ପୋଲିସ ପକ୍ଷରୁ କରୋନା ସଚେତନତା ଶୋଭାଯାତ୍ରା

ବୁଗୁଡ଼ା,୮।୪: ରାଜ୍ୟ ତଥା ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ପାଇଁ ବୁଧବାର ବୁଗୁଡ଼ା ସହରରେ ସ୍ଥାନୀୟ ପୋଲିସ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଥାନା ଆଇଆଇସି ଚିତ୍ତ ରଞ୍ଜନ ବେହେରାଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀମାନେ ସହର ପରିକ୍ରମା କରି ଡାକବାଜି ଯନ୍ତ୍ର ଯୋଗେ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ସଚେତନ କରାଯାଇଛି। ଏଥିସହ ସାନିଟାଇଜର ବ୍ୟବହାର କରିବାକୁ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏତଦ୍‌ ବ୍ୟତୀତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଚ ସୂତ୍ରୀ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ଖିଲାପ କଲେ ବିଭିନ୍ନ ପ୍ରକାର ଜରିମାନା ସହ ଆବଶ୍ୟକୀୟ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିତ୍ତ ରଞ୍ଜନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬)...

ଉତ୍ତର, ଦକ୍ଷିଣ ଘୁମୁସରରେ କୃଷ୍ଣସାର ସଂଖ୍ୟା ବୃଦ୍ଧି

ଭଞ୍ଜନଗର/ବୁଗୁଡା/ଆସିକା,୨୯।୨(ଡି.ଏନ୍‌.ଏ.) – କୃଷ୍ଣସାର ମୃଗ ଗଞ୍ଜାମ ଜିଲାର ଦକ୍ଷିଣ ଘୁମୁସର ବନଖଣ୍ଡରେ ପ୍ରାୟ ଦେଖାଦିଏ। ବ୍ରହ୍ମପୁର ଓ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ କମ୍‌ ଦେଖାଦିଅନ୍ତି।...

‘ଦାବି ପୂରଣ ନ ହେଲେ ବସ୍‌ ଚଳାଚଳରେ ସହଯୋଗ କରିବୁନି’

ରତ୍ନଗିରି, ୩୧।୫ (ଡି.ଏନ୍‌.ଏ.) -କରୋନା ପାଇଁ ଲକ୍‌ଡାଉନ୍‌ ଯୋଗୁ ଦୁଇ ମାସ ଧରି ବସ୍‌ ଚଳାଚଳ ବନ୍ଦ ରହିଥିଲା। ମାତ୍ର ଜୁନ୍‌ ୧ରୁ ବସ୍‌ ଚଳାଚଳ...

କେଉଁଠି ରଖିବେ କରୋନା ସଂକ୍ରମିତ ବ୍ୟକ୍ତି ବ୍ୟବହାର କରିଥିବା ବାସନ, ଲୁଗାପଟା

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୂରେଇବା ପାଇଁ ହେଲେ ମୁଖ୍ୟତଃ ସଫା ସୁତୁରା ରହିବା ସହ ସୋସିଆଲ...

ନିମ୍ନମାନର ପୋଷାକ ବିତରଣକୁ ବିରୋଧ

ବଡ଼ସାହି,୨୦ା୯(ସ୍ବ.ପ୍ର)- ବଡ଼ସାହି ବ୍ଲକ ଅଧୀନ ହରିପୁର ଉନ୍ନିତ ଉପ୍ରା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି ା...

ଇଟାଲିରେ ଥିବା ଭାରତୀୟଙ୍କୁ ଆଣିବାକୁ ବାହାରିଲା ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ବିଦେଶରେ ଥିବା ଆଉ କେତେଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ସରକାର...

ରାସ୍ତାଘାଟରେ ହାତୀ, ଲୋକେ ଭୟଭୀତ

ପରଜଙ୍ଗ, ୨୬ା୮(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ହାତୀ ଉପଦ୍ରବରୁ ତ୍ରାହି ମିଳୁନି। ସୋମବାର ସକାଳେ ନରହନ୍ତା ଦନ୍ତା କନ୍ଦରସିଂହା ଗ୍ରାମରେ ପଶି ତାଣ୍ଡବ କରିଥିଲା।...

୨୬ ଶ୍ରମିକଙ୍କୁ ସଂଗରୋଧ ଗୃହକୁ ପଠାଇଲା ପୋଲିସ

ଭବାନୀପାଟଣା/କୋକସରା,୨୦।୪(ସ୍ବ.ପ୍ର/ଡି.ଏନ.ଏ.): ଫୁଲବାଣୀରୁ ୨୬ଜଣ ଶ୍ରମିକ ନରଙ୍ଗପୁରକୁ ଚାଲିଚାଲି ଆସୁଥିବା ସମୟରେ ସୋମବାର ଆମପାଣି ପୋଲିସ ହାତରେ ଧରା ପଡିଥିଲେ। ପରେ ଉକ୍ତ ଶ୍ରମିକମାନଙ୍କୁ ସ୍ଥାନୀୟ ସଂଗରୋଧ...

Advertisement

BGU

Archives

Model This Week

Why Dharitri