ଅପମୃତ୍ୟୁ ମାମଲା କରି ବସିପଡ଼ିଛି ପୋଲିସ

କଟକ,୧୪।୨: କଟକ-ଭୁବନେଶ୍ୱର ମଝି ବମ୍ଫକୁଦଠାରେ ଘରୋଇ ଠିକା ସଂସ୍ଥା ଦ୍ୱାରା ନିର୍ମାଣାଧୀନ ୮ତାଲା ବିଶିଷ୍ଟ ଅଟାଳିକାରୁ ପଡ଼ି ଶନିବାର ଜଣେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ମୃତ ଶ୍ରମିକ ମୟୂରଭଞ୍ଜର ସୁକାନ୍ତ ତନ୍ତୀ (୪୦)। ସେ ଦୀର୍ଘ ଦିନ ହେବ ଉକ୍ତ ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ଉକ୍ତ ଘଟଣାକୁ ଚପାଇ ଦେବା ପାଇଁ ସମ୍ପୃକ୍ତ ନିର୍ମାଣ ସଂସ୍ଥା ଜୋରଦାର ଉଦ୍ୟମ ଚଳାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି କମିଶନରେଟ ପେଲିସ ଅଧିନରେ ଥିବା କଟକ ସଦର ଥାନା ପୋଲିସ ସବୁ ଜାଣି ମଧ୍ୟ ଚୁପ ବସିଛି। ଏପରିକି ଏଭଳି କିଛି ଘଟଣା ଘଟି ନାହିଁ ବୋଲି ପ୍ରଥମରୁ ମନା କରୁଥିବା ଥାନା ଅଧିକାରୀ ପରବର୍ତ୍ତୀ ସମୟରେ ଏହାକୁ ସ୍ବୀକାର କରିଥିଲେ। କେବଳ ଏକ ଅପମୃତ୍ୟୁ ମାମଲା(ନଂ.୪/୨୦୨୨)ରୁଜୁ କରି ପୋଲିସ ଚୁପ ହୋଇ ବସି ପଡିଛି। ଶନିବାର ମାମଲାକୁ ଘଣ୍ଟ ଘୋଡାଇବା ସହ ଶବ ବ୍ୟବଚ୍ଛେଦ ଆଦି କାର୍ଯ୍ୟ ପାଇଁ ଦିନ ଶେଷ ହୋଇଗଲା। ରବିବାର ଛୁଟି ଦିନ ସାଙ୍ଗକୁ କର୍ମଚାରୀ ଅଭାବ କହି ତଦନ୍ତ ଅଧିକାରୀ ସମୟ ବିତାଇ ଦେବାକୁ ସୁଯୋଗ ଖୋଜୁଥିବା ଜଣାପଡିଛି।
ଅପରପକ୍ଷରେ କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ଓ୍ବାର୍ଡ ନଂ ୫୯ ପରିସୀମାରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ସିଏମ୍‌ସି ପକ୍ଷରୁ ସେପରି କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ସିଏମସିର କମିଶନରଙ୍କ ଠାରୁ ନେଇ ଶ୍ରମ ଅଧିକାରୀଙ୍କ ପର୍ଯ୍ୟନ୍ତ ଉକ୍ତ ଘଟଣା ବିଷୟରେ ଅବଗତ ନାହାନ୍ତି ବୋଲି ସୂଚନା ମିଳିଛି। ସୋମବାର ଏ ବିଷୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ଅତିରିକ୍ତ କମିଶନର ସୁମିତା ସରକାର କହିଛନ୍ତି। ସେହିଭଳି ନିର୍ମାଣାଧୀନ ସଂସ୍ଥାର ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଚୁକ୍ତିନାମାର ଅବଧି ଶେଷ ହେବାକୁ ବସିଥିବାରୁ ଘରୋଇ ଠିକା ସଂସ୍ଥା କାର୍ଯ୍ୟ ଶେଷ ପାଇଁ ବେଆଇନ ଭାବେ ଶହ ଶହ ଶ୍ରମିକଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରି ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ବୋଲି କିଛି ଶ୍ରମିକ ସୂଚନା ଦେଇଛନ୍ତି। ବିଶେଷ କରି ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ କୌଣସି ଶ୍ରମିକ ସରକାରଙ୍କ କୋଠାବାଡି ନିୟମ ଅନୁସାରେ କାର୍ଯ୍ୟ କରୁ ନଥିବା ଜଣାପଡିଛି। କାରଣ ବୃହତ୍‌ ଅଟ୍ଟାଳିକା ନିର୍ମାଣ ସମୟରେ ଠିକା ସଂସ୍ଥା ସମସ୍ତ ଶ୍ରମିକଙ୍କ ସୂଚନା ସ୍ଥାନୀୟ ଶ୍ରମ ଅଧିକାରୀଙ୍କ ନିକଟରେ ଦାଖଲ କରି କାର୍ଯ୍ୟ କରିବା କଥା। କିନ୍ତୁ ସେ ସବୁ କିଛି କରାଯାଇ ନଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ୨୦୦୯ରେ ସରକାର କୋଠାବାଡି ଶ୍ରମିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଫଳରେ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ଶ୍ରମିକ ବିଭିନ୍ନ ସୁବିଧା ଓ ସହାୟତା ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?