ପିଏମ୍‌ଜିଏସ୍‌ଓ୍ବାଇ ରାସ୍ତା କାମରେ ହରିଲୁଟ

ଯାଜପୁର,୮ା୪(ହର୍ଷବର୍ଦ୍ଧନ ବେହେରା): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ-୨ ଅନ୍ତର୍ଗତ ମଧୁସୂଦନପୁର ଭାୟା ରଘୁନାଥପୁର ହୋଇଥିବା ରାସ୍ତା କାର୍ଯ୍ୟରେ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନ ସରୁଣୁ ବିଭିନ୍ନ ସ୍ଥାନରେ କଂକ୍ରିଟ ଉଠିଯିବା ସହ କିଛି ଅଂଶ ଭାଙ୍ଗି ଖାଲ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ ପରେ ବି ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କ ପରୋକ୍ଷ ସହଯୋଗରେ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରାଯାଇ ଦୁର୍ନୀତିକୁ ସୁରକ୍ଷା ଦିଆଯାଇଛି। ଏନେଇ ସମ୍ପୃକ୍ତ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଗ୍ରାମ୍ୟ ନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ୩ା୪ା୨୦୨୪ରେ ଯୁଗ୍ମ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏସ୍‌କ୍ୟୁଏମ୍‌ ସରୋଜ କୁମାର ପାଢ଼ୀ ଓ ଚିଫ୍‌ କନଷ୍ଟ୍ରକ୍ସନ ଇଞ୍ଜିନିୟର ସୋମନାଥ ପରିଡାଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ବାଚନ ସମୟରେ ଖୋଲାଖୋଲି ଏଭଳି ଦୁର୍ନୀତି ଉପରେ ଅଞ୍ଚଳବାସୀ ବିଭାଗୀୟ ତଦନ୍ତକାରୀ ଅଧୀକ୍ଷଣ ଯନ୍ତ୍ରୀ ଓ ସମ୍ପୃକ୍ତ ଯନ୍ତ୍ରୀଙ୍କ ସହ ଠିକାଦାରଙ୍କ ମଧୁଚନ୍ଦ୍ରିକା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଏହାବାଦ୍‌ ଏଥିରେ ବ୍ୟାପକ ପିସି କାରବାର ଅନ୍ୟତମ ପ୍ରମୁଖ କାରଣ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।
ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ପିଏମ୍‌ଜିଏସ୍‌ୱାଇ ପ୍ରଣିତ ହୋଇଛି। ଏଠାକାର ଅଧିବାସୀଙ୍କ ଯୋଗାଯୋଗର ପ୍ରମୁଖ ମାଧ୍ୟମ ହେଉଛି ସଡ଼କ ପଥ। ଏହି ଯୋଜନାରେ ଅଧିକ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଉଛି ସତ, ହେଲେ ଠିକାକାମକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଯାଜପୁର ଜିଲାର ଯେ କୌଣସି ପିଏମ୍‌ଜିଏସ୍‌ୱାଇ କାର୍ଯ୍ୟକୁ ଦେଖିଲେ ସ୍ବାଭାବିକ ଭାବେ ଏହି ଯୋଜନା କେତେ ସଫଳ, ତାହା ଜଣାପଡ଼ିବ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନ୍ୟାନ୍ୟ ଯୋଜନା ବ୍ୟତୀତ କେବଳ ପିଏମ୍‌ଜିଏସ୍‌ୱାଇରେ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ କେତେକାଂଶରେ ଆବଣ୍ଟିତ ଅନୁଦାନର ସିଂହଭାଗ ଅର୍ଥ ଠିକାଦାର ଓ ଯନ୍ତ୍ରୀଙ୍କ ପକେଟ ଗରମ କରୁଥିବା ଅଭିଯୋଗ ହେଉଛି। ଏହାର ଉଦାହରଣ ଭାବେ ଏନ୍‌ଏଚ୍‌-୧୬ଠାରୁ ମଧୁସୂଦନପୁର ଭାୟା ରଘୁରାଜପୁର ରାସ୍ତାକୁ ନିଆଯାଇପାରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ୨୦୨୧-୨୨ ବର୍ଷରେ ୭.୩୪୦ କିଲୋମିଟରର ଏହି ରାସ୍ତା କାମ ପାଇଁ ୫ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା ଅଟକଳ ପ୍ରସ୍ତୁତ ହୋଇଥିଲା। କିନ୍ତୁ ନିର୍ମାଣର ୨ ମାସ ପରେ ରାସ୍ତାର କଂକ୍ରିଟ ଉଠିଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେହିପରି ୧୫ା୧୨ା୨୦୨୩ ସୁଦ୍ଧା ଏହି ରାସ୍ତା କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲେ ହେଁ ଅଦ୍ୟାବଧି ମାତ୍ର ୪୦ ଭାଗ କାର୍ଯ୍ୟ ଶେଷ ହୋଇଛି। ଏଥିନେଇ ବିଭାଗ ପକ୍ଷରୁ ଠିକାଦାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇନାହିଁ। ଦୀର୍ଘଦିନ ହେଲା ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ରାସ୍ତା ନିର୍ମାଣର ବିଭିନ୍ନ ସ୍ତରରେ ଆବଶ୍ୟକ ପରିମାଣର ରୋଲିଂ କରାଯାଇ ନାହିଁ। ଠିକ୍‌ ପରିମାଣର ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ହୋଇ ନଥିବାରୁ ରାସ୍ତାର ପୂର୍ବ ଉଚ୍ଚତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ପୁରୁଣା ପିଚୁକୁ କଢ଼ାଯାଇ ରାସ୍ତାରୁ ବାହାର କରାଯାଇନାହିଁ। ଅନେକ ସ୍ଥାନରେ ଆଦୌ ରାସ୍ତା ଖୋଳା ନ ଯାଇ ପୁରୁଣା ପିଚୁ ଉପରେ ରାସ୍ତା ନିର୍ମାଣ କରାଯାଇଛି। ତେଣୁ ରାସ୍ତାର ମରାମତି ବଦଳରେ ପୁନଃ ନିର୍ମାଣ କରାଯାଇ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଅଧୀକ୍ଷଣ ଯନ୍ତ୍ରୀ ଅବିନାଶ ବାରିକଙ୍କୁ ପଚାରିବାରୁ ସେ କହିଛନ୍ତି, ରାସ୍ତାର ଆବଶ୍ୟକ ମରାମତି କରାଯିବ। ସେହିପରି ଉଚ୍ଚପଦସ୍ଥ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଉପରେ ଉପଯୁକ୍ତ ସହଯୋଗ କରି ବିହିତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

ନାତୁଣୀଙ୍କୁ ଦୁର୍ବବ୍ୟହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନ୍ୟାସୀ ଗୌଡ଼(୬୫)ଙ୍କୁ ଗୁରୁବାର ସକାଳ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri