Posted inଖେଳ

ପୋଗାକାର ଜିତିଲେ ଟୁର୍‌ ଡି’ ଫ୍ରାନ୍ସ

ପ୍ୟାରିସ୍‌, ୨୨ା୯-ସ୍ଲୋଭେନିଆର ଟାଡେଜ୍‌ ପୋଗାକାର୍‌ ଟୁର୍‌ ଡି’ ଫ୍ରାନ୍ସ ୨୦୨୦ ସାଇକେଲ ରେସ୍‌ ଜିତିଛନ୍ତି। ଇଭେଣ୍ଟର ଇତିହାସରେ ଦ୍ୱିତୀୟ ସର୍ବକନିଷ୍ଠ ସାଇକ୍ଲିଷ୍ଟ ଭାବେ ସେ ଏହି ସଫଳତା ହାସଲ କରିବା ସୌଭାଗ୍ୟ ଅର୍ଜନ କରିଛନ୍ତି। ଅନ୍ୟପକ୍ଷରେ ସାମ୍‌ ବେନେଟ୍‌ ପ୍ୟାରିସ୍‌ରେ ଫାଇନାଲ ସ୍ପ୍ରିଣ୍ଟ୍‌ ଜିତିଛନ୍ତି। ଟୁର୍‌ ଡି’ ଫ୍ରାନ୍ସରେ ପ୍ରଥମଥର ଭାଗ ନେଇଥିବା ୨୧ବର୍ଷୀୟ ପୋଗାକାର ଶନିବାର ଟାଇମ୍‌ ଟ୍ରାଏଲ୍‌ରେ ଦୀର୍ଘ ସମୟ ଧରି ରେସ୍‌ ଲିଡର ରହିଆସିଥିବା ପ୍ରିମୋଜ ରଗ୍‌ଲିକ୍‌ଙ୍କୁ ଅତିକ୍ରମ କରି ୟଲୋ ଜର୍ସି ହାସଲ କରିନେଇଥିଲେ। ରେସ୍‌ ଲିଡର ଫାଇନାଲ ଷ୍ଟେଜ୍‌ରେ ଚ୍ୟାଲେଞ୍ଜ ଦେଇପାରି ନ ଥିଲେ। ଫଳରେ ପୋଗାକାର ତାଙ୍କ ପେଲୋଟନ୍‌ରେ ସହଜରେ ରେସ୍‌ ଫିନିଶ କରିଥିଲେ। ଅନ୍ୟପକ୍ଷରେ ଖୁସିରେ ଆତ୍ମହରା ବେନେଟ୍‌ ବିଶ୍ୱ ଚାମ୍ପିୟନ ମ୍ୟାଡ୍ସ ପେଡରସନଙ୍କ ଆଗରେ ଲାଇନ୍‌ ଅତିକ୍ରମ କରିଥିଲେ। ବେନେଟ ପଏଣ୍ଟ କ୍ଲାସିଫିକେଶନରେ ବିଜୟ ହାସଲ କରିଥିଲେ। ଆୟର୍ଲାଣ୍ଡର ଦ୍ୱିତୀୟ ବ୍ୟକ୍ତି ଭାବେ ସେ ଗ୍ରୀନ୍‌ ଜର୍ସି ହାସଲ କରିଥିଲେ। ପୂର୍ବରୁ ସିନ୍‌ କେଲି ୧୯୮୨ରୁ ୧୯୮୯ ମଧ୍ୟରେ ୪ଥର ଗ୍ରୀନ୍‌ ଜର୍ସି ଲାଭ କରିଥିଲେ। ୧୩ ଦିନ ଧରି ୟଲୋ ଜର୍ସିକୁ କବ୍‌ଜାରେ ରଖି ଆସିଥିବା ୩୦ ବର୍ଷୀୟ ରଗଲିକ୍‌ ୫୯ ସେକେଣ୍ଡ ପଛରେ ଦ୍ୱିତୀୟ ହୋଇଥିଲେ। ଅଷ୍ଟ୍ରେଲିଆର ୩୫ ବର୍ଷୀୟ ରିଚିି ପୋର୍ଟ ୩ ମିନିଟ୍‌ ୩୦ ସେକେଣ୍ଡ ପଛରେ ତୃତୀୟ ହୋଇଥିଲେ। ଏହାଥିଲା ତାଙ୍କର ପ୍ରଥମ ଗ୍ରାଣ୍ଡ ଟୁର୍‌ ପୋଡିୟମ ଫିନିଶ। ରଗଲିକ୍‌ ଷ୍ଟେଜ୍‌ ୯ରେ ୟଲୋ ଜର୍ସି ଅକ୍ତିଆର କରିବା ପୂର୍ବରୁ ବ୍ରିଟେନର ଆଡାମ ୟେଟ୍ସ ୪ ଦିନ ପାଇଁ ୟଲୋ ଜର୍ସି ପାଇଥିଲେ। ଫାଇନାଲ ଷ୍ଟେଜ୍‌ରେ ସେ ୯ ମିନିଟ୍‌ ୨୫ ସେକେଣ୍ଡ ପଛରେ ଓଭରାଲ ୯ମ ସ୍ଥାନରେ ରହିଥିଲେ। ପୁରସ୍କାର ଗ୍ରହଣ ପାଇଁ ପୋଗାକାର ସ୍ଲୋଭେନିଆ ଜାତୀୟ ପତାକା ସହ ଫୋଡିୟମକୁ ଉଠିଥିଲେ। ପୁରସ୍କାର ବିତରଣ ଉତ୍ସବରେ ତାଙ୍କ ପିତାମାତା ଉପସ୍ଥିତ ଥିଲେ। ସେ କହିଛନ୍ତି, ଏଠାରେ ଟାଇଟଲ ଜିତିବା ମୋ କଳ୍ପନା ବାହାରେ ଥିଲା। ୩ ସପ୍ତାହ ଧରି ଅନୁଷ୍ଠିତ ଏହି ଦୁଃସାହସିକ ସାଇକେଲ ରେସ୍‌ ବେଶ୍‌ ରୋମାଞ୍ଚକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କମେଡିଆନ୍ ଗୁଲୁଆଙ୍କୁ ହତ୍ୟା ଧମକ, ଭିଡିଓ କରି କହିଲେ ଜୀବନ ପ୍ରତି ବିପଦ…

ଭୁବନେଶ୍ବର, ୨୫।୧୨: କମେଡିଆନ୍‌ ଗୁଲୁଆଙ୍କୁ ହତ୍ୟା ଧମକ । ସେ ନିଜେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି । ଏନେଇ ସେ ଆଜି ସୋସିଆଲ ମିଡିଆରେ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ଏହି ଦୁଇ କୁଖ୍ୟାତ ମାଓବାଦୀ, ଏବେ ବି ଜାରି ରହିଛି…

ଫୁଲବାଣୀ/ତୁମୁଡ଼ିବନ୍ଧ,୨୫ା୧୨(ରାକେଶ କୁମାର ରାଉତ/ଦୀପକ ପରାସେଠ): କନ୍ଧମାଳ ଜିଲାରେ ମାଓବାଦୀ ମୂଳୋତ୍ପାଟନ ପାଇଁ ଜୋର୍‌ଦାର କୋମ୍ବିଂ ଅପରେଶନ ଚାଲିଛି । ବୁଧବାର ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨...

IPL 2026 ପ୍ଲେଅଫରେ ପହଞ୍ଚିବ କେଉଁ ୪ଟି ଟିମ୍‌? ବଡ଼ ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର!

ନୂଆଦିଲ୍ଲୀ,୨୫।୧୨: IPL 2026 ଖେଳାଳିଙ୍କ ମିନି-ନିଲାମ ନିକଟରେ ଶେଷ ହୋଇଛି। ଡିସେମ୍ବର ୧୬ରେ ଆବୁଧାବିରେ IPL ମିନି-ନିଲାମ ହୋଇଥିଲା, ଯେଉଁଥିରେ ୨୯ ବିଦେଶୀ ଖେଳାଳିଙ୍କ ସମେତ...

ପାରିବାରିକ କଳହର କରୁଣ ପରିଣତି, ଶ୍ୱଶୁର ଆଗରେ ସ୍ତ୍ରୀକୁ ହତ୍ୟା କରିଲେ ସ୍ବାମୀ

ବଲାଙ୍ଗୀର, ୨୫/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ।...

ବିଜେଡି ପ୍ରତିଷ୍ଠା ଦିବସ ପୂର୍ବରୁ ଭୂପିନ୍ଦରଙ୍କ ବଡ଼ ବୟାନ, କିଛି ନୂଆ ଲୋକଙ୍କୁ ଅଣାଗଲେ ବିଜେଡ଼ି…

ଭୁବନେଶ୍ବର,୨୫।୧୨: ବିଭିନ୍ନ ସ୍ଥାନରେ ମେଳି କରି ଲୋକଙ୍କୁ ଏକଜୁଟ କରିଆସୁଛି ବିଜୁ ଜନତା ଦଳ । ଆସନ୍ତା ୨୬ରେ ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନବକଳେବର...

ମାଙ୍କଡ଼କୁ ଝାମ୍ପିନେଲା କୁମ୍ଭୀର, ପଛେ ପଛେ ନଦୀରେ ପହଁରି ପହଁରି ଗଲେ ମାଙ୍କଡ଼ ପଲ, ଆଉ ତା’ ପରେ…

ମହାକାଳପଡ଼ା,୨୫ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ମହାନଦୀ ଶାଖା ଖରିନାସୀ ନାଳରେ କୁମ୍ଭୀର ଏକ ମାଙ୍କଡ଼କୁ ଝାମ୍ପି ନଦୀ ଆରପାରିକୁ ନେଉଥିବା ବେଳେ ସାଥୀ ମାଙ୍କଡ଼...

ସାରା ବିଶ୍ୱକୁ ମଦ ପରଷିବ ପାକିସ୍ତାନ! ମୁନିରଙ୍କ ଘର ନିକଟରେ ଫ୍ୟାକ୍ଟ୍ରି, ୫୦ ବର୍ଷ ପରେ ଉଠିଲା ବ୍ୟାନ

ଇସଲାମାବାଦ,୨୫।୧୨: ଇସଲାମିକ ଦେଶ ପାକିସ୍ତାନ ଅନେକ ଦଶନ୍ଧି ପରେ ପୁଣି ଥରେ ବିଶ୍ୱକୁ ମଦ ବିକ୍ରି କରିବାକୁ ଯାଉଛି। ୫୦ ବର୍ଷରୁ ଅଧିକ ସମୟର ନିଷେଧ...

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri