ହାତୀ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର,୧୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ଗାଡିମରା ଜୁଆଙ୍ଗ ସାହି ନିକଟରେ ବିଦ୍ୟୁତ ଆଘାତରେ ଦନ୍ତାହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ୫ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜନସନପୁର ଗ୍ରାମର ଚିତ୍ରସେନ ମୁଣ୍ଡା(୩୩), ଜିତୁ ମୁଣ୍ଡା(୪୩), ମିଥୁ ପ୍ରଧାନ(୨୩), ପୁତୁରା ପ୍ରଧାନ(୬୭) ଏବଂ ରୁଗୁଡି ଗ୍ରାମର ସନ୍ତୋଷ ମୁଣ୍ଡା(୩୩)। ସେମାନଙ୍କଠାରୁ ବନ ବିଭାଗ ଘଟଣାରେ ବ୍ୟବହାର ହୋଇଥିବା ତାର,କାଠ ଖୁଣ୍ଟ,ବୋତଲ ଆଦି ଜବତ କରିଛି। ସେମାନେ ଉକ୍ତ ଅଞ୍ଚଳରେ ବାର୍‌ହା ଆତଙ୍କ ଲାଗି ରହିଥିବାରୁ ବାର୍‌ହା ଶିକାର ପାଇଁ ତାର ବିଛାଇଥିଲେ। ଉକ୍ତ ବିଦ୍ୟୁତତାର ସଂସ୍ପର୍ଶରେ ଆସିି ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ଜାଣିପାରିଛି।

ପ୍ରକାଶ ଯେ, ଗତକାଲି ସଲେଇକେନା ଗାଁ ନିକଟ ଚାଷଜମିର ଏକ ୪୦ ବର୍ଷ ବୟସ୍କ ଦନ୍ତାହାତୀ ମୃତଦେହ ଠାବ ହୋଇଥିଲା। ବ୍ୟବଚ୍ଛେଦ ବେଳେ ହାତୀଟି ବିଦ୍ୟୁତ ଆଘାତର ମୃତ୍ୟୁବରଣ କରିଥିବା ଜାଣିବା ପରେ ବନ ବିଭାଗ ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଗିରଫ କରାଯାଇ ଅଧିକ ତଦନ୍ତ ଚାଲିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ୍‌ ଅଶୋକ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଲହରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୮ା୪: ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସମ୍ବଳ ଅଭାବରୁ ସମାଜର ଦୁର୍ବଳ ବର୍ଗ ବିଶେଷ କରି ଆର୍ଥତ୍କ ପଛୁଆ ଶ୍ରେଣୀ, ବାହାର କାମ କରୁଥିବା ଲୋକ ଏବଂ ବାସହୀନଙ୍କ…

ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ସରଗରମ: ବିଜେଡି ସହ ମେଣ୍ଟକୁ ନେଇ ଭକ୍ତ କରିଦେଲେ ବଡ଼ ଘୋଷଣା

ଭୁବନେଶ୍ୱର,୨୯ା୪ (ରବିନାରାୟଣ ଜେନା):ପଞ୍ଚାୟତ ନିର୍ବାଚନକୁ ଆଉ ପ୍ରାୟ ୧୦ ମାସରୁ ଅଧିକ ଦିନ ରହିଛି। ହେଲେ ଏବେଠାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ପିସିସି…

ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ ସାଧୁ ନେପାକ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ବିଦ୍ୟୁତ୍‌ ସମସ୍ୟା ସମାଧାନ ଦାବିରେ ସୋମବାର ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ…

ପତୋରା ଡ୍ୟାମ୍‌ ପାଣି ଶୁଖିଲା, ଚାଷୀଙ୍କ ଧାନ ମଲା

ନୂଆପଡ଼ା,୨୯ା୪ (ମକାରୁ ବେମାଲ):ନୂଆପଡ଼ା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପାଣି ଶୁଖିଲା ପରେ ଧାନଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି ା ପୋଖରୀ, ମୁଡା,…

ଧର୍ମ ପଚାରି ସୁରକ୍ଷା କର୍ମୀଙ୍କୁ ଛୁରାମାଡ଼

ମୁମ୍ବାଇ,୨୮ା୪: ମୁମ୍ବାଇର ମୀରା ରୋଡ୍‌ ଅଞ୍ଚଳର ଏକ ନିର୍ମାଣାଧୀନ ବିଲ୍ଡିଂରେ ୨ ସୁରକ୍ଷା କର୍ମୀଙ୍କୁ ଜଣେ ବ୍ୟକ୍ତି ସେମାନଙ୍କ ଧର୍ମ ପଚାରିବା ସହ ‘କଲ୍‌ମା’ (ଇସ୍‌ଲାମ ଧର୍ମ…

ଚର୍ଚ୍ଚାରେ ବନ କର୍ମଚାରୀଙ୍କ ଆନ୍ଦୋଳନ: ଅଧେ ଛୁଟିରେ, ଅଧେ କାର୍ଯ୍ୟରତ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ପ୍ରାୟ ୬୨ କର୍ମଚାରୀ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ…

ଗ୍ରୀଷ୍ମପ୍ରବାହରୁ ଦୁର୍ବଳ ବର୍ଗଙ୍କୁ ସୁରକ୍ଷା ଦେବା ପାଇଁ ଆଗୁଆ ପଦକ୍ଷେପ ଆବଶ୍ୟକ

ନୂଆଦିଲ୍ଲୀ,୨୯ା୪: ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସମ୍ବଳ ଅଭାବରୁ ସମାଜର ଦୁର୍ବଳ ବର୍ଗ ବିଶେଷ କରି ଆର୍ଥତ୍କ ପଛୁଆ ଶ୍ରେଣୀ, ବାହାର କାମ କରୁଥିବା ଲୋକ ଏବଂ ବାସହୀନଙ୍କ…

ସହମତିରେ ସମ୍ପର୍କ ରଖିଥିଲେ ଅପରାଧ ପ୍ରଶ୍ନ ଉଠୁଛି କେଉଁଠୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ସହମତିରେ ସମ୍ପର୍କ ରଖିଥିଲେ ଅପରାଧର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସୁପ୍ରିମକୋର୍ଟ ସୋମବାର ଜଣେ ମହିଳାଙ୍କୁ ପ୍ରଶ୍ନ କରିଛନ୍ତି। ମହିଳା ଜଣକ ପୂର୍ବରୁ ଲିଭ୍‌-ଇନ୍‌ ରିଲେଶନ୍‌ଶିପ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri