ଫମ୍ପା ପ୍ରତିଶ୍ରୁତି ପାଲଟିଛି ପିଏମ୍‌ଏଓ୍ବାଇ

ସମ୍ବଲପୁର,୧୭ା୧୦(ବ୍ୟୁରୋ): କଚ୍ଚାଘର ସବୁ ପକ୍କା ହୋଇଯିବ। ସମସ୍ତଙ୍କ ଘରେ କଂକ୍ରିଟ ଛାତ ରହିବ। ୨୦୨୨ ମସିହା ସୁଦ୍ଧା ଆଉ କେହି ବାସହରା ହୋଇ ରହିବେ ନାହିଁ। କେନ୍ଦ୍ର ସରକାର ୫ ବର୍ଷିଆ ଦୀର୍ଘମିଆଦୀ ଯୋଜନା କରିଛନ୍ତି। ଏଭଳି ନାରାବାଜି ଓ ନିର୍ବାଚନୀ ଇସ୍ତାହାର ଦେଇ ଭାଜପା କ୍ଷମତାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଜ୍ୟ, ଜିଲାସ୍ତରୀୟ ଭାଜପା ନେତା ଓ ବିଧାୟକମାନେ ନିଜ ବକ୍ତବ୍ୟରେ ଏହାକୁ ଦୋହରାଇଥିଲେ। ହେଲେ ସମ୍ବଲପୁର ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ଫମ୍ପା ପ୍ରତିଶ୍ରୁତି ପାଲଟିଛି। ୨୦୨୨ ସୁଦ୍ଧା ଏହି ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସମୟସୀମା ରହିଥିବାବେଳେ ଜିଲାରେ ୨୨,୪୯୮ଜଣ ଆବେଦନକାରୀ ଘର ପାଇବା ଅପେକ୍ଷାରେ ରହିଛନ୍ତି। ଦୀର୍ଘ ୩ବର୍ଷ ମଧ୍ୟରେ ଜିଲାକୁ ମାତ୍ର ୧୪୫ ଘର ଆସିଛି। ଅନ୍ୟପକ୍ଷରେ ବହୁ ଗରିବ ପରିବାର ଘର ପାଇବା ପାଇଁ ନିଜର ନାମ ପଞ୍ଜୀକରଣ କରିପାରିନାହାନ୍ତି। ୨୦୧୭ରେ ବାକି ରହିଥିବା ଗରିବ ପରିବାର ଆବେଦନ କରିବାକୁ କୁହାଯାଇଥିଲା। ଜିଲାରେ ୭୨ ହଜାର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ ଆବେଦନ କରିଥିଲେ। ଯାଞ୍ଚ ସମୟରେ ବିଭିନ୍ନ କାରଣରୁ ଅନେକ ଆବେଦନକାରୀଙ୍କୁ ବାଦ୍‌ ଦିଆଯାଇଥିବା ବେଳେ କେତେଜଣ ନିଜ ଇଚ୍ଛାରେ ପ୍ରତ୍ୟାହାର ମଧ୍ୟ କରିନେଇଥିଲେ। ଅନ୍ୟ ସରକାରୀ ଯୋଜନାରେ ମଧ୍ୟ କେତେକ ପରିବାରଙ୍କୁ ଘର ମିଳିଯାଇଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ଯେଉଁ ସଂଖ୍ୟାରେ ଜିଲାକୁ ଘର ମିଳିଥିଲା ଏବେ ତାହା ବନ୍ଦ ହୋଇଯାଇଛି।
ମିଳିଥିବା ରିପୋର୍ଟ ଅନୁସାରେ,୨୦୧୧ ଜନଗଣନା ଅନୁସାରେ ହୋଇଥିବା ରିପୋର୍ଟକୁ ନେଇ ଆବାସ ଯୋଜନାରେ ପରିବାରଙ୍କୁ ସାମିଲ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଅନୁଦାନରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ୨୦୧୬ ମସିହାଠାରୁ ଆରମ୍ଭ କରି ୨୦୨୧ ମସିହା ଭିତରେ ଘର ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିଲା। ସେ ସମୟରେ ଜିଲାରେ ପ୍ରାୟ ୮୫ ହଜାର ପରିବାର ଆବେଦନ କରିଥିବା ବେଳେ ବିଭିନ୍ନ କାରଣରୁ ୩୯,୪୫୬ ଜଣ ଚୂଡାନ୍ତ ତାଲିକାରେ ରହିଥିଲେ। କିନ୍ତୁ ୩୯,୩୪୮ ଗୋଟି ଘର ମଞ୍ଜୁର ହୋଇଥିଲା। ଏହି ୫ ବର୍ଷରେ ପର୍ଯ୍ୟାୟକ୍ରମେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଟାର୍ଗେଟରୁ ୩୯,୧୨୩ ଘର ସମ୍ପୂର୍ଣ୍ଣ ହୋଇଯାଇଛି । ମାତ୍ର ୨୨୫ ଘର ଜମି ଓ ବିଭିନ୍ନ କାରଣରୁ ଶେଷ ହୋଇ ପାରିନାହିଁ। ନୂତନ ଆବେଦନକାରୀଙ୍କ ପାଇଁ ଅନୁଦାନ ନ ଆସିବା ମୁଖ୍ୟ ସମସ୍ୟା ହୋଇଛି।
ଏ ସମ୍ପର୍କରେ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳ କହିଛନ୍ତି, ୫ ବର୍ଷ ପାଇଁ ଜିଲାକୁ ଯାହା ଟାର୍ଗେଟ ଦିଆଯାଇଥିଲା, ହାତଗଣତି କିଛି ଘର ଛାଡିଦେଲେ ବାକି ସମ୍ପୂର୍ଣ୍ଣ ହୋଇଯାଇଛି। ଏବେ ନୂତନ ଅନୁଦାନ ଆସିନାହିଁ। ଆସିବା ପରେ ଅପେକ୍ଷା କରିଥିବା ଆବେଦନକାରୀଙ୍କୁ ଘର ଦିଆଯିବ। ଅପେକ୍ଷାରେ ଥିବା ଆବେଦନକାରୀଙ୍କୁ କାର୍ଯ୍ୟାଦେଶ ଦେବା ପୂର୍ବରୁ ପୁଣି ଥରେ ଯାଞ୍ଚ କରାଯିବ ବୋଲି କହିଥିଲେ। ଏ ସମ୍ପର୍କରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ୨୦୨୨ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାକୁ ଲକ୍ଷ୍ୟ ରହିଥିଲା। ହେଲେ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ପୂରା ହୋଇପାରିଲା ନାହିଁ। ୨୦୨୪କୁ ପୁଣି ଲକ୍ଷ୍ୟ ରଖାଯାଇଛି। ପଶ୍ଚିମ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବହେଳା କରୁଥିବା ଏହା ଏକ ଉଦାହରଣ। କାରଣ ବିଗତ ୩ବର୍ଷ ହେବ କେନ୍ଦ୍ର ପକ୍ଷରୁ ଯେତିକି ପରିମାଣର ଘର ଆସିଥିଲା ତାହା ଉପକୂଳ ଓଡ଼ିଶାବାସୀଙ୍କୁ ଦିଆଯାଇଛି। ଲକ୍ଷ୍ୟ ପୂରଣ କରିବା ପାଇଁ କମିଟିରେ ଉପସ୍ଥାପନା କରିଛି। ଶୀଘ୍ର ଅନୁଦାନ ଆସିଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?