ବିଶ୍ୱକପ ୨୦୨୩ ଫାଇନାଲ: ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅହମ୍ମଦାବାଦ,୧୭।୧୧: ଚାଲିଥିବା ୨୦୨୩ କ୍ରିକେଟ୍ ବିଶ୍ୱକପ୍ ର ଫାଇନାଲ୍ ମ୍ୟାଚରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ହେବାକୁ ଯାଉଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଣ୍ଣାୟକ ମୁକାବିଲାରେ ଯୋଗଦେବେ ଏବଂ ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏହି ମ୍ୟାଚରେ ଯୋଗଦେବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ନିମନ୍ତ୍ରଣ କରାଯାଇଛି। ଏବେ ଖବର ଆସିଛି ଯେ, ମ୍ୟାଚ ଶେଷରେ ବିଜେତା ଟିମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରଫି ପ୍ରଦାନ କରିପାରନ୍ତି।

୨୦୦୩ ପରେ ଦ୍ୱିତୀୟ ଥର ଦୁଇ ଟିମ୍ ବିଶ୍ୱକପ ଫାଇନାଲରେ ଭେଟାଭେଟି ହେବେ। ୨୦ ବର୍ଷ ତଳେ ଭାରତ ହାରି ହାଇଥିବା ବେଳେ ଚଳିତ ଥର ଏହାର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ। ସେ ସମୟରେ ଷୌଭ ଗାଙ୍ଗୁଲି ଭାରତର ଅଧିନାୟକ ଥିବା ବେଳେ ରିକି ପଣ୍ଟିଂ ଅଷ୍ଟ୍ରେଲିଆର ନେତୃତ୍ୱ ନେଉଥିଲେ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ହରାଇ ଫାଇନାଲରେ ପହଞ୍ଚିଥିଲା। ଅନ୍ୟପଟେ ପ୍ୟାଟ କମିନ୍ସଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ଫାଇନାଲ ଆସିଛି। ଫାଇନାଲ ପୂର୍ବରୁ ଦୁଇ ଦଳ ଲିଗ ପର୍ଯ୍ୟାୟରେ ଚେନ୍ନାଇର ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱକପ୍‌ର ପଞ୍ଚମ ଗେମ୍‌ରେ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୬ ୱିକେଟରେ ପରାସ୍ତ କରିଥିଲା।

 

Share