ବିଷ, ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): ପ୍ରାକୃତିକ ପରିବେଶକୁ ନେଇ ନିଜକୁ ସୁରକ୍ଷିତ ମନେ କରନ୍ତି ପକ୍ଷୀ ଓ ବନ୍ୟଜନ୍ତୁ। ବିଭିନ୍ନ ପ୍ରଜାତିର ପକ୍ଷୀ ଖାପଖୁଆଇଲା ଭଳି ପରିବେଶରେ ବସା ବାନ୍ଧିଥାନ୍ତି। କୌଣସି ବିପଦ ଆଶଙ୍କା ପୂର୍ବରୁ ସେହି ସ୍ଥାନ ପରିତ୍ୟାଗ କରନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଅଧିକାଂଶ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଦେଶୀୟ ପକ୍ଷୀଙ୍କ ସମ୍ଭାର ଦେଖିବାକୁ ମିଳୁଛି। ଗୋବରୀ ନଦୀ ପାଶର୍‌ବବର୍ତ୍ତୀ ଲୁଣା ଓ ହେନ୍ତାଳ ଜଙ୍ଗଲ ନାଳର ଉପର ସ୍ଥାନରେ ସୁରକ୍ଷିତ ଓରୁଅପାଳ ଘଞ୍ଚ ବୁଦାରେ ବଉଳା କୁମ୍ଭୀରଙ୍କ ବସାରେ ଅଣ୍ଡା ଦେଇଥାନ୍ତି। ଅପରପକ୍ଷେ ଅନେକ ସମୟରେ ଦେଶୀୟ ପକ୍ଷୀଙ୍କ ଉପରେ ସ୍ଥାନୀୟ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡେ। ଶିକାରୀମାନେ ନଦୀ ମଧ୍ୟରେ ଡଙ୍ଗା ସାହାଯ୍ୟରେ ଜଙ୍ଗଲରେ ସତର୍କତାର ସହ ପ୍ରବେଶ କରି ଫାଶ, ଜାଲ, ଚୂନା ମାଛରେ ବିଷ ଦେବା ଓ ଛିଟିକିଣୀ ବସାଇ ଏହି ପକ୍ଷୀଙ୍କୁ ଶିକାର କରୁଥିବା ଅଭିଯୋଗ ହେଉଛି। ଏହାର ସୁରକ୍ଷା ପାଇଁ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ପରିବେଶବିତ୍‌, ପକ୍ଷୀ ପ୍ରେମୀମାନେ ଦାବି କରିଛନ୍ତି। ମହାକାଳପଡା ବ୍ଲକ ଉପକୂଳ ଏକଲପୁର ଗ୍ରାମ ସଂଲଗ୍ନ ପାର୍ଶ୍ୱରେ ବୋହିଯାଇଛି ଗୋବରୀ ନଦୀ ପାର୍ଶ୍ୱ ତ୍ରିକୋଣଭୂମି ଅଞ୍ଚଳର ୧୦୦ ଏକରରୁ ଅଧିକ ଓରୁଅପାଳ ଘଞ୍ଚ ଲୁଣା ଜଙ୍ଗଲ ପରିବେଷ୍ଟିତ ହୋଇ ରହିଛି।
ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ। ବନ୍ୟଜନ୍ତୁଙ୍କ ମଧ୍ୟରେ ହରିଣ, ବାର୍‌ହା, ସାଳୁଆ ପତାନି, ହେଟା, ଶିଆଳ ସମେତ ବିଭିନ୍ନ ପ୍ରଜାତିର ଦେଶୀ ପକ୍ଷୀଙ୍କ ମଧ୍ୟରେ ବଗ, ଗେଣ୍ଡାଳିଆ, କାମ ଚଢ଼େଇ ସମେତ ସରୀସୃପ ତଥା କ୍ୟାମିଲିଆନ ପ୍ରଜାତିର ସାତରଙ୍ଗୀ ଏଣ୍ଡୁଅ, ବଉଳା କୁମ୍ଭୀର ବସା ରହିଛି। ବିଶେଷକରି ଏହି ଜଙ୍ଗଲରେ ଲୁଣା ଜାତୀୟ ଓରୁଅ ଗଛ ଦେଖିବାକୁ ମିଳେ। ବନୀ, ରାଇ, ସୁନ୍ଦରୀ, କେରୁହା, ସିନ୍ଦୂକା, କାଳିଆଖାଡି, ନାଳିଆ ଘାସ, ହେନ୍ତାଳ ଗଛ ଦେଖିବାକୁ ମିଳେ। ଓରୁଅ ଫଳ ପାଚିଲେ ପକ୍ଷୀମାନେ ଖାଇଥାନ୍ତି। ଚାଷ ଜମିରୁ ପକ୍ଷୀମାନେ ଚୁନା ମାଛ, ପୋକ ଜୋକ, କୀଟପତଙ୍ଗ, ଝିଣ୍ଟିକା ସମେତ ବିଭିନ୍ନ ଖାଦ୍ୟ ଖାଇବା ସହ ଛୁଆଙ୍କ ପାଇଁ ବସା ମଧ୍ୟକୁ ନେଇଥାନ୍ତି। ଝଡ଼ବର୍ଷା ପବନ ହେଲେ ଏହି ପକ୍ଷୀମାନେ ବାହାରକୁ ନ ଯାଇ ବସାରେ ଶାବକ ସହ ନିଜେ ସୁରକ୍ଷିତ ଭାବେ ରୁହନ୍ତି। ସ୍ଥାନୀୟ ଲୋକମାନେ କହିବା କଥା ଏହି ଜଙ୍ଗଲ ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରୀୟ ସଂରକ୍ଷଣ ଜଙ୍ଗର ଘୋଷଣା ହୋଇପାରିଲେ ଅନେକ ବନ୍ୟଜନ୍ତୁ, ପକ୍ଷୀଙ୍କ ବଂଶ ବୃଦ୍ଧି ପାଇ ପାରନ୍ତା। ଏଥିସହ ଦୂର ସ୍ଥାନରୁ ପର୍ଯ୍ୟଟକମାନେ ଏହି ସ୍ଥାନରେ ଭିଡ଼ ଜମେଇ ଗୋବରୀ ନଦୀର ଡଙ୍ଗାରେ ପରିଭ୍ରମଣ କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ବଢୁଛି ଜଳସ୍ତର, ସତର୍କ କରାଇଲେ ସରକାର

କାଠମାଣ୍ଡୁ,୩୦।୮: ବୁଧବାର ହୋଇଥିବା ଭୟଙ୍କର ବନ୍ୟା ପରେ ନେପାଳର ପରିସ୍ଥିତି ଗମ୍ଭୀର ରହିଛି। ମଧ୍ୟ ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୭୩୪ ରେ ପହଞ୍ଚିଛି, ଯେତେବେଳେ…

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri