Posted inଖେଳ

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ ବିଜୟ ଥିଲା। ତେବେ ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ଏକ ବଡ ପରିବର୍ତ୍ତନ ହୋଇଛି।
ଯଦିଓ ଆରସିବି ଦ୍ୱିତୀୟ ବିଜୟ ହାସଲ କରିଛି, କିନ୍ତୁ ପଏଣ୍ଟ ଟେବୁଲରେ କୌଣସି ସୁବିଧା ପାଇନାହିଁ। ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିବା ପୂର୍ବରୁ ମଧ୍ୟ ବେଙ୍ଗାଲୁରୁ ଦଳ ଦଶମ ସ୍ଥାନରେ ଥିଲା ଏବଂ ଜିତିବା ପରେ ମଧ୍ୟ ଏହା ଦଶମ ସ୍ଥାନରେ ରହିଛି। ଯଦିଓ ତାଙ୍କ ପଏଣ୍ଟ ନିଶ୍ଚିତ ଭାବରେ ୨ ରୁ ୪କୁ ବୃଦ୍ଧି ପାଇଛି। ହାରିଥିବା ହାଇଦ୍ରାବାଦ ୧୦ ପଏଣ୍ଟ ଏବଂ ନେଟ ରନ ହାର +୦.୫୭୭ ସହିତ ତୃତୀୟ ସ୍ଥାନରେ ଅଛି।
ଟପ-୪ରେ ରାଜସ୍ଥାନ ରୟାଲ୍ସ ୧୪ ପଏଣ୍ଟ ସହ ଟେବୁଲ ଟପ୍ପର ହୋଇ ରହିଛି। ଏହା ପରେ କୋଲକାତା ନାଇଟ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ଯଥାକ୍ରମେ ୧୦ ପଏଣ୍ଟ ପାଇ ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜ୍‌ରାଟ ଟାଇଟାନ୍ସର ଦଳ ଯଥାକ୍ରମେ ପଞ୍ଚମ, ଷଷ୍ଠ ଏବଂ ସପ୍ତମ ସ୍ଥାନରେ ଅଛନ୍ତି। ନେଟ ରନ ହାର ଯୋଗୁ ସମସ୍ତ ଦଳର ସ୍ଥାନରେ ପାର୍ଥକ୍ୟ ଅଛି। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ୬ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି। ତା’ପରେ ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଯଥାକ୍ରମେ ୪-୪ ପଏଣ୍ଟ ସହ ନବମ ଏବଂ ଦଶମ ସ୍ଥାନରେ ରହିଛି।
ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କୋହଲି ଅର୍ଦ୍ଧଶତକ (୫୧) ଖେଳି ଅରେଞ୍ଜ କ୍ୟାପ୍‌ରେ ରେସ୍‌ରେ ସର୍ବାଗ୍ରେ ଅଛନ୍ତି। କୋହଲି ଏପର୍ଯ୍ୟନ୍ତ ୯ଟି ମ୍ୟାଚରେ ୪୩୦ ରନ ସଂଗ୍ରହ କରିଛନ୍ତି। ଏହି ତାଲିକାର ଦ୍ୱିତୀୟ ନମ୍ବର ହେଉଛି ଋତୁରାଜ ଗାଇକ୍ୱାଡ, ଯିଏ ୩୪୯ ରନ ସ୍କୋର କରିଛନ୍ତି। ତା’ପରେ ୩୪୨ ରନ ସହ ରିଷଭ ପନ୍ତ ତୃତୀୟ ସ୍ଥାନରେ, ସାଇ ସୁଦର୍ଶନ ୩୩୪ ରନ ସହ ଚତୁର୍ଥ ସ୍ଥାନରେ ଏବଂ ଟ୍ରାଭିସ ହେଡ ୩୨୫ ରନ ସହ ପଞ୍ଚମ ସ୍ଥାନରେ ଅଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜସପ୍ରୀତ ବୁମ୍‌ରା, ରାଜସ୍ଥାନ ରୟାଲ୍ସର ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ପଞ୍ଜାବ କିଙ୍ଗ୍ସର ପେସର ହର୍ଷଲ ପଟେଲଙ୍କ ମଧ୍ୟରେ ପର୍ପଲ କ୍ୟାପ ରେସ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ ଜଗତରେ ପୁଣି ଲଜ୍ଜା: ଆସିଲା ସାଂଘାତିକ ଅଭିଯୋଗ, ବଲ୍‌ରେ ଲାଗିଛି…

ଢାକା,୧୪।୧୧: ବାଂଲାଦେଶର ଘରୋଇ କ୍ରିକେଟରେ ସ୍ବଚ୍ଛତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଦେଶର ପ୍ରଥମ ନ୍ୟାସନାଲ କ୍ରିକେଟ ଲିଗ (NCL) ସେକେଣ୍ଡ ଇଲେଭେନ ଟୁର୍ଣ୍ଣାମେଣ୍ଟ ଶେଷ ହେବା…

ମେଡିକାଲର ୪ ମହିଲାରୁ ଖସି ରୋଗୀଙ୍କ ଜୀବନ ଗଲା, ଆତ୍ମହତ୍ୟା ନା ଆଉ କିଛି ଚାଲିଛି ତନାଘନା

ଢେଙ୍କାନାଳ,୧୪ା୧୧(ରତନ ନାୟାର): ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ୪ ମହଲାରୁ ଖସିପଡ଼ି ଶୁକ୍ରବାର ବିଳମ୍ବିତ ରାତିରେ ମନୋଜ ଦେହୁରୀ (୩୫) ନାମକ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି।…

ଜେଲ୍‌ରୁ ଫେରି ରକ୍ତମୁଖା: ବଡ଼ଭାଇଙ୍କୁ କାଠରେ ପିଟିପିଟି ହତ୍ୟା କଲେ ସାନଭାଇ

ପାଟଣାଗଡ଼,୧୪ା୧୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଶନିବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ସାନ ଭାଇ…

ଅସୁସ୍ଥ ବୃଦ୍ଧାଙ୍କ ପାଖକୁ ଦୌଡ଼ିଗଲେ ମୋଦି, ଜୁସ୍‌ ପିଆଇବା ସହ ଦେଲେ ଏହି ପରାମର୍ଶ, ଭାବବିହ୍ବଳ ହେଲେ…

ବେଙ୍ଗାଲୁରୁ,୧୪।୧୧: କର୍ଣ୍ଣାଟକର ମୈସୁରୁରେ ଏକ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନବିକତାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । କାର୍ଯ୍ୟକ୍ରମରେ ଜଣେ ବୟସ୍କ ମହିଳା ଅସୁସ୍ଥ…

ଦାରିଙ୍ଗବାଡ଼ିରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କନ୍ଧମାଳ ପର୍ଯ୍ୟବେକ୍ଷକ: ଭୋଟର ତାଲିକା ସର୍ବେକ୍ଷଣର କଲେ ସମୀକ୍ଷା

ଦାରିଙ୍ଗବାଡ଼ି, ୧୪।୧୧ (ଅରୁଣ ସାହୁ):୨୦୨୭ ମସିହାରେ ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ସ୍ବଚ୍ଛ, ଅଦ୍ୟତନ ଓ ନାଗରିକ କୈନ୍ଦ୍ରିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ…

କଙ୍ଗନାଙ୍କ ନାଁରେ FIR, ଗାନ୍ଧୀ ପରିବାରକୁ ନେଇ ବିବାଦୀୟ ପୋଷ୍ଟ ଅଭିଯୋଗରେ ମାମଲା

ନୂଆଦିଲ୍ଲୀ,୧୪।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଭାଜପା ସାଂସଦ ତଥା ଅଭିନେତ୍ରୀ…

ଏଣିକି ଆବେଦନ ମାସରୁ ମିଳିବ ପେନସନ: ଦାରିଙ୍ଗବାଡ଼ିରେ ଏକୀକୃତ ପେନସନ ପୋର୍ଟାଲ ସଚେତନତା ଅଭିଯାନ

ଦାରିଙ୍ଗବାଡ଼ି,୧୪।୧୧(ଅରୁଣ ସାହୁ):ପେନସନ ପାଇବା ପାଇଁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏଣିକି ଯୋଗ୍ୟ ହିତାଧିକାରୀ ଆବେଦନ କରିବା ମାସରୁ ହିଁ ପେନସନ…

ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ, ବାଦ୍ ପଡ଼ିଲେ କୁଳଦୀପ, ସାମିଲ ହେଲେ….

ନୂଆଦିଲ୍ଲୀ,୧୪।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳରେ ଦୁଇଟି ବଡ଼ ପରିବର୍ତ୍ତନ କରିଛି ଚୟନ କମିଟି । ନଭେମ୍ବର ୧୯ ତାରିଖରୁ ୱେଲିଂଟନ୍‌ରେ ଆରମ୍ଭ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?