Posted inରାଜ୍ୟ

ଗାଡ଼ି ଅଟକାଇବାରୁ ଲୋକଙ୍କୁ ପିଟିଲା ପୋଲିସ: ସ୍କୁଲ ଛାତ୍ରଙ୍କୁ ଧକ୍କାଦେଲା ହାଇୱା

ଭଦ୍ରକ/ବନ୍ତ,୯ା୨(ସନାତନ ରାଉତ/ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ବନ୍ତ-ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ଛକରେ ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକ ରଖିବାକୁ କେନ୍ଦ୍ରକରି ପୋଲିସ ଓ ଲୋକେ ମୁହଁାମୁହିଁ ହୋଇଛନ୍ତି। ବନ୍ତ ଥାନା ଛକଠାରେ ସ୍ଥାନୀୟ ଲୋକେ ଉକ୍ତ ହାଇୱାକୁ ଅଟକାଇ ଦିନବେଳେ ଭାରିଯାନ ଚଳାଚଳ ବନ୍ଦ ଥିବାବେଳେ ଏହା କିପରି ଚଳାଚଳ କଲା ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହେବାରୁ ବନ୍ତ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ ଲୋକଙ୍କୁ ଧକ୍କା ମାରିବା ସହ ଫୋର୍ସ ଲଗାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ୨ ଯୁବକ ଆହତ ହୋଇଛନ୍ତି।

ବନ୍ତ ବ୍ଲକ ଅଧୀନ ଚାଇଁପୁର ଗ୍ରାମର ଭୀମସେନ ସାହୁଙ୍କ ପୁଅ ଅମ୍ଳାନ ସ୍କୁଲ ଯାଉଥିବା ବେଳେ ଆନନ୍ଦପୁର ଆଡ଼ୁ ଆସୁଥିବା ବାଲି ବୋଝେଇ ହାଇୱା (ଓଡି ୨୨ ଆର୍‌ ୩୦୫୦) ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଆହତ ଅମ୍ଳାନଙ୍କୁ ଚିକିତ୍ସା ପାଇଁ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବନ୍ତ ବଜାର ଥାନା ଛକଠାରେ ଉକ୍ତ ହାଇୱାକୁ ଅଟକାଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା କଥା ନ ବୁଝି ବାଲି ବୋଝେଇ ଗାଡ଼ି କାହିଁକି ଅଟକାଇଛ ବୋଲି ପ୍ରଶ୍ନ କରି ଥାନାଧିକାରୀ ଲୋକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହି ସମୟରେ ଟିଲୋ ଦେବତାଗଢ଼ିଆ ଗ୍ରାମର ଶକ୍ତିଧର ରାଉତ ଓ ଗଣନାଥ ବେହେରାଙ୍କୁ ମାଡ଼ମାରିବା ସହ ସେ ଉକ୍ତ ଗାଡ଼ିକୁ ଛାଡ଼ି ଦେଇଥିଲେ। ପରେ ଗାଡ଼ିକୁ ଥାନାକୁ ଆଣି ଅଟକ ରଖାଯାଇଛି। ଏ ସମ୍ପର୍କରେ ଥାନାଧିକାରୀ ସାହୁ କହିଛନ୍ତି, ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥକୁ ଅଧଘଣ୍ଟା ଧରି ଅବରୋଧ କରାଯାଇଥିଲା। ରାସ୍ତାରୋକୋ ହଟାଇବା ପାଇଁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିଲା। ଆହତ ଛାତ୍ରଙ୍କ ବାପା ଭୀମସେନ ଏବଂ ମାଡ଼ ଖାଇଥିବା ଦୁଇ ଯୁବକ ସନ୍ଧ୍ୟାରେ ଏସ୍‌ପିଙ୍କ ଅଫିସ୍‌କୁ ଆସି ଅତିରିକ୍ତ ଏସ୍‌ପି ବାମଦେବ ସିଂଙ୍କୁ ୨ଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଜଣେ ଡିଏସ୍‌ପିଙ୍କ ଦ୍ୱାରା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକାଶଥାଉ କି, ପୂର୍ବରୁ ଏପରି ଦୁର୍ଘଟଣା ନେଇ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ ଦାବିରେ ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ପ୍ରଶାସନ ମଧ୍ୟ ଭାରିଯାନ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା। ପ୍ରଶାସନର ନିର୍ଦ୍ଦେଶକୁ ନ ମାନି ଦିନବେଳେ ଭାରିଯାନ ଚଳାଚଳକୁ କିପରି ବନ୍ତ ପୋଲିସ ଅନୁମତି ଦେଉଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। କିଛିଦିନ ତଳେ ଖବର ସଂଗ୍ରହ ପାଇଁ ଥାନାକୁ ଯାଇଥିବା ୨ଜଣ ଖବରଦାତାଙ୍କୁ ବନ୍ତ ଥାନାଧିକାରୀ ଦୁର୍ବ୍ୟବହାର କରିଥିବା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏସ୍‌ପି ବରୁଣ ଗୁଣ୍ଟୁପାଲି ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରିଥିଲେ। ଗତ ଜାନୁଆରୀ ୨୯ରେ ବନ୍ତ ଥାନାଧିକାରୀଙ୍କ ତିହିଡ଼ି ଥାନାକୁ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇଥିବା ବେଳେ ୩୧ରେ ଏହାକୁ ବାତିଲ କରାଯାଇଥିଲା। ଏହି ବାତିଲ ପଛରେ କ’ଣ କାରଣ ରହିଛି ଏବଂ କାହା ଚାପରେ ବଦଳି ବାତିଲ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri