Advertisement

ମିଥୁନଙ୍କ ଗୀତରେ ଝୁମିଲେ ପ୍ରିୟଙ୍କା

ତିନି ବର୍ଷ ପରେ ବିଦେଶରୁ ଭାରତ ଆସିଥିବା ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ଏବେ ଭାରି ବ୍ୟସ୍ତ। ଗୋଟଇଏ ଦିନରେ ତାଙ୍କୁ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ୁଛି। ୟୁନିସେଫର ବ୍ରାଣ୍ଡ ଆମ୍ବାସଡର ହେବା କାରଣରୁ ଉତ୍ତର ପ୍ରଦେଶର ବିଭିନ୍ନ ଗ୍ରାମାଞ୍ଚଳ ବୁଲି ପିଲା ଓ ଲୋକଙ୍କ ସହ ଭେଟୁଛନ୍ତି ଏବେ ପ୍ରିୟଙ୍କା । ଅନ୍ୟପଟେ ସେ ନିଜର ହେୟାରକେୟାର୍‌ ବ୍ରଣ୍ଡ ସଧ୍‌ ଲଞ୍ଚ କରିଛନ୍ତି। ଏସବୁ ଭିତରେ ପ୍ରିୟଙ୍କାଙ୍କର ଏକ ରିଲ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ୮୦ ଦାଶକର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ହିଟ୍‌ ଗୀତ ‘ୟେ ରାତ୍‌ ମେ ଜୋ ମଜା ହୈ’ରେ ନାଚୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ରୁହି ଦୋଶାନିଙ୍କ ସହ ପ୍ରିୟଙ୍କା ଏହି ରିଲ୍‌ କରିଛନ୍ତି। ଦୁହେଁ ବାଥ୍‌ରୋବ୍‌ ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଗମୀ ଦିନରେ ପ୍ରୟଙ୍କା ହଲିଉଡ୍‌ରେ ରୁସୋ ବ୍ରଦର୍ସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଟ୍ସ ଅଲ୍‌ କମିଂ ବ୍ୟାକ୍‌ ଟୁ ମି’ରେ ନଜରକୁ ଆସିବେ। ବର୍ତ୍ତମାନ ସୁଦ୍ଧା ପ୍ରିୟଙ୍କାଙ୍କ ବଲିଉଡ୍‌ ପ୍ରୋଜେକ୍ଟ ବିଷୟରେ କୌଣସି ଖରବ ପ୍ରକାଶ ପାଇନାହିଁ।

 

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବିବାହରେ ପାଣି ପରି ଟଙ୍କା ଖର୍ଚ୍ଚ କରିଛନ୍ତି ଏହିସବୁ ଅଭିନେତ୍ରୀ

ବି-ଟାଉନ୍‌ରେ ଏବେ ବିବାହ ଋତୁ ଚାଲିଛି। ଟିଭିରୁ ଆରମ୍ଭ କରି ବଲିଉଡ୍‌ ପର୍ଯ୍ୟନ୍ତ ପ୍ରସିଦ୍ଧ ଯୋଡିମାନେ ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। ଅଭିନେତା ହୁଅନ୍ତୁ କି...

ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳୁଛି ଧମକ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ୨ ମାସ ପରେ ଦୁଃଖରେ...

ଜନ୍ମଦିନରେ ପୂରାପରିବାରକୁ ହରାଇଥିଲେ ଏହି ଅଭିନେତା: ବାପା ହିଁ କରିଥିଲେ ଗୁଳି

ଜନ୍ମଦିନ ସମସ୍ତଙ୍କ ପାଇଁ ବର୍ଷର ସବୁଠାରୁ ବଡ଼ ଦିନ ହୋଇଥାଏ । ଏହି ଦିନକୁ ସମସ୍ତେ ଅପେକ୍ଷା କରି ରହିଥାନ୍ତି। ହେଲେ ଏହି ଜନ୍ମଦିନ ଜଣେ...

ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା

ବମ୍ବେ: ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍‌। ଅସହଜ ଅନୁଭବ କରିବା ସହ ତାଙ୍କୁ ଅଣନିଃଶ୍ୱାସୀ ଲାଗିବାରୁ ସୋମବାର ସନ୍ଧ୍ୟାରେ ଅଭିନେତ୍ରୀଙ୍କୁ ବମ୍ବେର ବ୍ରିଚ୍‌...

ଠେକୁଆ ବେଶରେ କ୍ୟୁଟ୍‌ ତୈମୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍‌ ରବିବାର ନିଜ ଫ୍ୟାନ୍‌ମାନଙ୍କ ପାଇଁ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ ପୁଅ ତୈମୁର ଅଲ୍ଲୀ...

ଏହି ଅଭିନେତାଙ୍କୁ ଗୋଟିଏ ସପ୍ତାହରେ ଆସିଲାଣି ୧୮୦ କୋଟି ବିବାହ ପ୍ରସ୍ତାବ!

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଫିଲ୍ମ ‘ଭୁଲ୍‌ ଭୁଲେୟା ୨’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ...

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର...

ମନ୍ତ୍ରୀଙ୍କ ଝିଅକୁ ହୃଦୟ ଦେଇଥିଲେ ଏହି ଅଭିନେତା, ଆଉ ତା’ ପରେ

୧୯୭୬ ମସିହା ସେପ୍ଟେମ୍ବର ୩ରେ ବଲିଉଡ୍‌ ଅଭିନେତା ବିବେକ ଓବରୟ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ। ବିବେକ ତାଙ୍କ ପ୍ରଫେସନାଲ ଲାଇଫ୍‌କୁ ନେଇ ଯେତିକି ଚର୍ଚ୍ଚାରେ ରହୁଥିଲେ,...

Advertisement
Archives

Model This Week