ଆକ୍ସନରେ ପୋଲିସ, ଡକାୟତି ଘଟଣାର ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ

ଛତ୍ରପୁର,୨୧ା୬(ଦିଲୀପ ସାମଲ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ହୋଇଥିବା ଏକ ଡକାୟତି ଅଭିଯୋଗର ୨୪ ଘଣ୍ଟା ନ ପୁରୁଣୁ ଗ୍ୟାଙ୍ଗର ୭ ଜଣଙ୍କୁ ପୋଲିସ ରବିବାର ଗିରଫ କରିଛି। ସେମାନଙ୍କଠାରୁ ବନ୍ଧୁକ, ଗୁଳି, ଲୁଟ୍‌ରେ ବ୍ୟବହୃତ ଜିନିଷ ଓ ଚୋରି ଟଙ୍କା ଏବଂ ସୁନା କବିସୂର୍ଯ୍ୟନଗର ପୋଲିସ ଜବତ କରିଥିବା ଗଞ୍ଜାମ ଏସ୍‌ପି ହରିଶ ବି. ସି. ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ସନ୍ତୋଷ ମହାପାତ୍ର, ମନୋରଞ୍ଜନ ଗୌଡ଼, ରୁଦ୍ରନାରାୟଣ ସେଠୀ, ଶୁଭମ ରାଉତ, ଜିତେନ୍ଦ୍ର ଖଟେଇ ଓରଫ ହିନ, ଦୂତିକୃଷ୍ଣ ନାୟକ ଓ ରାଜୀବ କୁମାର ଦାସ। ଏହି ଅପରାଧରେ ସମ୍ପୃକ୍ତ ଅନ୍ୟ ୨ ଅଭିଯୁକ୍ତ ହିତେଶ ସ୍ବାଇଁ ଏବଂ ଶ୍ୱେତା ଖଟେଇ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରି ୧୫ ଦିନିଆ ନ୍ୟାୟିକ ହାଜତ ପାଇଁ ପୋଲିସ ଅନୁରୋଧ କରିଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ଏସ୍‌ପି କହିଛନ୍ତି।

ଗତ ୧୯ ତାରିଖ ରାତିରେ ଦୁର୍ବୃତ୍ତମାନେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସ ଭିତରକୁ ବନ୍ଧୁକ ଧରି ଯାଇଥିଲେ। ରଜନୀକାନ୍ତ ଏବଂ ତାଙ୍କ ସ୍ତ୍ରୀଙ୍କୁ ଭୟଭୀତ କରି ବାନ୍ଧି ଦେଇଥିଲେ। ପରେ ସେମାନେ ଉକ୍ତ ଘରୁ ୧୫ ତୋଳା ସୁନା ଅଳଙ୍କାର, ୧୨,୫୦୦ ଟଙ୍କା ଓ ୨ଟି ମୋବାଇଲ ଫୋନ ଲୁଟ କରି ନେଇଥିଲେ।

୨୦ ତାରିଖ ଭୋରରେ ରଜନୀକାନ୍ତ ଏ ନେଇ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ। ପୋଲିସ ବିଏନଏସ ଧାରା ୩୧୦ (୨) ସହ ୨୫/୨୭ ଆର୍ମସ ଆକ୍ଟ ଅନୁଯାୟୀ ଥାନାରେ ୪୦୭/୨୬ ରେ ଏକ ମାମଲା ରୁଜୁ କରିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ପୁରୁଷୋତ୍ତମପୁର ଏସଡିପିଓ ସୁଜିତ କୁମାର ନାୟକ ଏକ ତଦନ୍ତକାରୀ ଦଳ ଗଠନ କରିଥିଲେ।

ବିଶ୍ୱସ୍ତ ସୂତ୍ରରୁ ଖବରପାଇ କଙ୍କଣା ମନ୍ଦିର ନିକଟସ୍ଥ ଜଙ୍ଗଲ ଭିତରେ ପୋଲିସ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଜୀବନ୍ତ ଗୁଳି, ରୂପା ଅଳଙ୍କାର, ୧୨୫୦୦ ଟଙ୍କା, ମୋବାଇଲ ଫୋନ ଏବଂ ୨ଟି ମଟରସାଇକେଲ ଜବତ ହୋଇଛି। ଅଭିଯୁକ୍ତ ସନ୍ତୋଷ ଏବଂ ମନୋରଞ୍ଜନ ଅଭିଯୋଗକାରୀ ରଜନୀକାନ୍ତଙ୍କ ଆର୍ଥିକ ସ୍ଥିତି ବିଷୟରେ ପୂର୍ବରୁ ଅବଗତ ଥିଲେ। ସେମାନେ ଅନ୍ୟମାନଙ୍କୁ ଏହି ଯୋଜନାରେ ସାମିଲ କରି ଏହି ଅପରାଧ ଘଟାଇଥିବା ପୋଲିସ କହିଛି। ଅଭିଯୁକ୍ତ ଜିତେନ୍ଦ୍ର ବନ୍ଧୁକ ବ୍ୟବହାର କରିଥିବା ସ୍ବୀକାର କରିଥିବା ଏସ୍‌ପି କହଛନ୍ତି। କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ୍‌ ଟିମ୍‌, ପୋଲସରା ଥାନା ଅଧିକାରୀ, ଆସିକା ଥାନା ଓ ବାଲିପଦର ଫାଣ୍ଡି କର୍ମଚାରୀ ତଦନ୍ତରେ ସାମିଲ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri