ଓଡ଼ିଶାର ୨୨ ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ବର୍ଗରେ ୯୩୯ ଜଣଙ୍କୁ ପୋଲିସ ପଦକ ଦିଆଯିବ ବୋଲି ମଙ୍ଗଳବାର ଘୋଷଣା କରାଯାଇଛି। ବୁଧବାର ସାଧାରଣତନ୍ତ୍ର ଦିବସରେ ଏହି ପଦକ ପ୍ରଦାନ କରାଯିବ। ଚଳିତ ବର୍ଷ ଓଡ଼ିଶାରୁ ମୋଟ ୨୨ ଜଣଙ୍କୁ ପୋଲିସ ପଦକ ମିଳିବ। ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ, ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ଏବଂ ୯ ଜଣଙ୍କୁ ସାହସିକତା କ୍ଷେତ୍ରରେ ପୋଲିସ ପଦକ ପାଇଁ ମନୋନୀତ କରାଯାଇଛି।
ଭୁବନେଶ୍ୱର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, କଟକର କନଷ୍ଟେବଳ ପ୍ରଦୀପ ମହାନ୍ତିଙ୍କୁ ରାଷ୍ଟ୍ରପତି ପୋଲିସ ପଦକରେ ସମ୍ମାନିତ କରାଯିବ।
ପ୍ରଶଂସନୀୟ ସେବା ପାଇଁ ପୋଲିସ ଆଇଜି (ଭିଜିଲାନ୍ସ ନିର୍ଦ୍ଦେଶାଳୟ) ସଞ୍ଜୟ କୁମାର କୌଶଲ, ଡିଏସ୍‌ପି ସୁଜାତା ଖଣ୍ଡୁଆଳ, ଡିଏସ୍‌ପି କମଳ ଲୋଚନ ଭୂୟାଁ, ଡିଏସ୍‌ପି ରଘୁନାଥ ପ୍ରସାଦ ନାୟକ, ଏସିପି ଅରୁଣ ସ୍ବାଇଁ, ଡ୍ରାଇଭର ହାବିଲଦାର ଶେଖ୍‌ ଆତାୱାଲ୍ଲା, ଏସ୍‌ଆଇ କୃତ୍ତିବାସ ପଣ୍ଡା, ଏସ୍‌ଆଇ ମଧୁସୂଦନ ବେହେରା, ଏସ୍‌ଓଜି ଡେପୁଟି କମାଣ୍ଡାଣ୍ଟ ପୱନ ଦୟାଲ ବା, ଡିଏସ୍‌ପି ଅଜୟ କୁମାର ମିଶ୍ର ଓ କନଷ୍ଟେବଳ ମାଇଲି ମୋହନଙ୍କୁ ପୋଲିସ ପଦକ ଦିଆଯିବ। ସାହସିକତା ପାଇଁ ଏସ୍‌ପି ଋଷିକେଶ ଦ୍ୟାନଦେଓ, ଓଏପିଏଫ୍‌ ସ୍ବର୍ଗତ ଜୟରାମ କବାସି, ରାମୁ ଦୁରୁଆ, କନଷ୍ଟେବଳ ବନ୍ଧୁ ହାନ୍ତାଳ, ଘେନୁ ହାନ୍ତାଳ, ଜୀବନ ସାହି, ଔଷାଧିନାଥ ବେହେରା, ହାବିଲଦାର ପ୍ରବୀଣ ଥାପା ଏବଂ ରାଜେଶ ବିଶ୍ୱକର୍ମାଙ୍କୁ ପଦକ ମିଳିବ।
ବେସାମରିକ ପ୍ରତିରକ୍ଷା, ହୋମଗାର୍ଡ ଓ ଜେଲ ବିଭାଗରେ ରାଜ୍ୟର ୭ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ପ୍ରଶଂସନୀୟ ସେବା ପାଇଁ ହୋମଗାର୍ଡ କମାଣ୍ଡର ଜୟନ୍ତ ପଟେଲ, ହୋମଗାର୍ଡ ମାୟାଧର ସୂତାର, ହୋମଗାର୍ଡ ରବିନ୍ଦ୍ର ମଲ୍ଲିକ, ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ବି. ରାଜକିଶୋର ସିଂ,ସୁରଜ ହେମ୍ବ୍ରମଙ୍କୁ ପଦକ ମିଳିବ। ଜେଲ ବିଭାଗରୁ ଭୁବନେଶ୍ୱର ଝାରପଡ଼ା ଜେଲ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁଙ୍କୁ ରାଷ୍ଟ୍ରପତି ପଦକ, ଜେଲର ଦିଲ୍ଲୀପ କେରକେଟାଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri