Posted inଭଦ୍ରକ

ଧାମନଗରରେ ୭ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୮।୪-କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଦ୍ରୁତଗତିରେ ବଢ଼ି ଚାଲିଛି। ଏହାକୁ ଲକ୍ଷ୍ୟ ରଖି ଭଦ୍ରକ ପୋଲିସ ପ୍ରଶାସନ ପକ୍ଷରୁ ସହରରେ କଡ଼ାକଡ଼ି ଚେକିଂ କରାଯାଉଛି। ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟଙ୍କ ନେତୃତ୍ୱରେ ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଏହି ଚେକିଂରେ ସାମିଲ ହୋଇଥିଲା। ସହରର ବନ୍ତ ଛକ, ବାଇପାସ୍‌, କଚେରି, ଚରମ୍ପା ସମେତ ବିଭିନ୍ନ ଛକରେ ଜୋର୍‌ଦାର ଚେକିଂ କରାଯାଇଥିଲା। ଯେଉଁମାନେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଯେଉଁମାନେ ମାସ୍କ ପିନ୍ଧି ନ ଥିଲେ ସେମାନଙ୍କୁ ୨୦୦ ଟଙ୍କା ଜରିମାନା କରାଯାଇଛି। ସହରରେ ଅଯଥା ଗହଳି କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଇଥିଲା। ଧାମନଗର ଏନ୍‌ଏସି ଅଞ୍ଚଳରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ୭ ଦୋକାନକୁ ବୁଧବାର ସିଲ୍‌ କରାଯାଇଛି। ଭଦ୍ରକ ପିଡି ମଧୁସୂଦନ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଓ ଏନ୍‌ଏସି କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦୋକାନଗୁଡ଼ିକ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଏହି ଜିଲାରେ ବନ୍ଦ ରହିବ ୨୦୫ ସ୍କୁଲ, ୨୬୫ ଅଙ୍ଗନୱାଡି କେନ୍ଦ୍ର, ଜାଣନ୍ତୁ

ଭଦ୍ରକ,୨୦।୮(ସନାତନ ରାଉତ): ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri