Posted inଫୁରସତ

ପ୍ରିୟ ସାଙ୍ଗ ପାଇଁ ପଦେ…

ଯାହା ନିକଟରେ ମନର ସବୁ ଅକୁହା କଥା କହିହୁଏ, ଯିଏ ସୁଖ ଆଉ ଦୁଃଖରେ ସାଥିରେ ଥାଏ, ସିଏ ହେଉଛି ବନ୍ଧୁ । ଆଉ ଏହି ଅପୂର୍ବ ସମ୍ପର୍କକୁ ଆହୁରି ନିବିଡ଼ କରିବା ଲାଗି ବୋଧହୁଏ ଏହି ବନ୍ଧୁତ୍ୱ ଦିବସର ପରିକଳ୍ପନା। ଆଜି ଏହି ବିଶେଷ ଅବସରରେ କେତେଜଣ ଯୁବ କବିଙ୍କ କଲମରୁ ନିଜ ବନ୍ଧୁଙ୍କ ପାଇଁ ଶବ୍ଦମାଳାରେ ଗୁନ୍ଥା ଏହି କବିତା ଉପହାର…

ବନ୍ଧୁଟିଏ
ମୋ ଅଦେଖା ଲୁହରେ ଯେଉଁ କାନ୍ଧଟି ଭିଜିଛି,
ମୋ ଅକୁହା ଦୁଃଖର ବୋଝ ବାଣ୍ଟି ଯେଉଁ ଆଖିରୁ ନିଦ ହଜିଛି,
ହସର ଇନ୍ଦ୍ରଧନୁ ଖେଳିଛି ଯାହା ଓଠରେ, ମୋ ସୁଖର ବସନ୍ତରେ,
ଝୁଣ୍ଟିବା ଆଗରୁ ସମ୍ଭାଳି ନେଇଛି ଯେଉଁ ହାତ ଯୋଡ଼ିକ ମୋତେ,
ଝୁଣ୍ଟିବା, ପଡ଼ିବା, ହାରିବା ପରେ ବି କୋଉ ବା ସେ ମୋ ହାତକୁ ଛାଡ଼ିଛି?

ହଉ ସେ ଆଷାଢ଼ର ଅମା ରାତି କି ଭୋଦୁଅର ତୋଫା ଜହ୍ନ,
ଯେଉଁ ପାଦ ଦୁଇଟି ମୋ ପାଦ ସହ ତାଳ ଦେଇ ଅହରହ ଚାଲିଛି,
ନା ମୋ ଅଗଣାରେ ଫୁଟିଛି ପାରିଜାତ,
ନା ମୋ ସୁବର୍ଣ୍ଣ ପ୍ରାସାଦରେ ଗନ୍ଧର୍ବଙ୍କ ଆତଯାତ,
ହେଲେ ମୁକ୍ତାଠାରୁ ମୂଲ୍ୟବାନ୍‌, ମହୀଠାରୁ ମହୀୟାନ, ଅମ୍ବରଠୁ ଆତ୍ମୀୟ ମୁଁ ବନ୍ଧୁଟିଏ ପାଇଛି।
– ଦେବଜ୍ୟୋତି ଅବିନାଶ (ଛାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟ, କଟକ)

 

ବିଶ୍ୱାସେ ବନ୍ଧା ଏ ସମ୍ପର୍କ
ବନ୍ଧୁତ୍ୱ ଏକ ଅବୁଝା ସମ୍ପର୍କ!
ନ ଥାଏ ଏଠି ବୟସ ସୀମା,
ନା ଥାଏ ପୁଅ ଝିଅର ବନ୍ଧ
କେବଳ ପ୍ରତିଜ୍ଞା ଓ ଭଲ ପାଇବାରେ ବଞ୍ଚେ ଏ ସମ୍ପର୍କ
ସେଥିପାଇଁ ତ ଏ ସମ୍ପର୍କକୁ କୁହାଯାଏ ପୂର୍ଣ୍ଣତାର ଡୋରି
ଯାହା ପ୍ରେମପୂର୍ଣ୍ଣ, ତ୍ୟାଗପୂର୍ଣ୍ଣ, ସ୍ନେହପୂର୍ଣ୍ଣ
ବିଶ୍ୱାସ ସିମେଣ୍ଟରେ ଯୋଡ଼ା ଏ ବନ୍ଧନ।

ସେ ସମ୍ପର୍କ ରକ୍ତର ନୁହେଁ
ହେଲେ ଧମନୀରେ ରକ୍ତ ହୋଇ ବହେ
ହୃଦୟରେ ଘର କରି ରହେ
ଯାହା ବିନା ଜୀବନ ଅସମ୍ପୂର୍ଣ୍ଣ
ତାହା ହେଉଛି ପୂର୍ଣ୍ଣତାର ବନ୍ଧନ
ବନ୍ଧୁତ୍ୱ।
– ଶୁଭଙ୍କର ଜେନା (ଭୁବନେଶ୍ୱର)

 

ବନ୍ଧୁତାର ବନ୍ଧନ
ଆସିଛୁ ତ ଆମେ ସଭିଏଁ ବିଭିନ୍ନ ଜାଗାରୁ
ଚାଲୁଛୁ କିନ୍ତୁ ସମସ୍ତେ ଗୋଟିଏ ମନରୁ
ନାହିଁ ତା’ ଭିତରେ ସାନ ବଡ଼ର ଭାବନା
କି ଆସିନି ମନେ ପୁଅ ଝିଅର ପରିକଳ୍ପନା ॥

ବିପଦେ ଆପଦେ ଦଣ୍ଡାୟମାନ
ଗୋଟିଏ ହୃଦୟରୁ
ମନକଥା ବୁଝିପାରୁ ସାମ୍ନାର
ସେଇ ଦୁଇ ଆଖିରୁ
ପରସ୍ପରକୁ ଭଲପାଇବାରେ
ନାହିଁ ଟିକିଏ ସନ୍ଦେହ
ଥିବା ଆମେ ଏକାଠି ହୋଇ
ଥିବାଯାଏଁ ଏହି ଦେହ ॥

ଏହା ଆମ ପାଇଁ ଭିନ୍ନ
ଏକ ପୃଥିବୀର ଆବିଷ୍କାର
ବନ୍ଧୁତ୍ୱର ବନ୍ଧନରେ ଆବଦ୍ଧ
ଆମରି ସଂସାର…..
– ଦେବାଶିଷ ଆଚାର୍ଯ୍ୟ
(ଓଡ଼ଗାଁ, ନୟାଗଡ଼)

 

ବନ୍ଧୁ
ଜୀବନର ଅନ୍ଧକାର ସମୟେ ସେ ପ୍ରଦୀପ ଶିଖା
ଫଗୁଣ ସାଜି ପୁଣି ଅଜାଡ଼ି ହେଇଯାଏ ସୁଖ ସମୟେ,
ସେହି ଏକା ସାଜେ ତରୀ ଜୀବନ ବନ୍ୟାରେ
ଦୁନିଆ ଯେବେ ସାଜେ ବଇରୀ ଅସମୟେ!

ଲଢ଼ିଯାଏ ସାଜି ଢାଲ ନରଖି ନିଜ ଜୀବନେ ଲୋଭ
ହେ ବନ୍ଧୁ! ତୋ ସମ କିଏ ଯେ ହେବ ଜଗତେ,
ତୁ ହିଁ ତ ଏକା ଔଷଧ ଏ ହୃଦୟ ବ୍ୟାଧିର
ଶ୍ରେଷ୍ଠ ଏ ସମ୍ପର୍କ ଯୁଗେ ଯୁଗେ ଏ ମର୍ତ୍ତ୍ୟେ ।
– ସୁଶ୍ରୀ ସଙ୍ଗୀତା ସେଠୀ
(ବିଲିପଡା, ଯାଜପୁର)

 

ମୋ ସାଙ୍ଗ
ଜୀବନ୍ୟାସର ଗୁହାରି କରେ ହୃଦୟରେ ସୁପ୍ତ ସ୍ମୃତି,
କେବେ ସ୍ୟାହିରେ ଝରିଯାଏ,
କେବେ ଭାବନାର କାନଭାସ୍‌ରେ ରଙ୍ଗ ବୋଳେ
ଗୋଟିଏ ଜୀବନରେ ଖୁନ୍ଦି ଖୁନ୍ଦି ରହିଯାଏ କେତେ,
ଅଭିଯୋଗ ନ ଥାଏ ରୂପାନ୍ତର ପାଇଁ,
ଫାଙ୍କା କାଗଜ ଦେଖିଲେ ଆସିଯାଏ ଧାଇଁ,
ତା’ ଆଗମନରେ ବୁକୁଫଟା ଚିତ୍କାର ବି ଥମିଯାଏ,
ଗୋଟିଏ ଶାନ୍ତ ପରିପକ୍ୱତାଭରା ହସରେ ବଦଳିଯାଏ।
ସେ ପ୍ରେମର ରଙ୍ଗିନ ଛବି ହେଉ
କି ହେଉ ପ୍ରତାରଣାର ବ୍ଲାକ ଏଣ୍ଡ୍‌ ହ୍ବାଇଟ୍‌ ପରଦା,
ସବୁ କିଛି ସୁନ୍ଦର ଲାଗେ ମୋ ସାଙ୍ଗ ଆସିଗଲା ପରେ।
ବୟସର ବନ୍ଧନୀରେ ବେଳେବେଳେ ମନେପଡେ,
ପିଲାଦିନ, ଗାଁ ଦାଣ୍ଡ, ଆମ୍ବ ଚୋରି
ଆଉ ଚୁକ୍ତିହୀନ ସେଇ ବନ୍ଧୁତା,
ଛୁଇଁ ହୁଏନି ତାକୁ, ଖାଲି ବୁଝିହୁଏ
ମନ ଭିତରେ ନୀରବ ରହିଯାଏ ବନ୍ଧୁ ଆଉ ବନ୍ଧୁତାର କଥା,
ସ୍ନେହ-ସରାଗ-ସ୍ବାଭିମାନର କଥା,
ମୋ ସାଙ୍ଗର କଥା ।
– ସୁରଜ କୁମାର ମିଶ୍ର (ଭୁବନେଶ୍ୱର)

 

ବନ୍ଧୁତା: ସେ ଯେ
ଭିନ୍ନ ଏକ ପକ୍ଷୀ
ରଖିବାକୁ ତାକୁ କିଣିବାକୁ ହେବ ନାହିଁ
ତୁମକୁ ସୁନାର ପଞ୍ଜୁରି ଅବା
ଯାଚିବାକୁ ହେବ ନାହିଁ ରୁପାଗିନାରେ ଦୁଧ ଭାତ
କାହିଁକିନା ସେ ଯେ ବନ୍ଦୀ ଚିରକାଳ
ତୁମ ଛାତିର କେଉଁ ଅଳିନ୍ଦ ଅବା ନିଳୟର କପାଟିକା ଭିତରେ
ସମ୍ପର୍କର ଏ ମିଠାପଣରେ
ମଧୁର ଉତ୍ପୀଡ଼ନ ସବୁକୁ ଭୋଗି ଭୋଗି
ଯେ ପାଲଟି ସାରିଛି ମଧୁମେହ ରୋଗୀଟିଏ
ତା’ ପାଖେ ତୁଚ୍ଛ ଏ ମଧୁର
ଆୟୋଜନ ଯେତେ ॥

ସ୍ବାର୍ଥନ୍ଧତାର କାଣିଚାଏ ଅଳନ୍ଧୁ
ତୁମେ ପାଇବ ନାହିଁ ତା’ ଚିଠିରେ ଅବା ଚଞ୍ଚୁରେ
ପାଇବ ନାହିଁ ବି ଗୋଟେ ଅର୍ଥପୂର୍ଣ୍ଣ ହସ
ସେତକ ନାହିଁ ବୋଲି ତ
ଝଡ଼ ବତାସରେ ବି
କେତେ ନଈନାଳ, ପାହାଡ଼ ମଥାନ ଟପି
ସେ ଉଡ଼ିଆସୁଥିବ ଏମିତି ତୁମ ପାଖକୁ
ଆଉ ତୁମ ଝର୍କାର ରେଲିଂରେ ବସି
ଗାଉଥିବ ଏକ ନୂଆ ସକାଳର ଗୀତ॥

– ସୁବ୍ରତ କୁମାର ସେନାପତି (ଖାରବେଳ ଛାତ୍ରାବାସ, ଓୟୁଏଟି, ଭୁବନେଶ୍ୱର)

 

ତୁ
ଅଖ ବୁଲୁ ଥାଇ ଚକ ବୁଲୁ ଥାଇ
ବୁଲି ପଡୁଥାଇ ପହି
ସମୟ ସ୍ରୋତରେ ତୋ ହାତ ଧରିଛି
ଛାଡ଼ିବିନି କେବେ ମୁହିଁ।

ଯେତେ କଥା କହି ଗାଳି ପଛେ ଦିଏ
ରହିଥାଆ ସାଥେ ମୋର
ତୋ ପରି ସଖାଟେ ପାଖରେ ପାଇକି
ଜୀବନ ହୋଇଛି ସାର।
– ସୁଦିପା ସାହୁ (ବାସୁଦେବପୁର, ଭଦ୍ରକ)


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri