ଘରେ କେହି ନ ଥିବାର ସୁଯୋଗ ନେଇ ଦୋକାନ-ଘରୁ ଚୋରି କରି ନେଇଥିଲେ, ୪ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଗୋପାଳପୁର,୨୯।୧(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ୍‌ ଥିବା ତାଲା ବନ୍ଦ ଘରୁ ଓ ଦୋକାନରୁ ସୁନା ଅଳଙ୍କାର ଚୋରି ମାମଲାରେ ବୁଧବାର ରାତିରେ ଗୋଳନ୍ଥରା ଥାନା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଅଧୀନ ଭିଷ୍ମଗିରି ଗ୍ରାମର ବିକାଶ ବିଷୋୟୀ (୨୩), ସିଲୁ ନାୟକ(୨୧), ପାଟପୁର ଅଞ୍ଚଳର କାଳିଆ ବେହେରା(୨୧), କବିସୂର୍ଯ୍ୟନଗର ଥାନା ଅଧିନ ବିରିସିଂ ଶରତ କୁମାର ନାୟକ (୩୨) ବୋଲି ପୋଲିସ ସୂଚନା ଦେଇଛି ।

ଅଭିଯୁକ୍ତ ମାନଙ୍କଠାରୁ ୪ ଟି ମୋବାଇଲ ଫୋନ,୧ ଲକ୍ଷ ୪୦ ହଜାର ଟଙ୍କା, ବାଲିପଡା ଏସବିଆଇ ଓ ଦିଗପହଣ୍ଡିରେ ଥିବା ଏକ ବେସରକାରୀ ଫାଇନାନ୍ସ କମ୍ପାନୀରେ ଜମା କରାଯାଇଥିବା ୫୬ ଗ୍ରାମ ସୁନା ଅଳଙ୍କାର କାଗଜ ପତ୍ର ,ଚୋରି କରିବା ପାଇଁ ବ୍ୟବହୃତ ସାମଗ୍ରୀ ସହ ବ୍ୟାଟେରୀ, ଇନଭେଣ୍ଟର, ବିଭିନ୍ନ ଘରୁ ଚୋରୀ ହୋଇଥିବା ସୁନା ଅଳଙ୍କାର ମେସିନ ପ୍ରମୁଖ ଜବତ କରିଛି।

ସୂଚନାଯୋଗ୍ୟ ଏହି ଥାନା ଅଧିନସ୍ଥ ରାଳବ ମୁଖ୍ୟରାସ୍ତାରେ ସୂର୍ଯ୍ୟ ନାରାୟଣ ଆଚାରୀରେ ଗୋଟିଏ ଦୋକାନ ସହ ଘର କରି ରହୁଥିଲେ। କୋଣସି କାର୍ଯ୍ୟ ନେଇ ପରିବାରଲୋକେ ବାହାରକୁ ଯାଇଥିଲେ l ଏହାର ସୁଯୋଗ ନେଇ ଗତ ଡ଼ିସେମ୍ବର ୧୮ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଘର ଓ ଦୋକାନ ଚାବି ଭାଙ୍ଗି ସୁନା, ରୂପା ଅଳଙ୍କାର ସହ ବିଭିନ୍ନ ସାମଗ୍ରୀ ଚୋରି କରିଥିଲେ। ଆଲମିରାରେ ଥିବା ୩ କିଲୋ ରୂପା ଅଳଙ୍କାର, ପ୍ରାୟ ୩୭୦ ଗ୍ରାମ ସୁନା ଅଳଙ୍କାର ଆଦି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଥାନା କେଶ ନଂ ୫୭୧/୨୪ ପ୍ରକାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା l ଅଭିଯୁକ୍ତ ମାନଙ୍କୁ ଚି଼ହ୍ନଟ କରିବା ପରେ ଗୋଳନ୍ଥରା ଥାନା ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିକାଶ, ସିଲୁ, କାଳିଆ ଓ ଶରତଙ୍କୁ କାବୁ କରିଥିଲେ l ବୁଧବାର ରାତି ଚାରି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି l ଲୁଟେରା ଗ୍ୟାଙ୍ଗଙ୍କ ନାମରେ ଗୋଳନ୍ଥରା ଥାନାରେ ୯ ଟି ମାମଲା, ବିଏନ୍‌ପୁର ଥାନାରେ ୨ ଟି, ଟାଉନ ଥାନା, ଚମାଖଣ୍ଡି ଥାନା, ଗୋଷାଣୀ ନୂଆଗାଁ ଥାନାରେ ଗୋଟିଏ ଲେଖାଏ ମାମଲାରେ, ଗୋପାଳପୁର ଥାନାରେ ୬ ଟି ମାମଲା ରହିଥିବା ପୋଲିସ ତଦନ୍ତ ଜାଣିବାକୁ ପାଇଛି l ପରେ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି l


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri