥ୍ୟରେ ଉନ୍ନତି ହେଉଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଝିଅ ସୁସ୍ଥ ହେଲାଣିି ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ପୂର୍ବରୁ ମଧ୍ୟ ଥାନା ଅଧିକାରୀ ମାନବିକତାର ପରିଚୟ ଦେଇ ଲୋକଙ୍କ ଆସ୍ଥାଭାଜନ ହୋଇଛନ୍ତି। ଗତ ୨୦।୭।୨୨ରେ କୁଳିପୋଷ ରେଞ୍ଜ ଅଧୀନରେ ଥିବା ଫୁଲଝର ଗ୍ରାମର ଗିନିଆ ଜଙ୍ଗଲରେ ହାତୀ ସହିତ ମୁହାଁମୁହିଁ ହେବା ଫଳରେ ହେମନ୍ତ ମୁଣ୍ଡାରୀ (୨୫) ନାମକ ଜଣେ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବିିଡ଼ମ୍ବନାର ବିଷୟ ଯେ ହେମନ୍ତ ଅନ୍ୟ ଏକ ଜାତିର ଜଣେ ଯୁବତୀଙ୍କୁ ବିବାହ କରିଥିବାରୁ ଜାତି ସମାଜ ତାକୁ ବାରଣ କରିଥିଲେ। ତେଣୁ ଗ୍ରାମବାସୀ କିମ୍ବା ଜ୍ଞାତିକୁଟୁମ୍ବ କେହି ତାର ମୃତଦେହ ପାଖକୁ ଆସି ନ ଥିଲେ କି ଛୁଇଁ ମଧ୍ୟ ନ ଥିଲେ। ଦୀର୍ଘ ସମୟ ଧରି ମୃତଦେହ ପଡି ରହିବାରୁ ଶେଷରେ ମହୁଲପଦା ଥାନା ଅଧିକାରୀ ସୁଦର୍ଶନ ଦେହୁରୀ ଏବଂ ତାଙ୍କ ସହଯୋଗୀମାନେ ଏବଂ ବନ କର୍ମଚାରୀମାନେ ମୃତଦେହକୁ ନିଜ କାନ୍ଧରେ କାନ୍ଧେଇ ମସାଣିକୁ ନେଇ ସତ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri