ପୋଲିସ ବର୍ବରତା: ମହିଳାଙ୍କୁ ଘୋଷାରି ମାଡ଼

ଚାନ୍ଦବାଲି,୨୭ା୬ (କିଷାନ ପାତ୍ର)ଚାନ୍ଦବାଲି ପୋଲିସର ବର୍ବରତା ସୀମା ଟପିଛି। ଥାନା ପରିସରରେ ଜଣେ ଦଳିତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼ ମାରିବା ସହ ତାଙ୍କର ନାବାଳିକା ନଣନ୍ଦଙ୍କୁ ମଧ୍ୟ ମାଡ଼ ମାରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୩ଜଣ ପୁରୁଷ ପୋଲିସ ଜଣେ ମହିଳାଙ୍କୁ ଥାନା ପରିସରରେ ଏଭଳି ମାଡ଼ ମାରିବା ଆଲୋଡନ ସୃଷ୍ଟି କରିଛି। ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ପୋଲିସ ଆକ୍ରମଣରେ ଆହତ ହୋଇଥିବା ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି।
ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଚାନ୍ଦବାଲି ଏନ୍‌ଏସିର ଶମ୍ଭୁରାମ ସେଠୀ ଏକ ଗଣ୍ଡଗୋଳ ଘଟଣାକୁ ନେଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଶମ୍ଭୁରାମଙ୍କୁ ଦେଖା କରିବା ପାଇଁ ସ୍ତ୍ରୀ ମିତା ସେଠୀ ତାଙ୍କ ନାବାଳିକା ନଣନ୍ଦ ଓ ୩ ବର୍ଷର ଝିଅକୁ ଧରି ଥାନାକୁ ଯାଇଥିଲେ। ଥାନା ସମ୍ମୁଖରେ ପଡ଼ିଥିବା ଏକ ଜୋତା ଖୋଳ ଧରି ଝିଅ ଖେଳୁଥିବା ଦେଖି ମିତା ତାହାକୁ ଛଡ଼ାଇ ଆଣି ବାହାରେ ପକାଇ ଦେଇଥିଲେ। ସେଠାରେ ଉପସ୍ଥିତ ଥିବା କନଷ୍ଟେବଲ ରବୀନ୍ଦ୍ର ସେଠୀ ଜୋତା ଖୋଳକୁ ଡଷ୍ଟବିନ୍‌ରେ ନ ପକାଇ ବାହାରେ କାହିଁକି ପକାଇଲ ବୋଲି ପଚାରିଥିଲେ। ଏଥିରେ ମିତା ରାଗିଯାଇ ଥାନା କ’ଣ ତୋ ବୋପାର, ମୋର ଯେଉଁଠି ଇଚ୍ଛା ହେବ ମୁଁ ସେଠି ପକାଇବି ବୋଲି କହିଥିଲେ। ଏଥିରେ କନଷ୍ଟେବଲ ସେଠୀ ଉତ୍ତ୍ୟକ୍ତ ହୋଇ ମିତାଙ୍କ ଗାଲକୁ ଦୁଇ ତିନି ଚାପୁଡ଼ା ମାରିଥିଲେ। ମିତା ରାଗିଯାଇ ରବୀନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହ ଇଟା ଫିଙ୍ଗିଥିଲେ। ସେହି ସମୟରେ ବର୍ଷା ହେଉଥିବାରୁ ଥାନା ସମ୍ମୁଖ ହନୁମାନ ମନ୍ଦିର ଉପରକୁ ମିତା ଚାଲିଆସିଥିଲେ।

ଏହି ଘଟଣା ପରେ ଏଏସ୍‌ଆଇ ନେପାଳ ସାହା, କନଷ୍ଟେବଲ ରବୀନ୍ଦ୍ର ସେଠୀ ଓ ଥାନା ଗାଡ଼ି ଡ୍ରାଇଭର କିଶୋର କୁମାର ମହାପାତ୍ର ହନୁମାନ ମନ୍ଦିରକୁ ଆସି ମିତାଙ୍କୁ ଏକ ପ୍ଲାଷ୍ଟିକ ପାଇପ୍‌ରେ ମାଡ଼ ମାରିବା ସହ ବର୍ଷାରେ ଘୋଷାରି ଘୋଷାରି ଥାନାକୁ ନେଇଯାଇଥିଲେ। ଟଣା ଘୋଷରାରେ ମହିଳାଙ୍କର ଶାଢ଼ି ସମ୍ପୂର୍ଣ୍ଣ ଚିରି ଯାଇଥିଲା ଓ ତାଙ୍କ କାନ ବାଟେ ରକ୍ତ ବାହାରିଥିଲା। ନାବାଳିକା ନଣନ୍ଦ ବାଧା ଦେବାରୁ ତାକୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୂର୍ଣ୍ଣ ଘଟଣାକୁ ସେଠାରେ ଥିବା କିଛି ଲୋକେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରଛନ୍ତି। ଏହି ଘଟଣାରେ ଭଦ୍ରକ ଏସ୍‌ପି ବରୁଣ ଗୁଣ୍ଟୁପାଲି ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଓ ଚାନ୍ଦବାଲି ଥାନାଧିକାରୀ ପଞ୍ଚାନନ ମହାନ୍ତିଙ୍କୁ ନେଇ ଏକ କମିଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେବା ସହ ଏଏସ୍‌ଆଇ ନେପାଳ ସାହା ଓ ରବୀନ୍ଦ୍ର ସେଠୀଙ୍କୁ ଭଦ୍ରକ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି।ଏ ସମ୍ପର୍କରେ ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ ପଚାରିବାରୁ ଘଟଣା ମୋବାଇଲରେ ଦେଖିଛି ଓ ତଦନ୍ତ ପରେ ରିପୋର୍ଟ ଏସ୍‌ପିଙ୍କୁ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିିବାକୁ ଚାନ୍ଦବାଲି ଦଳିତ ମହାସଂଘ ଦାବି କରିଛି। ଏହି ଘଟଣାରେ ମହିଳାଙ୍କ ଅଭିଯୋଗକୁ ଭତ୍ତିକରି ଥାନାରେ ଏକ ମାମଲା(ନଂ.୨୮୫/୨୪) ଓ ପୋଲିସକୁ ଆକ୍ରମଣ ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କ ବିରୋଧରେ ଅନ୍ୟ ଏକ ମାମଲା(ନଂ.୨୮୪/୨୪) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଲଗାଣ ବର୍ଷାରେ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କଲେ କେନ୍ଦୁଝର MP, ପୀଡ଼ିତଙ୍କୁ ଶୀଘ୍ର…

ବଞ୍ଚୋ, ୧।୮(ପ୍ରଦୋଷ ବିଶ୍ୱାଳ): ଲଗାଣ ବର୍ଷା ଯୋଗୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦୁଝର MP ଅନନ୍ତ ନାୟକ…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ହାତୀପଲଙ୍କୁ ଚିଡ଼ାଉଥିବା ବେଳେ ବାରଣ କରବାରୁ ବନ କର୍ମଚାରୀଙ୍କୁ ଆକ୍ରମଣ: ୫ ଜଣଙ୍କ ନାମରେ ମାମଲା, ୨ ଗିରଫ

କେନ୍ଦୁଝର/ପାଟଣା, ୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଓ ସଦର ରେଞ୍ଜ ସୀମାନ୍ତ ପଦ୍ମପୁର ସଂରକ୍ଷିତ ଜଙ୍ଗଲର ଜାମୁନାଳିଆ ଗାଁ ନିକଟରେ ଏକ…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri