କବି ନିତ୍ୟାନନ୍ଦ ନାୟକଙ୍କୁ ମିଳିଲା ଶାରଳା ପୁରସ୍କାର

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ଶ୍ରେଷ୍ଠ ସାହିତ୍ୟକୃତି ଲାଗି ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୦୧୭ରେ ଫ୍ରେଣ୍ଡସ୍‌ ପବ୍ଲିଶର୍ସ ଦ୍ୱାରା ପ୍ରକାଶିତ ତାଙ୍କ ରଚିତ କବିତା ସଂକଳନ ‘ସେତେବେଳକୁ ନ ଥିବି’ ପାଇଁ ସେ ଏହି ସମ୍ମାନ ଲାଭ କରିଛନ୍ତି। କରୋନାଜନିତ କଟକଣାକୁ ଦୃଷ୍ଟିରେ ରଖି ଏକ ନିରାଡମ୍ବର ସମାବେଶରେ ନାୟକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ସେହିଭଳି ସଙ୍ଗୀତ ଏବଂ ଚିତ୍ରକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବିଶିଷ୍ଟ ଚିତ୍ରକର ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ଓ ସଙ୍ଗୀତଜ୍ଞ ରଞ୍ଜିତ କୁମାର ନାଗଙ୍କୁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କାର ସ୍ବରୂପ ଉଭୟଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏ ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଅବସରରେ ଇମ୍ଫା ଚାରିଟେବଲ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା ଉପସ୍ଥିତ ରହି କହିଥିଲେ, କୋଭିଡ୍‌ ଲାଗି ଚଳିତ ବର୍ଷର ଉତ୍ସବରେ ପୁରସ୍କାର ପ୍ରଦାନ ପାଇଁ ନିମନ୍ତ୍ରିତ ଅତିଥି ନାହାନ୍ତି। ମାତ୍ର ସାହିତ୍ୟ ଓ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଯେଉଁ ୩ ଜଣ ପ୍ରତିଭାଙ୍କୁ ଏଥର ପୁରସ୍କୃତ କରାଯାଇଛି ସେମାନେ ହିଁ ଆମ ପାଇଁ ବରେଣ୍ୟ ବୋଲି ସେ କହିଥିଲେ। ଶିଳ୍ପପତି ସ୍ବର୍ଗତ ଡ. ବଂଶୀଧର ପଣ୍ଡା ଏବଂ ସ୍ବର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶାରଳା ପୁରସ୍କାର’ ଇମ୍ଫା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ମେଟାଲସ୍‌ ଆଣ୍ଡ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ୍‌(ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୭୯ ମସିହାଠାରୁ ପ୍ରତିବର୍ଷ ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri