ଫମ୍ପା ପ୍ରତିଶ୍ରୁତି ପାଲଟିଛି ପିଏମ୍‌ଏଓ୍ବାଇ

ସମ୍ବଲପୁର,୧୭ା୧୦(ବ୍ୟୁରୋ): କଚ୍ଚାଘର ସବୁ ପକ୍କା ହୋଇଯିବ। ସମସ୍ତଙ୍କ ଘରେ କଂକ୍ରିଟ ଛାତ ରହିବ। ୨୦୨୨ ମସିହା ସୁଦ୍ଧା ଆଉ କେହି ବାସହରା ହୋଇ ରହିବେ ନାହିଁ। କେନ୍ଦ୍ର ସରକାର ୫ ବର୍ଷିଆ ଦୀର୍ଘମିଆଦୀ ଯୋଜନା କରିଛନ୍ତି। ଏଭଳି ନାରାବାଜି ଓ ନିର୍ବାଚନୀ ଇସ୍ତାହାର ଦେଇ ଭାଜପା କ୍ଷମତାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଜ୍ୟ, ଜିଲାସ୍ତରୀୟ ଭାଜପା ନେତା ଓ ବିଧାୟକମାନେ ନିଜ ବକ୍ତବ୍ୟରେ ଏହାକୁ ଦୋହରାଇଥିଲେ। ହେଲେ ସମ୍ବଲପୁର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଫମ୍ପା ପ୍ରତିଶ୍ରୁତି ପାଲଟିଛି। ୨୦୨୨ ସୁଦ୍ଧା ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସମୟସୀମା ରହିଥିବାବେଳେ ଜିଲାରେ ୨୨,୪୯୮ଜଣ ଆବେଦନକାରୀ ଘର ପାଇବା ଅପେକ୍ଷାରେ ରହିଛନ୍ତି। ଦୀର୍ଘ ୩ବର୍ଷ ମଧ୍ୟରେ ଜିଲାକୁ ମାତ୍ର ୧୪୫ ଘର ଆସିଛି। ଅନ୍ୟପକ୍ଷରେ ବହୁ ଗରିବ ପରିବାର ଘର ପାଇବା ପାଇଁ ନିଜର ନାମ ପଞ୍ଜୀକରଣ କରିପାରିନାହାନ୍ତି। ୨୦୧୭ରେ ବାକି ରହିଥିବା ଗରିବ ପରିବାର ଆବେଦନ କରିବାକୁ କୁହାଯାଇଥିଲା। ଜିଲାରେ ୭୨ ହଜାର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ। ଯାଞ୍ଚ ସମୟରେ ବିଭିନ୍ନ କାରଣରୁ ଅନେକ ଆବେଦନକାରୀଙ୍କୁ ବାଦ୍‌ ଦିଆଯାଇଥିବା ବେଳେ କେତେଜଣ ନିଜ ଇଚ୍ଛାରେ ପ୍ରତ୍ୟାହାର ମଧ୍ୟ କରିନେଇଥିଲେ। ଅନ୍ୟ ସରକାରୀ ଯୋଜନାରେ ମଧ୍ୟ କେତେକ ପରିବାରଙ୍କୁ ଘର ମିଳିଯାଇଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ଯେଉଁ ସଂଖ୍ୟାରେ ଜିଲାକୁ ଘର ମିଳିଥିଲା ଏବେ ତାହା ବନ୍ଦ ହୋଇଯାଇଛି।
ମିଳିଥିବା ରିପୋର୍ଟ ଅନୁସାରେ,୨୦୧୧ ଜନଗଣନା ଅନୁସାରେ ହୋଇଥିବା ରିପୋର୍ଟକୁ ନେଇ ଆବାସ ଯୋଜନାରେ ପରିବାରଙ୍କୁ ସାମିଲ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ୨୦୧୬ ମସିହାଠାରୁ ଆରମ୍ଭ କରି ୨୦୨୧ ମସିହା ଭିତରେ ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ସେ ସମୟରେ ଜିଲାରେ ପ୍ରାୟ ୮୫ ହଜାର ପରିବାର ଆବେଦନ କରିଥିବା ବେଳେ ବିଭିନ୍ନ କାରଣରୁ ୩୯,୪୫୬ ଜଣ ଚୂଡାନ୍ତ ତାଲିକାରେ ରହିଥିଲେ। କିନ୍ତୁ ୩୯,୩୪୮ ଗୋଟି ଘର ମଞ୍ଜୁର ହୋଇଥିଲା। ଏହି ୫ ବର୍ଷରେ ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଟାର୍ଗେଟରୁ ୩୯,୧୨୩ ଘର ସମ୍ପୂର୍ଣ୍ଣ ହୋଇଯାଇଛି । ମାତ୍ର ୨୨୫ ଘର ଜମି ଓ ବିଭିନ୍ନ କାରଣରୁ ଶେଷ ହୋଇ ପାରିନାହିଁ। ନୂତନ ଆବେଦନକାରୀଙ୍କ ପାଇଁ ଅନୁଦାନ ନ ଆସିବା ମୁଖ୍ୟ ସମସ୍ୟା ହୋଇଛି।
ଏ ସମ୍ପର୍କରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳ କହିଛନ୍ତି, ୫ ବର୍ଷ ପାଇଁ ଜିଲାକୁ ଯାହା ଟାର୍ଗେଟ ଦିଆଯାଇଥିଲା, ହାତଗଣତି କିଛି ଘର ଛାଡିଦେଲେ ବାକି ସମ୍ପୂର୍ଣ୍ଣ ହୋଇଯାଇଛି। ଏବେ ନୂତନ ଅନୁଦାନ ଆସିନାହିଁ। ଆସିବା ପରେ ଅପେକ୍ଷା କରିଥିବା ଆବେଦନକାରୀଙ୍କୁ ଘର ଦିଆଯିବ। ଅପେକ୍ଷାରେ ଥିବା ଆବେଦନକାରୀଙ୍କୁ କାର୍ଯ୍ୟାଦେଶ ଦେବା ପୂର୍ବରୁ ପୁଣି ଥରେ ଯାଞ୍ଚ କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ୨୦୨୨ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା। ହେଲେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ପୂରା ହୋଇପାରିଲା ନାହିଁ। ୨୦୨୪କୁ ପୁଣି ଲକ୍ଷ୍ୟ ରଖାଯାଇଛି। ପଶ୍ଚିମ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବହେଳା କରୁଥିବା ଏହା ଏକ ଉଦାହରଣ। କାରଣ ବିଗତ ୩ବର୍ଷ ହେବ କେନ୍ଦ୍ର ପକ୍ଷରୁ ଯେତିକି ପରିମାଣର ଘର ଆସିଥିଲା ତାହା ଉପକୂଳ ଓଡ଼ିଶାବାସୀଙ୍କୁ ଦିଆଯାଇଛି। ଲକ୍ଷ୍ୟ ପୂରଣ କରିବା ପାଇଁ କମିଟିରେ ଉପସ୍ଥାପନା କରିଛି। ଶୀଘ୍ର ଅନୁଦାନ ଆସିଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri