ଲୁଟ୍‌ ମାମଲାରେ ୨ ଜଣଙ୍କୁ ଗିରଫ କଲା ପୋଲିସ

ଦେବଗଡ,୯।୩(ଡି. ଏନ. ଏ.): ଦେବଗଡ଼ର ବିଭିନ୍ନ ଅଞ୍ଚଳରୁ ଟଙ୍କା ଲୁଟ୍‌ କରୁଥିବା ୨ ଡକାୟତଙ୍କୁ ଦେବଗଡ଼ ପୋଲିସ ଗିରଫ କରିଛି। ସେମାନେ ହେଲେ କଂଗ୍ରେସପୁର ଗାଁର ବଳରାମ ପାତ୍ର , ରମାକାନ୍ତ ପାତ୍ର । ପୋଲିସ ତାଙ୍କ ନିକଟରୁ ୧୬ହଜାର ଟଙ୍କା ଜବତ କରିବା ସହ ବ୍ୟବହୃତ ମୋଟର ସାଇକେଲ ଏବଂ ଏକ ମାରାଣାସ୍ତ୍ର ଜବତ କରିଛି। ଗତ ମାର୍ଚ୍ଚ ୨ତାରିଖରେ ଝୁମ୍ପୁରା ଗ୍ରାମର ଗଙ୍ଗାଧର ସାହୁ ନାମକ ଜଣେ ବ୍ୟବସାୟୀଙ୍କଠାରୁ ରାସ୍ତାରୁ ଏହି ଦୁଇ ଅଭିଯୁକ୍ତ ୨୦ ହଜାର ଲୁଟି ନେଇଥିଲେ। ପରେ ଏ ନେଇ ଗଙ୍ଗାଧର ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଦ୍ୱୟ ଦେବଗଡ଼ ଥାନା ଅଞ୍ଚଳର କଂଗ୍ରେସପୁର ଗ୍ରାମର ଜାଣିବାକୁ ପାଇଥିଲା । ଏହାପରେ ଦେବଗଡ଼ ପୋଲିସ ଗିରଫ କରି ଅଧିକ ତଦନ୍ତ ପରେ ସେମାନେ ଆଉ ଦୁଇଟି ଲୁଟ୍‌ ମାମଲାରେ ସାମିଲ ଥିବା ଜାଣିବାକୁ ପାଇଥିଲା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଦେବଗଡ଼ ଆଇଆଇସି ସୁରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ଦାବିରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ତାଳଚେର, ୩ା୬(ନି.ପ୍ର.) ତାଳଚେର ବ୍ଲକ ବିକ୍ରମପୁର ଥାନା ଅନ୍ତର୍ଗତ ଭଞ୍ଜ କଲୋନୀରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ଯୌତୁକଜନିତ ହତ୍ୟା ବୋଲି ପରିବାର ପକ୍ଷରୁ ଥାନାରେ...

କର୍ଲାମୁଣ୍ଡା ବ୍ଲକ: ଯୁକ୍ତ ୨ରେ ୮୭.୧୪ % ପାସ୍‌

କର୍ଲାମୁଣ୍ଡା,୧୦ା୮(ଡି.ଏନ.ଏ.): ଚଳିତବର୍ଷର ଯୁକ୍ତ ୨ କଳା ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଜେକେ କଲେଜ ଛାତ୍ରୀ ପୂଜା...

ମେୟରଙ୍କୁ ଘେରିଲେ ଓ୍ବାର୍ଡବାସିନ୍ଦା

କଟକ ଅଫିସ,୮।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୪୬ ନମ୍ବର ଓ୍ବାର୍ଡ ମଙ୍ଗଳବାର ପରିଦର୍ଶନବେଳେ ମେୟର ସୁବାସ ସିଂଙ୍କୁ ସ୍ଥାନୀୟ ଲୋକେ ଘେରାଉ କରିଥିଲେ। ଏହି...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ ବାର୍‌ହା ଶିକାର ପାଇଁ ବିଛାଯାଇଥିଲା

ନୟାଗଡ଼ ଅଫିସ,୨୨ା୧୦: ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ସୋମବାର ନୟାଗଡ଼ ଜିଲାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ...

ମୋରଡ଼ାରେ ଡବଲ ମର୍ଡର: ସ୍ତ୍ରୀ, ଶାଶୁ ମୃତ: ପୋଲିସର ଅବହେଳାକୁ ଦାୟୀକଲେ ସ୍ଥାନୀୟ ଲୋକେ

ବାରିପଦା ଅଫିସ,୧୭।୬: ମୋରଡ଼ା ଥାନା ଚିକିଟାମାଟିଆ ପଞ୍ଚାୟତ ଖୁଣ୍ଟାପାଳ ଗ୍ରାମରେ ସୋମବାର ଏକ ଡବଲ ମର୍ଡର ଘଟିଛି। ସକାଳ ପ୍ରାୟ ସାଢ଼େ ୬ଟାରେ ଅନୈତିକ ସମ୍ପର୍କ...

ହାତବାନ୍ଧି ବସିଛନ୍ତି ଚାଷୀ

କେନ୍ଦ୍ରାପଡ଼ା ଅଫିସ,୧୦।୭: ମୌସୁମୀ ପ୍ରବେଶକୁ ଇତିମଧ୍ୟରେ ୩ସପ୍ତାହ ବିତିଗଲାଣି। ହେଲେ କେନ୍ଦ୍ରାପଡ଼ା ଜିଲାରେ ଆଶାନୁରୂପକ ବର୍ଷା ହୋଇନାହିଁ। ଆସନ୍ତା ୧୦ ତାରିଖ ମଧ୍ୟରେ କେନାଲରେ ପାଣି...

କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ

କେନ୍ଦୁଝର, ୧୪ା୨ (ସ୍ବ.ପ୍ର.) କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଭିତରେ...

Advertisement
Archives

Model This Week