ଅପମୃତ୍ୟୁ ମାମଲା କରି ବସିପଡ଼ିଛି ପୋଲିସ

କଟକ,୧୪।୨: କଟକ-ଭୁବନେଶ୍ୱର ମଝି ବମ୍ଫକୁଦଠାରେ ଘରୋଇ ଠିକା ସଂସ୍ଥା ଦ୍ୱାରା ନିର୍ମାଣାଧୀନ ୮ତାଲା ବିଶିଷ୍ଟ ଅଟାଳିକାରୁ ପଡ଼ି ଶନିବାର ଜଣେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ମୃତ ଶ୍ରମିକ ମୟୂରଭଞ୍ଜର ସୁକାନ୍ତ ତନ୍ତୀ (୪୦)। ସେ ଦୀର୍ଘ ଦିନ ହେବ ଉକ୍ତ ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ହେଲେ ଉକ୍ତ ଘଟଣାକୁ ଚପାଇ ଦେବା ପାଇଁ ସମ୍ପୃକ୍ତ ନିର୍ମାଣ ସଂସ୍ଥା ଜୋରଦାର ଉଦ୍ୟମ ଚଳାଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏପରିକି କମିଶନରେଟ ପେଲିସ ଅଧିନରେ ଥିବା କଟକ ସଦର ଥାନା ପୋଲିସ ସବୁ ଜାଣି ମଧ୍ୟ ଚୁପ ବସିଛି। ଏପରିକି ଏଭଳି କିଛି ଘଟଣା ଘଟି ନାହିଁ ବୋଲି ପ୍ରଥମରୁ ମନା କରୁଥିବା ଥାନା ଅଧିକାରୀ ପରବର୍ତ୍ତୀ ସମୟରେ ଏହାକୁ ସ୍ବୀକାର କରିଥିଲେ। କେବଳ ଏକ ଅପମୃତ୍ୟୁ ମାମଲା(ନଂ.୪/୨୦୨୨)ରୁଜୁ କରି ପୋଲିସ ଚୁପ ହୋଇ ବସି ପଡିଛି। ଶନିବାର ମାମଲାକୁ ଘଣ୍ଟ ଘୋଡାଇବା ସହ ଶବ ବ୍ୟବଚ୍ଛେଦ ଆଦି କାର୍ଯ୍ୟ ପାଇଁ ଦିନ ଶେଷ ହୋଇଗଲା। ରବିବାର ଛୁଟି ଦିନ ସାଙ୍ଗକୁ କର୍ମଚାରୀ ଅଭାବ କହି ତଦନ୍ତ ଅଧିକାରୀ ସମୟ ବିତାଇ ଦେବାକୁ ସୁଯୋଗ ଖୋଜୁଥିବା ଜଣାପଡିଛି।
ଅପରପକ୍ଷରେ କଟକ ମହାନଗର ନିଗମ (ସିଏମସି) ଅନ୍ତର୍ଗତ ଓ୍ବାର୍ଡ ନଂ ୫୯ ପରିସୀମାରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଥିଲେ ମଧ୍ୟ ସିଏମ୍‌ସି ପକ୍ଷରୁ ସେପରି କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏ ସମ୍ପର୍କରେ ସିଏମସିର କମିଶନରଙ୍କ ଠାରୁ ନେଇ ଶ୍ରମ ଅଧିକାରୀଙ୍କ ପର୍ଯ୍ୟନ୍ତ ଉକ୍ତ ଘଟଣା ବିଷୟରେ ଅବଗତ ନାହାନ୍ତି ବୋଲି ସୂଚନା ମିଳିଛି। ସୋମବାର ଏ ବିଷୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମସି ଅତିରିକ୍ତ କମିଶନର ସୁମିତା ସରକାର କହିଛନ୍ତି। ସେହିଭଳି ନିର୍ମାଣାଧୀନ ସଂସ୍ଥାର ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଚୁକ୍ତିନାମାର ଅବଧି ଶେଷ ହେବାକୁ ବସିଥିବାରୁ ଘରୋଇ ଠିକା ସଂସ୍ଥା କାର୍ଯ୍ୟ ଶେଷ ପାଇଁ ବେଆଇନ ଭାବେ ଶହ ଶହ ଶ୍ରମିକଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରି ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି ବୋଲି କିଛି ଶ୍ରମିକ ସୂଚନା ଦେଇଛନ୍ତି। ବିଶେଷ କରି ନିର୍ମାଣାଧୀନ କାର୍ଯ୍ୟରେ ନିୟୋଜିତ କୌଣସି ଶ୍ରମିକ ସରକାରଙ୍କ କୋଠାବାଡି ନିୟମ ଅନୁସାରେ କାର୍ଯ୍ୟ କରୁ ନଥିବା ଜଣାପଡିଛି। କାରଣ ବୃହତ୍‌ ଅଟ୍ଟାଳିକା ନିର୍ମାଣ ସମୟରେ ଠିକା ସଂସ୍ଥା ସମସ୍ତ ଶ୍ରମିକଙ୍କ ସୂଚନା ସ୍ଥାନୀୟ ଶ୍ରମ ଅଧିକାରୀଙ୍କ ନିକଟରେ ଦାଖଲ କରି କାର୍ଯ୍ୟ କରିବା କଥା। କିନ୍ତୁ ସେ ସବୁ କିଛି କରାଯାଇ ନଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ୨୦୦୯ରେ ସରକାର କୋଠାବାଡି ଶ୍ରମିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଫଳରେ ସରକାରଙ୍କ ନିକଟରେ ପଞ୍ଜୀକୃତ ହୋଇଥିବା ଶ୍ରମିକ ବିଭିନ୍ନ ସୁବିଧା ଓ ସହାୟତା ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri