ଭେଣ୍ଟିଲେଟର୍‌ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୧୧: ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍‌ କରିଥିବା ଲୋକ ଗାୟିକଙ୍କ ପୁଅ ଅଂଶୁମାନ ସିହ୍ନା ଏହି ସୂଚନା ଦେଇଛନ୍ତି। ତାଙ୍କ ମା’ ଭେଣ୍ଟିଲେଟରରେ ଥିବା ସେ କହିଛନ୍ତି।

ଲୋକଙ୍କୁ ନିବେଦନ କରି ଅଂଶୁମାନ କହିଛନ୍ତି, ଏକ ବଡ ଯୁଦ୍ଧ ମୋ ମା’ ଲଢୁଛନ୍ତି ଏବଂ ଏହା କଷ୍ଟସାଧ୍ୟ, ବହୁତ କଷ୍ଟକର। କେବଳ ପ୍ରାର୍ଥନା କରନ୍ତୁ ଯେ ସେ ଯୁଦ୍ଧରୁ ବାହାରି ପାରିବେ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କ ସହ ଫୋନରେ କଥା ହୋଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଗାୟିକା ଶାରଦା ସିହ୍ନାଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ତାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କୁ ଫୋନ କରିଥିଲେ ଏବଂ ତାଙ୍କ ଚିକିତ୍ସା ପାଇଁ ସମସ୍ତ ସାହାଯ୍ୟ ନିଶ୍ଚିତ କରିଥିଲେ।

ସଙ୍ଗୀତରେ ତାଙ୍କର ଅବଦାନ ପାଇଁ ଶାରଦା ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ୧୯୮୦ରେ ଅଲ ଇଣ୍ଡିଆ ରେଡିଓ ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ଖୁବ ଶୀଘ୍ର ତାଙ୍କର ଶକ୍ତିଶାଳୀ ସ୍ବର ପାଇଁ ସାରା ଦେଶରେ ପରିଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ବାଦର କାଉଣ୍ଟଡାଉନ ଆରମ୍ଭ! ଇରାନ ଆଡକୁ ଆଉ ଏକ ସାମରିକ ନୌବାହିନୀ ପଠାଇଲା ଆମେରିକା, ଟ୍ରମ୍ପ କହିଲେ…

ଓ୍ବାଶିଂଟନ୍‌,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ବିଶାଳ ଆମେରିକୀୟ ନୌସେନା…

ହଠାତ୍‌ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ କାହିଁକି ସନ୍ନ୍ୟାସ ନେଲେ ଅରିଜିତ? ଅସଲ କାରଣ ଖୋଲି କହିଦେଲେ ଗାୟକ

ମୁମ୍ବାଇ: ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍‌ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି। କେହି କଳ୍ପନା କରିନଥିଲେ…

ଆଜି ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ: ଜାଣନ୍ତୁ କେତେଟାରୁ…

ପୁରୀ,୨୬ା୧(ଅଜିତ୍‌ କୁମାର ମହାନ୍ତି):ମାଘ ଶୁକ୍ଳପକ୍ଷ ଦଶମୀ ତିଥି ବୁଧବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ସନ୍ଧ୍ୟା ୬ଟାରୁ…

ଏକୁଟିଆ ପଡ଼ିଗଲେ ଟ୍ରମ୍ପ, ଭାରତ ହେବ ନୂଆ କିଙ୍ଗ୍‌! ହେବାକୁ ଯାଉଛି ବଡ଼ ଚୁକ୍ତି

ନୂଆଦିଲ୍ଲୀ,୨୮।୧: ବିଶ୍ୱ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜନୀତି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାବାଦୀ ନୀତି, ଉଚ୍ଚ ଶୁଳ୍କ ଏବଂ ଅନିଶ୍ଚିତ…

ଗୋଟିଏ ଲାଇଭ ଶୋ ପାଇଁ ନିଅନ୍ତି କୋଟି କୋଟି ଟଙ୍କା, ଅରିଜିତ ସିଂଙ୍କ ସମ୍ପତ୍ତି ମୂଲ୍ୟ ଜାଣିଲେ…

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ ଗାୟକ ଅରିଜିତ ସିଂ ଅନେକ ଫିଲ୍ମରେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ଯେକୌଣସି ଗୀତକୁ କିପରି ଜୀବନ୍ତ କରିବେ ତାହା…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଗଣତନ୍ତ୍ରରେ ବ୍ୟକ୍ତିତନ୍ତ୍ର

ଗଣତନ୍ତ୍ରରେ ବ୍ୟକ୍ତିର ନିଜସ୍ବ ମତ ଉପସ୍ଥାପନ କରିବାର ସୁଯୋଗ ଥାଏ କିନ୍ତୁ ସଂଖ୍ୟାଗରିଷ୍ଠ ମତକୁ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିଥାଏ। ସ୍ବେଚ୍ଛାଚାରିତାର ସ୍ଥାନ ନାହିଁ କି ବ୍ୟକ୍ତିବାଦିତାକୁ…

ୟୁଜିସି ବିବାଦକୁ ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ କ୍ୟାମ୍ପସ୍‌ରେ…

ନୂଆଦିଲ୍ଲୀ,୨୮।୧: ୟୁଜିସି ଗାଇଡ୍‌ଲାଇନ୍‌କୁ ନେଇ ବିବାଦ ସୃଷ୍ଟିହେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କ୍ୟାମ୍ପସ୍‌ରେ ଜାତିଗତ ଭେଦଭାବ ଦୂରକରିବା ପାଇଁ ଜାରି ନିୟମର ଦୁରୁପଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri