Posted inଫୁରସତ

ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ

ଆସାମର ମୋରିଗାଓଁ ଜିଲା ଅନ୍ତର୍ଗତ ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେହି କେହି ପବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ କହିଥାନ୍ତି। ପ୍ରାୟ ୩୮.୮୫ ବର୍ଗ କି.ମି. ପର୍ଯ୍ୟନ୍ତ ପରିବ୍ୟାପ୍ତ ଉକ୍ତ ଅଭୟାରଣ୍ୟରେ ମୁଖ୍ୟତଃ ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ଏହି ୩୮.୮୫ ବର୍ଗ କି.ମି ପରିବ୍ୟାପ୍ତ ଅଞ୍ଚଳର କିଛି ଅଂଶ ଅର୍ଥାତ୍‌ ମାତ୍ର ୧୬ ବର୍ଗ କି.ମି. ପରିଧି ଭିତରେ ହିଁ ଏହି ଗଣ୍ଡାମାନେ ଦେଖାଯାଇଥାନ୍ତି। ତଥ୍ୟ ଅନୁଯାୟୀ, ପୋବିଟୋରାକୁ ୧୯୭୧ ମସିହାରେ ପ୍ରଥମେ ଏକ ସଂରକ୍ଷଣ କ୍ଷେତ୍ର ଭାବେ ଘୋଷଣା କରାଯାଇଥିବାବେଳେ ୧୯୮୭ରେ ଏହାକୁ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟର ମାନ୍ୟତା ମିଳିଥିଲା।

କ’ଣ ଦେଖିବେ
ପୋବିଟୋରା ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିଲେ ହେଁ, ଏଠାରେ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ମଧ୍ୟ ଦେଖିହୁଏ। ଯେମିତିକି ଚିତାବାଘ, ଜଙ୍ଗଲୀ ଘୁଷୁରି, ବୋବାଉଥିବା ହରିଣ, ଜଙ୍ଗଲୀ ମଇଁଷୀ, ହାତୀ ଇତ୍ୟାଦି। ତା’ଛଡ଼ା ପ୍ରାୟ ୩୭୫ ପ୍ରଜାତିର ପକ୍ଷୀମାନଙ୍କ ପାଇଁ ଏହା ଏକ ସୁରକ୍ଷିତ ଆବାସସ୍ଥଳୀ କହିଲେ ମଧ୍ୟ ଭୁଲ୍‌ ହେବନାହିଁ। ଏପରି କି ଶୀତଦିନେ ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ୱ ଭ୍ରମଣକାରୀ ପକ୍ଷୀ ମଧ୍ୟ ଏଠାକୁ ଉଡି ଆସିଥାନ୍ତି, ଯାହା ହେଉଛି ଏଠାକାର ଅନ୍ୟତମ ନିଆରା ଆକର୍ଷଣ। ସେହିପରି ଏହି ଅଭୟାରଣ୍ୟ ଭିତରେ ବିଭିନ୍ନ ପ୍ରଜାତିର ସରୀସୃପଙ୍କୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ଗ୍ୟାଲେରି ବି ତିଆରି କରାଯାଇଛି।

କେବେ ଓ କେମିତି ଯିବେ
ଗୁଆହାଟିର ପୂର୍ବ ଦିଗରୁ ପୋବିଟୋରା ଅଭୟାରଣ୍ୟଟି ପ୍ରାୟ ୩୦ କି.ମି. ଦୂରରେ ଅବସ୍ଥିତ। ତେଣୁ ଗୁଆହାଟିରୁ ସଡ଼କପଥରେ ପ୍ରାୟ ୧ ଘଣ୍ଟାର ରାସ୍ତା ଅତିକ୍ରମ କରି ଗଲେ ପଡେ ଏହି ଅଭୟାରଣ୍ୟଟି। ତା’ଛଡ଼ା ବର୍ଷର ଯେ କୌଣସି ସମୟରେ ଏଠାକୁ ଯିବାର ସୁବିଧା ମଧ୍ୟ ରହିଛି। ହେଲେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁଯାୟୀ, ଅକ୍ଟୋବରରୁ ମେ’ ହେଉଛି ଏଠାକୁ ଯିବା ପାଇଁ ସବୁଠୁ ଭଲ ସମୟ। କାରଣ ଏହାପରେ ବର୍ଷାଦିନ ଆସିଯାଏ। ବର୍ଷାରେ ଗଲେ ଏଠାରେ ପଶୁପକ୍ଷୀଙ୍କୁ ନିକଟରୁ ଦେଖିବାରେ ସମସ୍ୟା ଉପୁଜିଥାଏ।

ହାତୀ ପିଠିରେ ବସି ବୁଲିବେ
ପୋବିଟୋରାରେ ଥିବା ହାତୀମାନଙ୍କ ପିଠିରେ ବସି ଅଭୟାରଣ୍ୟ ଭିତରେ ବୁଲିବାର ମଜା ହିଁ କିଛି ନିଆରା ଥାଏ। ଏଥିପାଇଁ କିଛି ଶୁଳ୍କ ଦେବାକୁ ହୋଇଥାଏ। ତା’ଛଡ଼ା ଅଭୟାରଣ୍ୟ ମଧ୍ୟରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ବି ଏଠାକାର ପରିବେଶକୁ ବେଶ୍‌ ମନୋରମ କରିଥାଏ। ତେଣୁ ସହରର ଜନଗହଳିପୂର୍ଣ୍ଣ ପରିବେଶରୁ କିଛିକ୍ଷଣ ପାଇଁ ବାହାରି ଆସି ଏଭଳି ଏକ ଶାନ୍ତ ବାତାବରଣରେ ସମୟ କଟାଇବାକୁ ପ୍ରାୟତଃ ପର୍ଯ୍ୟଟକଙ୍କର ଗହଳି ଏଠାରେ ଲାଗିଥାଏ।

ଫଟୋଗ୍ରାଫିର ମଜା ନେବେ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ଅଭୟାରଣ୍ୟଟି ଉଭୟ ପ୍ରକୃତିପ୍ରେମୀ ତଥା ଦୁଃସାହସିକ ପର୍ଯ୍ୟଟନରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଖୁବ୍‌ ଆକୃଷ୍ଟ କରିଥାଏ। ଅଭୟାରଣ୍ୟରେ ଥିବା ଜାତିଜାତିକା ପଶୁପକ୍ଷୀଙ୍କୁ ଦେଖିବା ସହ ଆଗନ୍ତୁକ ଏଠାରେ ଫଟୋଗ୍ରାଫିର ମଜା ମଧ୍ୟ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri