Posted inଜାତୀୟ

ପୋଲାଭରମ ଯୋଗୁ ଓଡ଼ିଶାର ୧୦୦୨ ପରିବାର ପ୍ରଭାବିତ ହେବେ

ନୂଆଦିଲ୍ଲୀ, ୩ା୨: ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ନଦୀବନ୍ଧ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ଅନୂ୍ୟନ ୧୦୦୨ ପରିବାର ପ୍ରଭାବିତ ହେବେ। ସେଥିରୁ ୯୦୩ ପରିବାର ହେଉଛନ୍ତି ଆଦିବାସୀ। ରାଜ୍ୟ ସଭାରେ ବୁଧବାର ବିଜେଡି ସଦସ୍ୟ ସସ୍ମିତ ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉକ୍ତ ପ୍ରକଳ୍ପ ଯୋଗୁ ଓଡ଼ିଶା ଓ ଛତିଶଗଡ଼ର ଅଞ୍ଚଳକୁ ଜଳମଗ୍ନ ହେବାରୁ ଏଡ଼ାଇବା ପାଇଁ ସୁରକ୍ଷାତ୍ମକ ତଟବନ୍ଧ ନିର୍ମାଣର ପ୍ରସ୍ତାବ ଦିଆଯାଇଥିବା ପ୍ରୋଜେକ୍ଟ ପ୍ରପୋନେଣ୍ଟ ଅଥରିଟି ସୂଚନା ଦେଇଛନ୍ତି। ଏହା ନିର୍ମାଣ କରା ନ ଗଲେ ଓଡ଼ିଶାର ୧୦୦୨ ପରିବାର ପ୍ରଭାବିତ ହେବେ। ପ୍ରକଳ୍ପ ଯୋଗୁ ଆନ୍ଧ୍ରପ୍ରଦେଶରେ ବିସ୍ଥାପିତ ହୋଇଥିବା ମୋଟ ପରିବାର ସଂଖ୍ୟା ୧,୦୬,୦୦୬ ଯହିଁରୁ ୫୬,୫୦୪ ପରିବାରର ୧,୬୪,୭୫୨ ସଦସ୍ୟ ହେଉଛନ୍ତି ଆଦିବାସୀ।
ଆନ୍ଧ୍ର ସରକାରଙ୍କ ପକ୍ଷରୁ ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ୨୦୦୭ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ଏ ନେଇ ସର୍ବୋଚ୍ଚ ଅଦାଲତରେ ଏକ ଅରିଜିନାଲ ସୁଟ୍‌ ଦାଖଲ କରାଯାଇଛି। ଏହି ପ୍ରକଳ୍ପ ଯୋଗୁ ଓଡ଼ିଶାର ବହୁ ଅଞ୍ଚଳ ଜଳମଗ୍ନ ହୋଇଯିବ। ଫଳରେ ଅନେକ ଆଦିବାସୀ ପରିବାର ବାସଚ୍ୟୁତ ଓ ଭୂମିହୀନ ହୋଇଯିବେ ବୋଲି ଉକ୍ତ ଆବେଦନରେ ଉଲ୍ଲେଖ କରାଯାଇଛି। ୨୦୨୦ ଫେବୃୟାରୀ ପରଠାରୁ ଏହି ପିଟିଶନର ଶୁଣାଣି କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?