
ପାରଳାଖେମୁଣ୍ଡି୩।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଗୁରୁବାର ଏକ ଜୁଆଆଡ୍ଡା ଉପରେ ଚଢାଉ କରି ୭ଜଣ ଜୁଆଡିଙ୍କୁ ଗିରଫ କରିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାରଳାଖେମୁଣ୍ଡି ପୋଲିସ କୁର୍ଲୁଣ୍ଡା ଗ୍ରାମର କାଜୁ ତୋଟାରେ ଚଢାଉ କରିଥିଲା। ଚଢାଉ ବେଳେ ପୋଲିସ ବଡ଼ ଧରଣର ଜୁଆଖେଳ ଚାଲିଥିବା ଜାଣିବାକୁ ପାଇଥିଲା।
ପୋଲିସ ଚଢାଉ ବେଳେ କେତେଜଣ ଜୁଆଡି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ହେଲେ ପୋଲିସ ମାଡିବସି ୭ଜଣ ଜୁଆଡିଙ୍କୁ ଗିରଫ କରିଥିଲା। ଏପରିକି ପୋଲିସ ଘଟଣାସ୍ଥଳରୁ ୩୦ଟି ବାଇକ୍, ୩ ଲକ୍ଷ ୬୬ହଜାର ୨୦୦ ଟଙ୍କା ଜବତ କରିଛି। ମାମଲାର ତଦନ୍ତ ଜାରି ରହିଛି ବୋଲି ଜିଲା ଆରକ୍ଷୀ ଅଧକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସୂଚନା ଦେଇଛନ୍ତି।