Posted inଜାତୀୟ

ଡିସେମ୍ବର ୩୦ରେ ଅଯୋଧ୍ୟାରେ ଅମୃତ ଭାରତ ଏକ୍ସପ୍ରେସ ଲଞ୍ଚ୍‌ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରେଲଓ୍ବକୁ ଏକ ନୂଆ ରୂପ ଏବଂ ଗତି ଦେଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ପରେ ବର୍ତ୍ତମାନ ଅମୃତ ଭାରତ ଏକ୍ସପ୍ରେସ ଟ୍ରାକରେ ଚାଲିବାକୁ ପ୍ରସ୍ତୁତ ଅଛି। ଡିସେମ୍ବର ୩୦ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ଦେଶକୁ ଉତ୍ସର୍ଗ କରିବେ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଅମୃତ ଭାରତ ଟ୍ରେନ ର଼୍ୟାକ ଯାଞ୍ଚ କରିଛନ୍ତି। ରେଳ ମନ୍ତ୍ରୀ ଅମୃତ ଭାରତ ଟ୍ରେନରେ ବ୍ୟବହୃତ ଆଧୁନିକ ଏବଂ ଉନ୍ନତ ଜ୍ଞାନକୌଶଳକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଅମୃତ ଭାରତ ଟ୍ରେନ ପୁସ-ପୁଲ ଟେକ୍ନୋଲୋଜି ଉପରେ ଆଧାରିତ। ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ୟୁପିର ଅଯୋଧ୍ୟା ଠାରୁ ବିହାରର ଦରଭଙ୍ଗା ଏବଂ ଦ୍ୱିତୀୟଟି ବେଙ୍ଗାଲୁରୁରୁ ମାଲଦା ପର୍ଯ୍ୟନ୍ତ ଚଳାଚଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

ସଞ୍ଜୀବ ଆରୋରା କିଏ? ଇଡି ହେପାଜତରେ ରିଅଲ ଇଷ୍ଟେଟ ଜଗତର ‘ମୁକୁଟହୀନ ସମ୍ରାଟ’ – ତାଙ୍କ ଗିରଫଦାରୀର କାରଣ ଜାଣନ୍ତୁ

ଚଣ୍ଡିଗଡ଼,୯।୫: ପଞ୍ଜାବର ସ୍ଥାନୀୟ ସରକାର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଏକ ଦଳ ଆରୋରାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri