କବି, କବିତା ଓ ମାନସିକ ଚାପ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

କବି ଜଣେ ସୃଜନଶୀଳ ସ୍ରଷ୍ଟା। ତା’ ସୃଷ୍ଟି ଲାଗି ସେ ନିୟୋଜିତ କରିଥିବା ସକାରାମତ୍କ ଭାବାବେଗର ଭୌତିକ ରୂପ ହେଲା କବିତା, ଯାହା ମାଧ୍ୟମରେ ସେ ସ୍ପର୍ଶକରେ ପାଠକର ଭାବପ୍ରବଣତାକୁ। ଏହା ତାହାକୁ କଳ୍ମୁଷମୁକ୍ତ ତଥା ଉତ୍ତୋଳିତ କରେ। ଫଳରେ ତା’ ମନରେ କବି ଉଭା ହୁଏ ମହାମାନବର ରୂପ ନେଇ-ଯେପରି ଅଟନ୍ତି କାଳି ଦାସ ବା ଉପେନ୍ଦ୍ର ଭଞ୍ଜ ଅଥବା ଗଙ୍ଗାଧର ମେହେର ଓ ରାଧାମୋହନ ଗଡ଼ନାୟକ ତଥା ଅନ୍ୟମାନେ। ତାଙ୍କ ପ୍ରତି ପାଠକଙ୍କ ଶ୍ରଦ୍ଧା ଓ ଭକ୍ତି କିପରି ବିସ୍ମୟକର ରୂପ ନେଇପାରେ ତାହାର ଏକ ଚିତ୍ତାକର୍ଷକ କାହାଣୀ ଏଠାରେ ଉପସ୍ଥାପିତ କରାଗଲା। ଏହାର ନାୟକ ହେଲେ ଫ୍ରାନ୍ସର ମହାନ୍‌ କବି ସ୍ବର୍ଗତ ଆର୍ଥର ରିମ୍ବାଉଡ୍‌। ତାଙ୍କର ମୃତ୍ୟୁ ଘଟିସାରିଲାଣି ଆଜକୁ ପ୍ରାୟ ୧୩୦ ବର୍ଷ ପୂର୍ବେ। ସେ ଦେଶର ଚାର୍ଲେଭିଲେ-ଭେଜିଏରସ୍‌ ସହରରେ ରହିଛି ତାଙ୍କର ସମାଧି।
ସେଠାକୁ ପ୍ରତି ସପ୍ତାହରେ ପ୍ରାୟ ୨/୩ ଥର ଡାକବାଲା ଆସିଥାଏ ଅନେକଗୁଡ଼ିଏ ଚିଠି ନେଇ ଏବଂ ସେଠାରେ ଥିବା ହଳଦିଆ ରଙ୍ଗର ଚିଠିବାକ୍ସଗୁଡ଼ିକରେ ତାହାକୁ ପକାଏ। ସମାଧିସ୍ଥଳର ରକ୍ଷକ ସେଗୁଡ଼ିକୁ ସାଇତି ରଖେ। ପ୍ରତିବର୍ଷ କବିଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ତହଁିରୁ କେତେକ ବାଛି ପାଠ କରାଯାଏ। ତନ୍ମଧ୍ୟରୁ ଅଧିକାଂଶରେ ଥାଏ ତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଏବଂ ତହିଁରେ ଉଦ୍ଧାର କରାଯାଇଥାଏ ଚିଠିରେ ଲେଖକଙ୍କ ମନକୁ ଅତି ନିବିଡ଼ ରୂପେ ଛୁଇଁଥିବା କବିତାର କିଛି ଅଂଶ। ଆଉ କେତେକରେ ସେମାନେ ଲେଖିଥାନ୍ତି ନିଜ ନିଜ ଜୀବନ ପ୍ରତି ତାଙ୍କର ଆଭିମୁଖ୍ୟ, ଭଲମନ୍ଦ ଅନୁଭୂତି ଏବଂ ଗୋପନୀୟ କଥା। ୨୦୧୯ରେ ଏହି ଅବସରରେ ଅନୁଷ୍ଠିତ ଏକ ମନସ୍ତାତ୍ତ୍ୱିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏପରି ଚିଠି ଲେଖିବା ଦ୍ୱାରା ତାହାର ଲେଖକଙ୍କ ମନରୁ ଅପସରିଯାଏ ଦୁଶ୍ଚିନ୍ତା ଏବଂ ହ୍ରାସ ପାଏ ମାନସିକ ଚାପ।
ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ପ୍ରାୟ ୩୫/୪୦ ଶତାଂଶ ଲୋକ ଭିନ୍ନ ଭିନ୍ନ ମାତ୍ରାରେ ମାନସିକ ଚାପର ସମ୍ମୁଖୀନ। ସ୍ବିଡେନ୍‌, ଆମେରିକା, ବ୍ରାଜିଲ୍‌ ଓ ରୁଷିଆ ଭଳି ଦେଶଗୁଡ଼ିକର ଏହା ଯଥାକ୍ରମେ ୪୬, ୪୨, ୪୦ ଓ ୩୮ ହେଲାବେଳେ ଆମ ଦେଶରେ ୨୮ ଏବଂ ଚାଇନାରେ ୨୨ ଶତାଂଶ। ଏହାକୁ ଏବେ ବିଶ୍ୱର ତୃତୀୟ ‘ବ୍ୟାଧିଜନିତ ବୋଝ’ ଭାବେ ଗଣାଯାଉଛି। ତେବେ ୨୦୩୦ ବେଳକୁ ଏହାର ସ୍ଥାନ ପ୍ରଥମରେ ରହିବ ବୋଲି ମନେକରାଯାଏ। ପରିଣାମ ସ୍ବରୂପ, ଉତ୍କଟ ହେବାରେ ଲାଗିଛି ମସ୍ତିଷ୍କ ବିକୃତି, ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ ଇତ୍ୟାଦି ଏବଂ ବଢ଼ି ଚାଲିଛି ଆମତ୍ହତ୍ୟା, ହତ୍ୟା, ବଳାତ୍କାର। ଅଧିକ ଧୂମପାନ ଓ ନିଶାଦ୍ରବ୍ୟ ସେବନ ତଥା ପାରିବାରିକ ଓ ସାମାଜିକ ସମ୍ପର୍କ ଦୁର୍ବଳ ହେବା ଆଦି ମୂଳରେ ମଧ୍ୟ ଏହା ବିଦ୍ୟମାନ ବୋଲି ମନୋବିଜ୍ଞାନୀମାନଙ୍କ ମତ। ତେଣୁ ଏଥିରୁ ସେମାନେ ମୁକ୍ତିର ମାର୍ଗ ନିରୂପଣରେ ଲାଗିଛନ୍ତି। ଅତଏବ ଜଣାପଡ଼ିଛି ଯେ, କିଛି ଲେଖି ବସିବାର ମାନସିକ ଚାପ ଦୂରକାରୀ ପ୍ରଭାବ ରହିଛି। ତାହା ଚିଠିଟିଏ ହେଉ ଅଥବା କବିତାଟିଏ। ଏହା ଆମ ନକାରାମତ୍କ ଅନୁଭୂତିକୁ ଶବ୍ଦ ଆକାରରେ ନିଷ୍କାସିତ ହେବାକୁ ଦେଇ ଆମ ବିଶୃଙ୍ଖଳିତ ଚିନ୍ତାଧାରାକୁ ଶୃଙ୍ଖଳିତ ତଥା ସ୍ବଚ୍ଛ ହେବାକୁ ଏବଂ ମନକୁ ଶାନ୍ତ ହେବାରେ ସାହାଯ୍ୟ କରେ ବୋଲି ୨୦୧୯ ରେ ଏକ ମନୋବିଜ୍ଞାନ ପତ୍ରିକାରେ ସୂଚନା ଦେଇଛନ୍ତି କେତେଜଣ ଆମେରିକୀୟ ମନସ୍ତତ୍ତ୍ୱବିତ୍‌।
ଚିଠିଟିଏ ଲେଖିବସିଲେ ଆମେ ତହିଁରେ ମୁକ୍ତ ଭାବେ ପ୍ରକାଶ କରିପାରୁ ନିଜ ମନର କଥା। ଅତଏବ ତାହାର ବୋଝ ହାଲୁକା ହୋଇଯାଏ। କୌଣସି ପ୍ରିୟ ପରିଜନଙ୍କୁ ତାହା ସମ୍ବୋଧିତ ହୋଇଥିଲେ ଏ ପ୍ରଭାବ ସ୍ବଭାବତଃ ଅଧିକ ହୁଏ। ଆମ ମନକୁ ଛୁଉଁଥିବା କବିତାର କବି ହେଲେ ଆମ ପ୍ରବଣତାକୁ ଅତି ନିବିଡ଼ ଭାବେ ସ୍ପର୍ଶ କରୁଥିବା ମଣିଷ। ଅତଏବ ତାଙ୍କୁ ସମ୍ବୋଧନ କରି ଲେଖାଯାଉଥିବା ଚିଠିରେ ଥାଏ ଆମ ଭାବର ଆବେଗ। ସମ୍ଭବତଃ ତାହା ହିଁ ଘଟୁଛି ଉପରୋକ୍ତ ଫରାସୀ କବିଙ୍କୁ ତାଙ୍କ ମୃତ୍ୟୁପରେ ମଧ୍ୟ ତାହା ଲେଖୁଥିବା ପାଠକମାନଙ୍କ କ୍ଷେତ୍ରରେ।
ଆମ ଲୋକେ ପ୍ରଚଣ୍ଡ ଈଶ୍ୱରବିଶ୍ୱାସୀ। ଦୁଃଖ ସମୟରେ ସେମାନେ ତାଙ୍କୁ ପ୍ରାର୍ଥନା କରନ୍ତି ସେଥିରୁ ଉଦ୍ଧାର କରିବା ପାଇଁ। ଏହାକୁ ଚିଠି ଆକାରରେ ଲେଖି ପକାଇଲେ ମାନସିକ ଚାପ ଅଧିକ ମାତ୍ରାରେ ହ୍ରାସ ପାଏ ଏବଂ ଆମତ୍ବିଶ୍ୱାସ ବୃଦ୍ଧି ପାଏ ବୋଲି କହୁଛନ୍ତି ଆମେରିକାର ଷ୍ଟାନ୍‌ ଫୋର୍ଡ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ମାନେ। ଏପରି କି ମନଧ୍ୟାନପୂର୍ବକ ପ୍ରାର୍ଥନା କିମ୍ବା କବିତା ପାଠକଲେ ମଧ୍ୟ ଏ ପ୍ରକାର ସୁଫଳ ମିଳେ ବୋଲି ସେମାନଙ୍କ ମତ। ସେହିପରି ପ୍ରାକୃତିକ ଦୃଶ୍ୟ, ନିଜ ପରିବେଶ ଓ ସାମାଜିକ ବ୍ୟବସ୍ଥା କିମ୍ବା ପ୍ରେମ ଜୀବନକୁ ନେଇ ମଧ୍ୟ କବିତାଟିଏ ନଚେତ୍‌ ବିବରଣୀଟିଏ ଲେଖିଲେ ବିପର୍ଯ୍ୟସ୍ତ ଭାବପ୍ରବଣତା ସଜାଡ଼ି ହୋଇଯାଏ। ଆମେ ତହିଁରେ ଯେତେ ନିମଜ୍ଜିତ ହୋଇପାରିବା ତାହାର ପରିଣାମ ସେତେ ସକାରାମତ୍କ ହେବ।
କବିତା ମନକୁ ଚାପମୁକ୍ତ କରିବାର ଅନ୍ୟତମ ଶ୍ରେଷ୍ଠ ମାଧ୍ୟମ ବୋଲି ବିଗତ ୨୦୨୧ ମାର୍ଚ୍ଚ ୧୬ରେ ଜାତିସଂଘର ୟୁନେସ୍କୋ ଦ୍ୱାରା ପାଳନ କରାଯାଇଥିବା ‘ବିଶ୍ୱ କବିତା ଦିବସ’ ଅବସରରେ ମତ ପ୍ରକାଶ ପାଇଥିଲା। କାରଣ ଏହା ହେଲା କବିଙ୍କର ଶକ୍ତିଶାଳୀ ଅନୁଭୂତିର ସ୍ବତଃସ୍ଫୃର୍ତ୍ତ ପ୍ରବାହ। ଏଣୁ ତହିଁରେ ମନ ମଧ୍ୟରୁ ଚାପ ସହଜରେ ଧୋଇ ହୋଇଯାଏ। ପୁନଶ୍ଚ ଗପଟିଏ ଲେଖିବା ଅଧିକାଂଶ ଲୋକଙ୍କ ପକ୍ଷେ କଷ୍ଟକର। କିନ୍ତୁ ସବୁ ଲୋକ ଜୀବନର କୌଣସି ନା କୌଣସି ସମୟରେ, କୌଣସି ନା କୌଣସି ପ୍ରକାର କବିତା ସୃଷ୍ଟି କରିଥାନ୍ତି-ତାହା ପ୍ରେମର ଭାବପ୍ରବଣତାରେ ହେଉ କିମ୍ବା କୌଣସି ଆମତ୍ୀୟସ୍ବଜନଙ୍କୁ ହରାଇ ମନ ଛଟପଟ ହେଲାବେଳେ ହେଉ। ତେଣୁ ସାରା ବିଶ୍ୱରେ ରଚିତ ହୋଇଥିବା ଅଧିକାଂଶ କାବ୍ୟକବିତା ହୋଇଛି ପ୍ରେମ କିମ୍ବା ଧର୍ମକୁ ଆଧାର କରି।
କବିତା ଏକ ସୂକ୍ଷ୍ମକଳା। କିନ୍ତୁ ଏହା ବହନ କରିଥାଏ ଶକ୍ତିଶାଳୀ ଏବଂ ଅର୍ଥପୂର୍ଣ୍ଣ ସଙ୍କେତ। ବିଶ୍ୱର ଯେକୌଣସି ଭାଷା ହେଉ, ତା’ର ଇତିହାସ କବିତା ସହ ବହୁଳଭାବେ ଜଡ଼ିତ। ରୋମାନ୍‌ ବା ଗ୍ରୀକ୍‌ ଭାଷାରେ ରଚିତ ଇଲିଆଡ୍‌ ବା ଓଡିଷି ଏବଂ ଭାରତୀୟ ଭାଷାରେ ରଚିତ ରାମାୟଣ ଓ ମହାଭାରତ ଭଳି ଜନପ୍ରିୟ ମହାକାବ୍ୟମାନ ଛନ୍ଦ କବିତା ଆକାରରେ ହିଁ ରଚନା କରାଯାଇଛି। ଆମ ମାତୃଭାଷାରେ ଘରେ ଘରେ ପାଠ ହେଉଥିବା ଭାଗବତକୁ ମଧ୍ୟ ଏହାର ରଚୟିତା ପ୍ରାତଃସ୍ମରଣୀୟ ବୈଷ୍ଣବ କବି ଜଗନ୍ନାଥ ‘ଗୀତ ପ୍ରବନ୍ଧ’ ରୂପେ ଅବିହିତ କରିଛନ୍ତି। ସେହିପରି କାଳି ଦାସଙ୍କ ଯୁଗରୁ ବୈଷ୍ଣବ ପାଣିଙ୍କ ପର୍ଯ୍ୟନ୍ତ ନାଟକଗୁଡିକ ମୁଖ୍ୟତଃ ରଚିତ ହୋଇଆସିଛି ଏହାରି ମାଧ୍ୟମରେ। ସେପ୍ରକାର ବହୁ ଗୀତିନାଟ୍ୟ ଏବେ ମଧ୍ୟ ଜନପ୍ରିୟ ହୋଇ ରହିଛି ା କାରଣ, ଏସବୁ ପ୍ରକୃତରେ ଭାବପ୍ରବଣତାର ସ୍ବତଃସ୍ଫୃର୍ତ୍ତ ପ୍ରବାହ ା ଅତଏବ ଜନମନକୁ ସହଜରେ ଛୁଇଁବା ପାଇଁ ଏବଂ ତାହାକୁ ସାଂସାରିକ ଜୀବନର ଚାପରୁ ମୁକ୍ତ କରିବା ଲାଗି କବିତାର ବିକଳ୍ପ କେବେ ନ ଥିଲା, ଏବେ ନାହିଁ କିମ୍ବା ଭବିଷ୍ୟତରେ ବାହାରିପାରିବ ନାହିଁ ା
ଆମ ଦୁଃଖ, ରାଗ, ଭୟ ଆଦି ନକାରାମତ୍କ ଭାବପ୍ରବଣତାକୁ ପ୍ରରୋଚିତ କରେ ‘ଆଡ୍ରେନାଲ’ ଗ୍ରନ୍ଥିରୁ କ୍ଷରିତ ହେଉଥିବା ‘ଷ୍ଟେରଏଡ୍‌’ ଜାତୀୟ ହରମୋନ୍‌ ‘କୋର୍ଟିସଲ’। ଫଳରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ ଓ ଏସବୁ ମାନସିକ ଚାପ ବୃଦ୍ଧି କରେ। ୨୦୧୯ରେ ଚାଇନାର କେତେକ ମନସ୍ତତ୍ତ୍ୱବିତ୍‌ ଦେଇଥିବା ସୂଚନା ଅନୁସାରେ, କବିତାଟିଏ ଲେଖିବାରେ ମନଦେଲେ କିମ୍ବା ମନଧ୍ୟାନ ସହିତ ତାହା ପାଠ କଲେ ଶରୀର ମଧ୍ୟରେ ଏହି ହରମୋନ୍‌ର କ୍ଷରଣ ଧୀରେ ଧୀରେ ହ୍ରାସ ପାଇବାକୁ ଲାଗେ ା ଅତଏବ ମନ ଚାପମୁକ୍ତ ହୁଏ ା
ଉଷା ନିବାସ,୧୨୪/୭୪୪୫ ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri