ମିଳିଲା ବଡ଼ ସଫଳତା: ଗଞ୍ଜେଇ ବୋଝେଇ ଗାଡ଼ିକୁ ଧରିଲା ପୋଲିସ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଗୁରୁବାର ଗଞ୍ଜେଇ ବୋଝେଇ ଏକ ବୋଲେରୋ (ନଂ.ଓଡ଼ି୧୫ଏକ୍ସ/୮୩୮୦)କୁ ଜବତ କରିଛି। ସେଥିରେ ବୋଝଇ ହୋଇଥିବା ୬ କୁଇଣ୍ଟାଲ ୩୬କି.ଗ୍ରା ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲା ବାଉଁଶୁଣୀ ଥାନା ବୋହିରା ଗ୍ରାମର ବୁଦ୍ଧଦେବ ମହାକୁର(୨୮), କନ୍ଧଡୁମାଳ ଗ୍ରାମର ଉଦୟ ପ୍ରଧାନ(୨୫), ଢ଼େଙ୍କାନାଳ ଜିଲା ରୋସୋଲ ଥାନା ଠେଙ୍ଗା ଗ୍ରାମର ଟୁଟୁ ଦେହୁରୀ(୪୮) ଏବଂ ଅନୁଗୋଳ ଜିଲା ଅନୁଗୋଳ ଥାନା ସୁସୁଡ଼ା ଗ୍ରାମର ଶାଶ୍ୱତ ସୁନ୍ଦର ଦାଶ(୩୭)। ସେମାନଙ୍କ ପାଖରୁ ୫ ମୋବାଇଲ ଏବଂ ନଗଦ ୪ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ବରଗଡ଼ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା (ନଂ.୨୦୧/୨୪) ରୁଜୁ ହୋଇଛି। ସେମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।

ଗ୍ରାମାଞ୍ଚଳ ଥାନାରେ ଶୁକ୍ରବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ସୂଚନା ଦେଇ କହିଥିଲେ, ଜବତ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଫଳରେ ଏସ୍‌ପି ପି.ଏସ୍‌ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ସେଥିପ୍ରତି ନଜର ରଖିଥିଲେ। ସମ୍ପୃକ୍ତ ଗଞ୍ଜେଇ ବୋଝେଇ ଗାଡ଼ିଟି ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ଆମ୍ବସଡ଼ା ବାଇପାସ୍‌ ରାସ୍ତାରେ ଯାଉଥିବା ବେଳେ ପୋଲିସ ଟିମ୍‌ ସେହି ଗାଡ଼ିକୁ ଧରିଥିଲେ। ବୌଦ୍ଧ ଜିଲାରୁ ଛତିଶଗଡ଼ ରାଜ୍ୟ ରାୟପୁରକୁ ଜବତ ଗଞ୍ଜେଇ ବୋଝେଇ ବୋଲେରୋ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି। ଏ ନେଇ ଅଧିକ ତଦନ୍ତ ଚାଲୁଛି ଏବଂ ଗଞ୍ଜେଇ ଚାଲାଣ ପ୍ରତି ପୋଲିସ ସବୁବେଳେ ସତର୍କ ଦୃଷ୍ଟି ରଖିଆସିଛି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ବେଙ୍ଗାଲୁରୁରେ କେନ୍ଦୁଝର ଯୁବକଙ୍କ ଅକାଳ ମୃତ୍ୟୁ: MP ଅନନ୍ତ ନାୟକଙ୍କ ହସ୍ତକ୍ଷେପ ପରେ ଗାଁକୁ ଫେରିଲା ପାର୍ଥିବ ଶରୀର

ପାଟଣା,୧୯।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବେଗନା ଗ୍ରାମର ସଞ୍ଜୀବ ସେଠୀଙ୍କ ୩୪ ବର୍ଷୀୟ ପୁଅ ଦୀପେଶ ସେଠୀଙ୍କ ବେଙ୍ଗାଲୁରୁରେ ଅକାଳ ମୃତ୍ୟୁ ଘଟିଛି।…

ପରିବେଶ ସୁରକ୍ଷାରେ ଗଞ୍ଜାମ ଗ୍ରାସିମର ବାଜିମାତ୍: ମିଳିଲା “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬”

ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ…

ମଞ୍ଚସ୍ଥ ହୋଇ ଦର୍ଶକଙ୍କ ମନ ଜିଣିଲା ସାମାଜିକ ନାଟକ ‘ଅବୁଝା ଲୁହ’; ଉଦ୍‌ଘାଟନ କଲେ ଦିଗପହଣ୍ଡି ବିଧାୟକ

ଦିଗପହଣ୍ଡି,୧୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମର ଠାକୁରାଣୀ ଛକଠାରେ ଶ୍ରୀ ଗଣେଶ ପୂଜା ଅବସରରେ ସାମାଜିକ ନାଟକ ‘ଅବୁଝା ଲୁହ’…

‘ଏକ ପେଡ୍‌ ମା’ କେ ନାମ୍‌’: ସିମନବାଡ଼ିରେ ଛାତ୍ରଛାତ୍ରୀଙ୍କ ନିଶାମୁକ୍ତ ସଚେତନତା ପଦଯାତ୍ରା-ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିସ୍ଥିତ ପାଦ୍ରୀ ପିଓ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନିଶାମୁକ୍ତ ସଚେତନତା କାର୍ଯ୍ୟକ୍ରମ ଓ ପଦଯାତ୍ରା…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?