ପିସି କାରବାରରେ ବନ୍ଧା ପିଏମ୍‌ଜିଏସ୍‌ୱାଇ

ଯାଜପୁର ଅଫିସ,୧୩ା୯:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ବିନା ପିସି କିମ୍ବା ଫାଇନାଲ ବିଲ୍‌ ସମୟରେ ଯନ୍ତ୍ରୀଙ୍କୁ ମୋଟା ଅଙ୍କର ଅର୍ଥ ନ ଦେଲେ ଫାଇଲ ଘୁଞ୍ଚେ ନାହିଁ ବୋଲି କେତେଜଣ ଠିକାଦାର ଅଭିଯୋଗ କରିଛନ୍ତି। ସୁକିନ୍ଦା ବ୍ଲକ ଆରଡି ରାସ୍ତାଠାରୁ ଡୁବିଖାଲ ପର୍ଯ୍ୟନ୍ତ ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଏଭଳି ଅଭିଯୋଗ ହେବା ପରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ପିଏମ୍‌ଜିଏସ୍‌ୱାଇରେ ଅନ୍ୟ ଏକ ଅନିୟମିତତା ଅଭିଯୋଗ ହୋଇଛି। ବଡଚଣା ବ୍ଲକର କୃଷ୍ଣଦାସପୁର-ରତ୍ନଗିରି ପୂର୍ତ୍ତ ବିଭାଗ ରାସ୍ତାର କୋଲଣଗିରିଠାରୁ ହଳଧରପୁର-ବାଲିକୁଦା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରକଳ୍ପ ସରିବା ପରେ ନିୟମ ଅନୁସାରେ ୫ ବର୍ଷ ପର୍ଯ୍ୟନ୍ତ କୌଣସି ମରାମତି ନ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାଜ୍ୟ ଗ୍ରାମ୍ୟ ନିର୍ମାଣ(ଆର୍‌ଡବ୍ଲ୍ୟୁ) ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୮ା୯ା୨୦୨୨ରେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଅଭିଯୋଗର ଆବଶ୍ୟକ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ହେଲେ ପୂର୍ବରୁ ଏଭଳି ଅନେକ ଅନିୟମିତତା ଉପରେ ତଦନ୍ତ ନିର୍ଦ୍ଦେଶ ହୋଇଆସୁଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ କିମ୍ବା ସମ୍ପୃକ୍ତ ଯନ୍ତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ନଜିର ନାହିଁ।
ପିଏମ୍‌ଜିଏସ୍‌ୱାଇରେ ଜାରକା ଡିଭିଜନ ପକ୍ଷରୁ ଗତ ୩ ବର୍ଷରେ ୧୨ ପ୍ରକଳ୍ପରେ ୩୬ କି.ମି. ରାସ୍ତା ନିର୍ମାଣ ହୋଇଛି। ହେଲେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଏବଂ ସମାପ୍ତ ପରେ ଚୁକ୍ତି ଅନୁଯାୟୀ ମରାମତି ହେଉ ନ ଥିବାରୁ ରାସ୍ତା ଦୀର୍ଘସ୍ଥାୟୀ ହୋଇ ପାରୁନାହିଁ। ଏହାର ଉଦାହରଣ କୃଷ୍ଣଦାସପୁର-ରତ୍ନଗିରି ପୂର୍ତ୍ତ ବିଭାଗ ରାସ୍ତାର କୋଲଣଗିରିଠାରୁ ହଳଧରପୁର-ବାଲିକୁଦା ପର୍ଯ୍ୟନ୍ତ ୧.୫ କିମି ରାସ୍ତାରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ୨୦୦୮ରେ ୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ରାସ୍ତା ନିର୍ମାଣ ହୋଇଥିଲା। ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ପ୍ଲାନ ଓ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ କରା ନ ଯିବା ଇତ୍ୟାଦି ଗ୍ରାମବାସୀଙ୍କ ଦୃଷ୍ଟିକୁ ଆସିବାରୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟିକୁ ଅଣାଯାଇଥିଲା। କିନ୍ତୁ ଉକ୍ତ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଏହାକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଗଲା। ତେଣୁ ବର୍ତ୍ତମାନ ଏହି ରାସ୍ତାର ଅର୍ଦ୍ଧେକ ଅଂଶର ଚିପ୍‌ସ, ବଜୁରି ଉଠିଗଲାଣି। ବର୍ଷାଦିନେ ରାସ୍ତାଟି କାଦୁଅ ହୋଇ ଅନେକ ଜାଗାରେ ଖାଲ ସୃଷ୍ଟି କରି ଗମନାଗମନ ଅନୁପଯୋଗୀ ହୋଇଛି। ୧୪ ବର୍ଷ ମଧ୍ୟରେ ଏହି ରାସ୍ତାର ମରାମତି ନିମନ୍ତେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ମରାମତି କରିବାକୁ ରାଜ୍ୟ ସଚିବାଳୟ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଉପବିଭାଗ ଅଧିକାରୀ ଅନିରୁଦ୍ଧ ସାହୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ବଡ଼ଚଣା ବ୍ଲକର ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନ୍‌ଏଚ୍‌-୫(କ)ଠାରୁ ଭରତପୁର ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ବିପୁଳ ପରିମାଣର ସରକାରୀ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ଉପରେ ତଦନ୍ତ ହୋଇଛି। କିନ୍ତୁ ଠିକାଦାରଙ୍କ ପିସିରେ ସମ୍ପୃକ୍ତ ଯନ୍ତ୍ରୀମାନେ ବନ୍ଧା ଥିବାରୁ କୌଣସି ସଫଳତା ମିଳି ନ ଥିବା ପ୍ରଭାବିତ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଭଳିସ୍ଥିତିରେ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପୁଣି ଏକ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ଗ୍ରାମବାସୀ ଅପେକ୍ଷା କରିଛନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri