ପିଏନ୍‌ବିର ସ୍ଥାନାନ୍ତରିତ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୧୯।୭ (ଅଭୟ ଦାଶ): ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି),ବ୍ରହ୍ମପୁର ମଣ୍ଡଳର ସ୍ଥାନାନ୍ତରିତ (ଦୁରା ଶାଖାର ନୂତନ ପରିସର) ଶାଖା ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଗଞ୍ଜାମ ଜିଲା ବ୍ରହ୍ମପୁର ତହସିଲ ଅଧୀନ ପିଏନ୍‌ବି ଦୁରା ଶାଖାକୁ ନିକଟରେ ସ୍ଥାନାନ୍ତର କରାଯାଇଛି। ଏହି ଅବସରରେ ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଡ. ଆଲୋକ ରଞ୍ଜନ ସେନାପତି, ଦୁରା ପଞ୍ଚାୟତର ସରପଞ୍ଚ ବିଷ୍ଣୁପ୍ରିୟା ବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲାବେଳେ ପିଏନ୍‌ବି ମଣ୍ଡଳ ମୁଖ୍ୟ ପ୍ରବନ୍ଧକ ସୁବ୍ରତ କୁମାର ସେଠୀ, ପ୍ରବନ୍ଧକ ଜଗଜ୍ୟୋତି ମିଶ୍ର, ପ୍ରବନ୍ଧକ ଡି.ମାହେଶ୍ୱରୀ ପାତ୍ର ଏବଂ ଶାଖାର ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ପରିପ୍ରେକ୍ଷୀରେ ଶାଖା ପକ୍ଷରୁ ଏକ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା, ଯେଉଁଥିରେ ପିଏନ୍‌ବିର ଆଞ୍ଚଳିକ ମୁଖ୍ୟ ରାଜେଶ କୁମାର ବ୍ୟାଙ୍କର ଡିଜିଟାଲ ଉପତ୍ାଦ, ଅନ୍‌ଲାଇନ ଋଣ ସୁବିଧା ଏବଂ ବ୍ୟାଙ୍କିଙ୍ଗ୍‌ ସେବାକୁ ଗ୍ରାହକଙ୍କ ପାଇଁ ସହଜ କରିବାର ପ୍ରତିବଦ୍ଧତା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ପିଏନ୍‌ବି ବ୍ରହ୍ମପୁର ମଣ୍ଡଳର ମୁଖ୍ୟ ଡ. ସେନାପତି ଗ୍ରାହକ ଓ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଉନ୍ନତମାନର ଜୀବନଶୈଳୀ ପାଇଁ ଋଣ ଉପତ୍ାଦ ଓ ଏହାର ଉପଯୋଗିତା ଉପରେ ସମ୍ବୋଧିତ କରିଥିଲେ।
ପରିଶେଷରେ ଶାଖା ମୁଖ୍ୟ ସୀମାଞ୍ଚଳ ସାହୁ, ଉପପ୍ରବନ୍ଧକ ଶ୍ରୀନିବାସ ପଣ୍ଡା ଗ୍ରାହକ ଓ ବରିଷ୍ଠ ଅଧିକାରୀମାନଙ୍କୁ ସେମାନଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମଘଟ: କେନ୍ଦୁଝରରେ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଭାବିତ

କେନ୍ଦୁଝର,୧୧।୯(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ): ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ ଆହ୍ବାନରେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରାଯାଇଛି। କେନ୍ଦୁଝର ଜିଲାରେ ମଧ୍ୟ ଏହାର ପ୍ରଭାବ…

ବର୍ଷାଜଳରେ ବେହାଲ ବ୍ଲକ କାର୍ଯ୍ୟାଳୟ

ତୁମୁଡ଼ିବନ୍ଧ, ୧୧।୯ (ଦୀପକ କୁମାର ପରାସେଠ): ବର୍ଷାଜଳରେ ବେହାଲ ହୋଇପଡ଼ିଛି ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟ। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏଭଳି ଦୃଶ୍ୟ…

ଏପ୍ରିଲ ୨୦୨୭ ଯାଏଁ ରାହୁଙ୍କ କୃପା! ୩ ରାଶିଙ୍କୁ ମିଳିବ ପ୍ରଚୁର ଟଙ୍କା, ଚମକିବ କ୍ୟାରିୟର

ଛାୟା ଗ୍ରହ ରାହୁ ଏହି ସମୟରେ ଧନିଷ୍ଠା ନକ୍ଷତ୍ରରେ ବିରାଜମାନ ଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଧନିଷ୍ଠା ନକ୍ଷତ୍ରକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏହା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

୨୦୨୭ରେ ଏହି ୪ ରାଶି ଉପରେ ଶନିଙ୍କ କୋପଦୃଷ୍ଟି! ମେଷ-ମୀନ ସମେତ ଏମାନଙ୍କ ବଢ଼ିବ ଅଡୁଆ, ପାଦେ ପାଦେ ବିପଦ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବ ଏବଂ ତାଙ୍କର ପ୍ରଭାବକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ। ତାଙ୍କୁ କର୍ମଫଳଦାତା କୁହାଯାଏ ଏବଂ ତାଙ୍କର ସ୍ଥିତିର ପ୍ରଭାବ ବ୍ୟକ୍ତିର ବ୍ୟକ୍ତିଗତ ଜୀବନଠାରୁ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?