Categories: ଖେଳ

ପୋଗାକାରଙ୍କୁ କ୍ରମାଗତ ଦ୍ୱିତୀୟ ଟୁର୍‌ ଡି’ ଫ୍ରାନ୍ସ ଟାଇଟଲ

ପ୍ୟାରିସ, ୧୯ା୭: ଓଭର ଅଲ୍‌ ଷ୍ଟାଣ୍ଡିଂରେ ପ୍ରଥମ ସ୍ଥାନ ବଜାୟ ରଖି ରହି ସ୍ଲୋଭେନିଆର ଟାଡେଜ ପୋଗାକାର (ୟୁଏଇ ଏମିରେଟ୍ସ) ଚଳିତ ବର୍ଷ ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ବିଜେତା ହୋଇଛନ୍ତି। ଫଳରେ ୨୨ବର୍ଷୀୟ ପୋଗାକାର ସର୍ବକନିଷ୍ଠ ରାଇଡର ଭାବେ ଏହି ପ୍ରତିଯୋଗିତାରେ କ୍ରମାଗତ ଦ୍ୱିତୀୟ ବର୍ଷ ଟାଇଟଲ ବିଜୟୀ ହୋଇ ପାରିଛନ୍ତି। ଓଭରଅଲ୍‌ ତାଲିକାରେ,ଡେନମାର୍କର ଜୋନାସ ଭିଙ୍ଗେଗାର୍ଡ ଓ ଇକ୍ୱେଡରର କାରାପାଜ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବେଲଜିୟମର ଆଉଟ୍‌ ଭାନ୍‌ ଆର୍ଟ (ଜୁମ୍ବୋ ଭିଷ୍ମ ଟିମ୍‌) ରବିବାର ରେସ୍‌ର ଅନ୍ତିମ ତଥା ୨୧ତମ ଷ୍ଟେଜ୍‌ ଜିତିଛନ୍ତି। ଚାଟୋଠାରୁ ପ୍ୟାରିସ ୧୦୮.୪ କିଲୋମିଟର ଦୂରତା ବିଶିଷ୍ଟ ରେସ୍‌କୁ ସେ ୨ ଘଣ୍ଟା ୩୯ ମିନିଟ୍‌ ଓ ୩୭ ସେକେଣ୍ଡରେ ଶେଷ କରିଥିଲେ। ବେଲଜିୟମର ଜାସ୍‌ପର ଫିଲିପ୍‌ସେନ୍‌ (ଆଲପେସିନ୍‌ ଫେନିକ୍ସ)ସମାନ ସମୟରେ ରେସ୍‌ ଶେଷ କରି ଦ୍ୱିତୀୟ ଏବଂ ଗ୍ରେଟ ବ୍ରିଟେନର ମାର୍କ କାଭେଣ୍ଡିସ (ଡେସେନିକ୍‌- କ୍ୱିକ ଷ୍ଟେପ୍‌) ତୃତୀୟ ହୋଇଥିଲେ। କଭେଣ୍ଡିସ ଯଦି ବିଜୟ ହାସଲ କରିଥାନ୍ତେ ତେବେ ସବୁଠାରୁ ଅଧିକ ଥର ଷ୍ଟେଜ୍‌ ବିଜେତା ଭାବେ ସର୍ବକାଳୀନ ରେକର୍ଡ ଅଧିକାରୀ ହୋଇ ପାରିଥାନ୍ତେ। ମାତ୍ର ସେ ଅଳ୍ପକେ ଏହି ସଫଳତା ହାସଲରୁ ବଞ୍ଚତ୍ତ ହୋଇଛନ୍ତି।

Share