ଖୋଲାରେ ବୟାନ ଦେଉଛନ୍ତି, ପୋଲିସ ପାଉନି

ଭୁବନେଶ୍ୱର, ୨୪।୪ (ବ୍ୟୁରୋ): ସାଇକେଲ ଚୋରି ସନ୍ଦେହରେ କମିଶନରେଟ ପୋଲିସ ଲୋକଙ୍କୁ ଥାନାକୁ ଟେକିନେଇ ମାଡ଼ ମାରୁଛି। କଥା ଆଦାୟ ପାଇଁ ଏମିତି ନିର୍ଯାତନା ଦେଉଛି ଯେ, ଶେଷରେ ଅଭିଯୁକ୍ତଙ୍କ ଜୀବନ ବି ଯାଉଛି। ହେଲେ ବଡ଼ବଡ଼ିଆଙ୍କୁ ଧରିବାକୁ ପୋଲିସ ସାହସ ଜୁଟାଇ ପାରୁନି। ଫେରାର ଦର୍ଶାଇ, ତଦନ୍ତ ଚାଲିଥିବା କହି ସମୟ ଗଡ଼ାବାରେ ଲାଗୁଛି। ଏବେ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ପାଇଁ ସ୍ତ୍ରୀ ସୁପାରି ଦେବା ଘଟଣାରେ ବିଭିନ୍ନ ମହଲରୁ ଏମିତି ପ୍ରତିକ୍ରିୟା ପ୍ରକାଶ ପାଉଛି। କାରଣ ପୋଲିସ କେବଳ ଡ୍ରାଇଭର ଅଶୋକ କୁମାର ସାହୁଙ୍କୁ ଗିରଫ କରିଥିବାବେଳେ ଇଞ୍ଜିନିୟରଙ୍କ ସ୍ତ୍ରୀ ସିଲ୍‌ସିଲା ବେହେରା, ସହଯୋଗୀ ଜିତେନ୍ଦ୍ର କୁମାର ପ୍ରଧାନ ଓ ଅନ୍ୟ କେତେଜଣଙ୍କ ନାମରେ ମାମଲା ରୁଜୁ କରି ଚୁପ୍‌ ବସିଛି। ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଅଭିଯୁକ୍ତା ସିଲ୍‌ସିଲା ବାରମ୍ବାର ଗଣମାଧ୍ୟମକୁ ଆସି ନିଜକୁ ନିର୍ଦ୍ଦୋଷୀ ବୋଲି କହିବା ସହ ଅଭିଯୋଗକାରୀ ସ୍ବାମୀଙ୍କ ନାଁରେ ମଧ୍ୟ ପାଲଟା ଅଭିଯୋଗ କରୁଛନ୍ତି। ଶୁକ୍ରବାର ଭଳି ଶନିବାର ମଧ୍ୟ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ସମାନ ସଫେଇ ଦେଇଛନ୍ତି। ଗିରଫ ଡ୍ରାଇଭର ଅଶୋକ ତାଙ୍କ ପ୍ରେମିକ ବୋଲି ପୋଲିସର ବୟାନ ଆଧାରରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ତେବେ ଏ ସମ୍ପର୍କରେ ସିଲ୍‌ସିଲା କହିଛନ୍ତି, ଅଶୋକଙ୍କ ସହ ମୋର କୌଣସି ଖରାପ ସମ୍ପର୍କ ନାହିଁ। ସମ୍ପର୍କ ଭାଇ-ଭଉଣୀ ପରି। ମୁଁ ତାଙ୍କୁ ରାଖୀ ପିନ୍ଧାଇଛି। ସେ କିଏ ମୁଁ ନିଜେ ମଧ୍ୟ ଜାଣି ନ ଥିଲି। ମୋ ସ୍ବାମୀଙ୍କ ପୁରୀ ଟ୍ରାନ୍ସଫର ପରେ ସେ ସ୍ତ୍ରୀ ପିଲାଙ୍କ ଯତ୍ନ ନେବା ଲାଗି ଅଶୋକଙ୍କୁ ଆଣିଥିଲେ। ମୋ ସ୍ବାମୀ ମନଗଢ଼ା କଥା କହୁଛନ୍ତି। ଗତ ୪ ବର୍ଷ ଧରି ସେ ପରକୀୟା ସମ୍ପର୍କରେ ରହି ଆସୁଛନ୍ତି। ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିବା ନେଇ ପ୍ରମାଣ ମଧ୍ୟ ପୋଲିସକୁ ଦେଇଛି। ନିଜକୁ ଉଚ୍ଚ ଶିକ୍ଷିତା, ସମାଜସେବୀର ପରିଚୟ ଦେବା ସହ ଜଣେ ହିନ୍ଦୁ ମହିଳା କ’ଣ କେବେ ତାଙ୍କ ସ୍ବାମୀଙ୍କୁ ମାରିପାରେ ବୋଲି ସେ କହିଛନ୍ତି। ଏପଟେ କେତେକ ସୋସିଆଲ ମିଡିଆରେ ମଧ୍ୟ ସିଲ୍‌ସିଲାଙ୍କ କାର୍‌ନାମାକୁ ନେଇ ଖବର ଭାଇରାଲ ହେଉଥିବାରୁ ମାମଲାର ଗୁରୁତ୍ୱ ବଢ଼ି ଯାଇଛି।

ସାମାଜିକ କର୍ମୀର ପରିଚୟ ଦେଉଥିବା ସିଲ୍‌ସିଲା ଅନୁଗୋଳର ଏକ ପାରିବାରିକ କଳିର ସମାଧାନ ଲାଗି ନିଜକୁ ଏନଏଚ୍‌ଆର୍‌ସି ଅଧ୍ୟକ୍ଷା କହିବା ସହ ସଂପୃକ୍ତ ପରିବାରଠାରୁ ୩ ଲକ୍ଷ ଟଙ୍କା ଦାବି କରିଥିଲେ। ନ ଦେଲେ ମିଛ ମାମଲାରେ ଫସାଇଦେବାକୁ ଧମକ ଦେଇଥିଲେ। ଏନେଇ ସଂପୃକ୍ତ ପରିବାର ଗତ ୨୦୨୦ରେ ତାଳଚେର ଥାନା ଓ ଅନୁଗୋଳ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ପୋଲିସଠାରୁ କୌଣସି ନ୍ୟାୟ ନ ପାଇ ଉକ୍ତ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ପୋଲିସ ତଦନ୍ତ କରି ସିଲ୍‌ସିଲାଙ୍କ ସମେତ ୫ ଜଣଙ୍କ ନାଁରେ ଚାର୍ଜଶିଟ ବି ଦେଇଛି। ସେହିପରି ଏନ୍‌ଏଚ୍‌ଆର୍‌ସି ଗାଡିକୁ ନମ୍ବର ପ୍ଲେଟ ବଦଳାଇ ବ୍ୟବହାର କରୁଥିବା ମଧ୍ୟ ଅଭିଯୋଗ ଉଠୁଛି। ଏତେସବୁ ଘଟଣାରେ ସମ୍ପୃକ୍ତ ଥିବା ସିଲ୍‌ସିଲା ଏବେ ନିଜ ଇଞ୍ଜିନିୟର ସ୍ବାମୀଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଛନ୍ଦି ହୋଇଥିଲେ ମଧ୍ୟ ପୋଲିସ କାହିଁକି ସମୟ ଗଡ଼ାଉଛି ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି।

ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଘଟଣା ଦିନ ଡିସିପି ଉମାଶଙ୍କର ଦାସ କହିଥିଲେ। ଅଭିଯୁକ୍ତମାନେ ଫେରାର ଥିବା ନେଇ ଥାନା ପୋଲିସ କହିଥିଲା। ଇତିମଧ୍ୟରେ ତିନିଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଆଉକାହାକୁ ଗିରଫ କରିବାରେ ସଫଳ ହୋଇନାହିଁ। ଗଣମାଧ୍ୟମରେ ଅଭିଯୁକ୍ତା ସିଲ୍‌ସିଲା ବୟାନ ଦେଉଥିବାବେଳେ ପୋଲିସ କାହିଁକି ଫେରାର ଥିବା କହୁଛି? ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ଆଇଆଇସି ସୁଧୀର କୁମାର ସାହୁଙ୍କୁ ପଚାରିବାରୁ, ତଦନ୍ତ ଚାଲିଥିବାରୁ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

୫ ଜିଲାକୁ ଝଡ଼ବର୍ଷା, ଆଜି ଏସବୁ ଅଞ୍ଚଳରେ ଘଡ଼ଘଡ଼ି ସହ…

ଭୁବନେଶ୍ୱର,୨ା୪: ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗରମ ଅନୁଭୂତ ହେଉଥିବାବେଳେ ଉପକୂଳରେ ଥଣ୍ଡା ଅନୁଭୂତ ହେଉଛି। ଗତ କିଛିଦିନ ଧରି ରାଜ୍ୟରେ ଏପରି ତାପମାତ୍ରା ଦେଖିବାକୁ ମିଳୁଛି। ଏନେଇ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri