Posted inଜାତୀୟ

ନେତାଜୀଙ୍କ ପ୍ରତିମୂର୍ତ୍ତି ସମେତ ୧୨୦୦ ଉପହାର ହେବ ନିଲାମ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀଙ୍କୁ ଗତ ବର୍ଷ ମିଳିଥିବା ଉପହାର ଗୁଡିକର ନିଲାମ ଶନିବାର ଅର୍ଥାତ୍ ୧୭ ସେପ୍ଟେମ୍ବରରୁ ଆରମ୍ଭ ହେବ । ଏହା ୨ ଅକ୍ଟୋବର ଅର୍ଥାତ୍ ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ଚାଲିବ । ପ୍ରାୟ ୧୨୦୦ ଉପହାରର ନିଲାମ କରାଯିବ । ଏହି ଉପହାର ଗୁଡିକର ଦାମ ଓ ଏ ସମ୍ପର୍କରେ ସମସ୍ତ ତଥ୍ୟ ଅନଲାଇନରେ ଉପଲବ୍ଧ ରହିଛି । ଏହାର ଆରକ୍ଷିତ ମୂଲ୍ୟ ବି ନିର୍ଦ୍ଧାରଣ କରାଯାଇଛି । ଏହା ୧୦୦ଟଙ୍କାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କା ହେବ ।
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଥିବା ଉପହାରର ଏହା ଚତୁର୍ଥ ନିଲାମ । ଏହି ୧୨୦୦ ଉପହାର ମଧ୍ୟରୁ ୩୦୦ ନ୍ୟାଶନାଲ ଗ୍ୟାଲେରି ଅଫ ମର୍ଡନ ଆର୍ଟରେ ପ୍ରଦର୍ଶିତ କରାଯାଇ ସାରିଛି । ଏହି ନିଲାମରୁ ମିଳିବାକୁ ଥିବା ଅର୍ଥ ‘ନମାମି ଗଙ୍ଗେ’ କର୍ଯ୍ୟକ୍ରମରେ ଖର୍ଚ୍ଚ କରାଯିବ । ନମାମୀ ଗଙ୍ଗେ ଜୁନ ୨୦୧୪ରେ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଏକିକୃତ ସଂରକ୍ଷଣ କାୟାକଳ୍ପ କାର୍ଯ୍ୟକ୍ରମ ଅଟେ । ଏହାର ଉଦ୍ଦେଶ୍ୟ ଗଙ୍ଗାର ପ୍ରଦୂଷଣକୁ କମ କରିବା ।
ନିଲାମ ହେବାକୁ ଥିବା ଉପହାର ମଧ୍ୟରେ ମଧୁବନି ପେଣ୍ଟିଂଠାରୁ ଆରମ୍ଭ କରି ଏବେ ଚେନ୍ନାଇ ସତରଞ୍ଜ ଅଲମ୍ପିୟାଡରେ ମିଳିଥିବା ଏକ ସତରଞ୍ଜ ସେଟ ସାମିଲ ହୋଇଛି । ଏହି ମଧୁବେନି ପେଣ୍ଟିଂରେ କରୋନା ମହାମାରୀ ସମୟର ଦୁଃଖ ଓ ମହାମାରୀ ବିରୋଧରେ ଟିକାକରଣକୁ ଚିତ୍ରିତ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri