ବିଷ, ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): ପ୍ରାକୃତିକ ପରିବେଶକୁ ନେଇ ନିଜକୁ ସୁରକ୍ଷିତ ମନେ କରନ୍ତି ପକ୍ଷୀ ଓ ବନ୍ୟଜନ୍ତୁ। ବିଭିନ୍ନ ପ୍ରଜାତିର ପକ୍ଷୀ ଖାପଖୁଆଇଲା ଭଳି ପରିବେଶରେ ବସା ବାନ୍ଧିଥାନ୍ତି। କୌଣସି ବିପଦ ଆଶଙ୍କା ପୂର୍ବରୁ ସେହି ସ୍ଥାନ ପରିତ୍ୟାଗ କରନ୍ତି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଅଧିକାଂଶ ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଦେଶୀୟ ପକ୍ଷୀଙ୍କ ସମ୍ଭାର ଦେଖିବାକୁ ମିଳୁଛି। ଗୋବରୀ ନଦୀ ପାଶର୍‌ବବର୍ତ୍ତୀ ଲୁଣା ଓ ହେନ୍ତାଳ ଜଙ୍ଗଲ ନାଳର ଉପର ସ୍ଥାନରେ ସୁରକ୍ଷିତ ଓରୁଅପାଳ ଘଞ୍ଚ ବୁଦାରେ ବଉଳା କୁମ୍ଭୀରଙ୍କ ବସାରେ ଅଣ୍ଡା ଦେଇଥାନ୍ତି। ଅପରପକ୍ଷେ ଅନେକ ସମୟରେ ଦେଶୀୟ ପକ୍ଷୀଙ୍କ ଉପରେ ସ୍ଥାନୀୟ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡେ। ଶିକାରୀମାନେ ନଦୀ ମଧ୍ୟରେ ଡଙ୍ଗା ସାହାଯ୍ୟରେ ଜଙ୍ଗଲରେ ସତର୍କତାର ସହ ପ୍ରବେଶ କରି ଫାଶ, ଜାଲ, ଚୂନା ମାଛରେ ବିଷ ଦେବା ଓ ଛିଟିକିଣୀ ବସାଇ ଏହି ପକ୍ଷୀଙ୍କୁ ଶିକାର କରୁଥିବା ଅଭିଯୋଗ ହେଉଛି। ଏହାର ସୁରକ୍ଷା ପାଇଁ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ ପରିବେଶବିତ୍‌, ପକ୍ଷୀ ପ୍ରେମୀମାନେ ଦାବି କରିଛନ୍ତି। ମହାକାଳପଡା ବ୍ଲକ ଉପକୂଳ ଏକଲପୁର ଗ୍ରାମ ସଂଲଗ୍ନ ପାର୍ଶ୍ୱରେ ବୋହିଯାଇଛି ଗୋବରୀ ନଦୀ ପାର୍ଶ୍ୱ ତ୍ରିକୋଣଭୂମି ଅଞ୍ଚଳର ୧୦୦ ଏକରରୁ ଅଧିକ ଓରୁଅପାଳ ଘଞ୍ଚ ଲୁଣା ଜଙ୍ଗଲ ପରିବେଷ୍ଟିତ ହୋଇ ରହିଛି।
ଜଙ୍ଗଲରେ ବିଭିନ୍ନ ପ୍ରଜାତିର ଦେଶୀୟ ଓ ବିଦେଶୀ ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳେ। ବନ୍ୟଜନ୍ତୁଙ୍କ ମଧ୍ୟରେ ହରିଣ, ବାର୍‌ହା, ସାଳୁଆ ପତାନି, ହେଟା, ଶିଆଳ ସମେତ ବିଭିନ୍ନ ପ୍ରଜାତିର ଦେଶୀ ପକ୍ଷୀଙ୍କ ମଧ୍ୟରେ ବଗ, ଗେଣ୍ଡାଳିଆ, କାମ ଚଢ଼େଇ ସମେତ ସରୀସୃପ ତଥା କ୍ୟାମିଲିଆନ ପ୍ରଜାତିର ସାତରଙ୍ଗୀ ଏଣ୍ଡୁଅ, ବଉଳା କୁମ୍ଭୀର ବସା ରହିଛି। ବିଶେଷକରି ଏହି ଜଙ୍ଗଲରେ ଲୁଣା ଜାତୀୟ ଓରୁଅ ଗଛ ଦେଖିବାକୁ ମିଳେ। ବନୀ, ରାଇ, ସୁନ୍ଦରୀ, କେରୁହା, ସିନ୍ଦୂକା, କାଳିଆଖାଡି, ନାଳିଆ ଘାସ, ହେନ୍ତାଳ ଗଛ ଦେଖିବାକୁ ମିଳେ। ଓରୁଅ ଫଳ ପାଚିଲେ ପକ୍ଷୀମାନେ ଖାଇଥାନ୍ତି। ଚାଷ ଜମିରୁ ପକ୍ଷୀମାନେ ଚୁନା ମାଛ, ପୋକ ଜୋକ, କୀଟପତଙ୍ଗ, ଝିଣ୍ଟିକା ସମେତ ବିଭିନ୍ନ ଖାଦ୍ୟ ଖାଇବା ସହ ଛୁଆଙ୍କ ପାଇଁ ବସା ମଧ୍ୟକୁ ନେଇଥାନ୍ତି। ଝଡ଼ବର୍ଷା ପବନ ହେଲେ ଏହି ପକ୍ଷୀମାନେ ବାହାରକୁ ନ ଯାଇ ବସାରେ ଶାବକ ସହ ନିଜେ ସୁରକ୍ଷିତ ଭାବେ ରୁହନ୍ତି। ସ୍ଥାନୀୟ ଲୋକମାନେ କହିବା କଥା ଏହି ଜଙ୍ଗଲ ଅଞ୍ଚଳର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରୀୟ ସଂରକ୍ଷଣ ଜଙ୍ଗର ଘୋଷଣା ହୋଇପାରିଲେ ଅନେକ ବନ୍ୟଜନ୍ତୁ, ପକ୍ଷୀଙ୍କ ବଂଶ ବୃଦ୍ଧି ପାଇ ପାରନ୍ତା। ଏଥିସହ ଦୂର ସ୍ଥାନରୁ ପର୍ଯ୍ୟଟକମାନେ ଏହି ସ୍ଥାନରେ ଭିଡ଼ ଜମେଇ ଗୋବରୀ ନଦୀର ଡଙ୍ଗାରେ ପରିଭ୍ରମଣ କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ ବୋଲି ପରିବେଶବିତ୍‌ ସମରେନ୍ଦ୍ର ମାହାଳି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?