ସୁମିତଙ୍କୁ ଖୋଜୁଛି ପୋଲିସ

ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ପାଇଁ ତପସ୍ବିନୀ ଦାଶ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍‌ର ତାଙ୍କ ଶ୍ୱଶୁର ଘର ଆଗରେ ଧାରଣା ଜାରି ରଖିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଡା.ସୁମିତ ସାହୁ କାନ୍ଥ ପାଚେରି ଡେଇଁ ପଳାଇଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି। ଯଦି ସୁମିତଙ୍କ ଦେହ ଅସୁସ୍ଥ ଅଛି ସେ କାନ୍ଥ ଡେଇଁ ଗଲେ କେମିତି। ସୁମିତ ଜାଣିଶୁଣି ଚକ୍ରାନ୍ତ କରୁଛନ୍ତି। ଯଦି ତାଙ୍କ ଦେହ ଖରାପ ସେ ଏବେ କେଉଁଠି ଚିକିତ୍ସିତ ହେଉଛନ୍ତି ତାହା କୁହନ୍ତୁ ବୋଲି ତପସ୍ବିନୀ କହିଛନ୍ତି। ଯାହା ହେଲେ ବି ତାଙ୍କ ଉପରେ ବିଶ୍ୱାସ ଅଛି। ସେ ନିଶ୍ଚିତ ଫେରିବେ ବୋଲି ତପସ୍ବିନୀ ଆଶା ରଖିଛନ୍ତି। ଶନିବାର ଆସିକା ଓ ବ୍ରହ୍ମପୁର ପୋଲିସର ଏକ ଟିମ୍‌ ସୁମିତଙ୍କ ବ୍ରହ୍ମାନଗରସ୍ଥିତ ଘରକୁ ଯାଇ ତାଙ୍କୁ ଖୋଜାଖୋଜି କରିଥିଲେ ା କନ୍ତୁ ନ ପାଇବାରୁ ତାଙ୍କ ବାପାଙ୍କୁ ପଚରାଉଚରା କରି ଫେରିଥିବା ଜଣାପଡିଛି।

ଶନିବାର ତପସ୍ବିନୀ ସାମାଜିକକର୍ମୀ ପ୍ରମିଳା ତ୍ରିପାଠୀଙ୍କ ସହ ଧାରଣା ଜାରି ରଖିଛନ୍ତି। ସେହିପରି କେତେଜଣ ଆଇନଜୀବୀ ଧାରଣାସ୍ଥଳକୁ ଯାଇ ତପସ୍ବିନୀଙ୍କ ସହିତ ଆଲୋଚନା କରି ଏଭଳି ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ପଡ଼ୋଶୀମାନେ ମଧ୍ୟ ତପସ୍ବିନୀଙ୍କୁ ସମର୍ଥନ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, ଗତ ୯ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ତପସ୍ବିନୀଙ୍କ ପିଟିଶନ୍‌ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ୧୦ତାରିଖ ସକାଳୁ ଡା. ସୁମିତ ୫ଦିନ ଛୁଟି ଆବେଦନ କରି କୁଆଡ଼େ ଚାଲିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ସାମ୍ନାକୁ ଆସୁ ନ ଥିବା ତପସ୍ବିନୀ ଅଭିଯୋଗ କରିଛନ୍ତି। ସେ ପ୍ରଥମ ପର୍ଯ୍ୟାୟରେ ୫ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୮ଦିନ ଛୁଟି ନେଇଛନ୍ତି। ସୁମିତ ଫେରୁ ନ ଥିବାରୁ ବାଧ୍ୟ ହୋଇ ଶୁକ୍ରବାର ତପସ୍ବିନୀ ଆସିକା ଚିନିକଳ ଆଇବି ଛାଡ଼ି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଆସିଥିଲେ। ଏସ୍‌ଡିଜେଏମ୍‌ ପିଟିଶନ୍‌ ଶୁଣାଣି କରି ଆସନ୍ତା ୨୦ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଏହା ସହିତ ସୁମିତଙ୍କ ନିଖୋଜ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପାଇଁ କୋର୍ଟ କହିଥିଲେ। ଏ ସମ୍ପର୍କରେ ତପସ୍ବିନୀ ପୂର୍ବରୁ ଆସିକା ଥାନାରେ ଅଭିଯୋଗ କରି ସାରିଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ଏଣୁ ଆସନ୍ତା ୨୦ ତାରିଖର ଶୁଣାଣି ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇନଜୀବୀ ପଟ୍ଟନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri