ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ ଜାଳି ଆଲୋକ ପାଇଲା। ଗୁମ୍ଫା ମୁହଁରେ ନିଆଁ ଜାଳି ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା ପାଇଲା। ଶୀତ ଦାଉରୁ ନିଜକୁ ରକ୍ଷା କଲା। ମଶାଲ ପ୍ରଦୀପ ଭଳି କାମ କଲା। ୧୮୮୦ରେ ଥୋମାସ ଏଡିସନଙ୍କ ଟଙ୍ଗଷ୍ଟେନ ବଲ୍‌ବ ଦିନରାତି ମଧ୍ୟରେ ପାର୍ଥକ୍ୟକୁ ଦୂରକଲା। ଅସ୍ତଗାମୀ ସୂର୍ଯ୍ୟର ହଳଦିଆ ଆଲୋକକୁ ଅନୁଭବ କରି ମଣିଷ ଧୀରେ ଧୀରେ ଭବିଷ୍ୟତ ପାଇଁ ବିଦ୍ୟୁତ୍‌ ସଞ୍ଚୟ ଆରମ୍ଭ କଲା। ଫ୍ଲୋରୋସେଣ୍ଟ ବିଜୁଳି ବତି, ମରକ୍ୟୁରି ବତି, ତା’ପରେ ସୋଡିୟମ ବାଷ୍ପଦିଆ ବତି, ଆଜି ଦୁଧିଆ ଆଲୋକ ଏବଂ ସ୍ବଳ୍ପ ବିଦ୍ୟୁତ୍‌ ଶକ୍ତି ଅପଚୟ ପାଇଁ ଏଲ୍‌ଇଡି ବତି ପାଖରେ ଆମେ ଆସି ପହଞ୍ଚିଛୁ।
ଏହି ଆଲୋକ ବିଳମ୍ବିତ ରାତିର ଅନ୍ଧାରରେ ଯଦିଓ ଆମ କାମ କରିବା ସହଜ କରିଦେଇଛି କିନ୍ତୁ ଅଜାଣତରେ ଏହା ବିପଦ ବଢାଇ ଚାଲିଛି। କୃତ୍ରିମ ଆଲୋକ ରୂପରେ ଆସୁଥିବା ଏହି ସମସ୍ୟା ଆଲୋକ ପ୍ରଦୂଷଣ ତଥା ଫୋଟନ ପ୍ରଦୂଷଣର ନାମ ପାଇଛି।

୧୯୯୨ରୁ ୨୦୧୭ ମଧ୍ୟରେ ଏହି କୃତ୍ରିମ ଆଲୋକ ବିଶ୍ୱରେ ପ୍ରାୟ ୪୯ ପ୍ରତିଶତ ବୃଦ୍ଧି ପାଇଥିଲା। କେତେକ କ୍ଷେତ୍ରରେ ଏହା ୪୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବର୍ତ୍ତମାନ ପୃଥିବୀ ତାହାର ସର୍ବୋଚ୍ଚ ଆଲୋକିତ ସ୍ତରରେ ପହଞ୍ଚିଛି। ଅଧିକାଂଶ ବଡବଡ ନଗରୀରେ ରାତି କେତେବେଳେ ଆସୁଛି ତାହା ଜଣା ପଡୁନାହିଁ। ଆଲୋକର ବିଭିନ୍ନ ଉତ୍ସ ସେହି ସହର ତଥା ନଗରୀର ଅନ୍ଧକାରକୁ ଢାଙ୍କି ଚାଲିଛି। ତଥ୍ୟ ଅନୁସାରେ ଏହି ଆଚ୍ଛାଦିତ ଆଲୋକ ହେତୁ ଅର୍ଥାତ୍‌ ଅନ୍ଧକାର ଅଭାବରୁ ଅଶୀ ପ୍ରତିଶତରୁ ଊଦ୍ଧର୍‌ବ ଲୋକ ଆଲୋକ ପ୍ରଦୂଷଣର ଶିକାର ହୋଇଛନ୍ତି। ସମ ପରିମାଣର ଭୂଭାଗ ଆଜି ପ୍ରଦୂଷଣର ବଳୟ ମଧ୍ୟକୁ ଚାଲିଯାଇଛି। ଆଲୋକ ପ୍ରଦୂଷଣର ଗୋଟିଏ ଦିଗ ହେଉଛି ସ୍କାଏ ଗ୍ଲୋ (ଆକାଶୀୟ ଚମକ)। ଏହି ଆକାଶୀୟ ଚମକ ଆକାଶରେ ଉଡିଯାଉଥିବା ପକ୍ଷୀମାନଙ୍କର ଗତି ପଥକୁ ପ୍ରଭାବିତ କରୁଛି। ଆଲୋକର ଅତିକ୍ରମଣ ହେତୁ ଫୋଟନ (ଆଲୋକ କଣିକା) ଏଣେତେଣେ ବିଚ୍ଛୁରିତ ହେବା (ଯାହା ଭେଣ୍ଟିଲେଟର ଓ ଝରକା ବାଟେ ଆସି ଆମ ଶୋଇବା ଏବଂ ସ୍ନାୟବିକ ତନ୍ତ୍ର ତଥା ମସ୍ତିଷ୍କକୁ ପ୍ରଭାବିତ କରିଥାଏ)ଦ୍ୱାରା ଆମ ଆଚରଣ ଏବଂ କାର୍ଯ୍ୟକ୍ଷମତା ପରିବର୍ତ୍ତିତ ହେଉଛି। ଅତ୍ୟଧିକ ଆଲୁଅ ଆମ ଦୃଷ୍ଟିଶକ୍ତିକୁ ଦୁର୍ବଳ କରୁଛି।

ଆଲୋକ ପ୍ରଦୂଷଣ ସାଂସ୍କୃତିକ ହାନି ମଧ୍ୟ ଘଟାଉଛି। ଏହି କାରଣରୁ ଆମେ ନିଜ ପିଲାଦିନର ସ୍ବପ୍ନ, କଳ୍ପନା, ଘଟଣା ଜାଣିବା ଏବଂ ବୁଝିବା ଭୁଲିଯାଉଛୁ। ମୋଟାମୋଟି ଭାବେ ଏହା ଆମ ସ୍ମୃତିଶକ୍ତିକୁ ଦୁର୍ବଳ କରୁଛି। ରାତିରେ ଦିନର ଭ୍ରମ ସୃଷ୍ଟି ହେଉଛି। ଫଳସ୍ବରୂପ ଆମ ଜୀବନଚକ୍ର ପ୍ରଭାବିତ ହେଉଛି। ରାତିରେ ଜାଗ୍ରତ ଅର୍ଥାତ୍‌ ଅନିଦ୍ରା ରହିବାର କ୍ଷମତା ବୃଦ୍ଧି ପାଉଛି। ତେଣୁ ଶୀଘ୍ର ଶଯ୍ୟା ତ୍ୟାଗ କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଉଛି। ଆଜି ସୂର୍ଯ୍ୟଙ୍କ କିରଣ ବଢି ଚାଲିବା ପରେ ଆମ ନିଦ ଭାଙ୍ଗୁଛି। ରାତିର ଖଣ୍ଡିତ ନିଦ କର୍କଟ ଏବଂ ହୃଦୟ ରୋଗ ବଢାଉଛି। ମନୁଷ୍ୟଙ୍କ ଭଳି ପଶୁପକ୍ଷୀଙ୍କ ନିଦ୍ରିତ ଯିବା ଓ ଉଠିବା ସମୟରେ ଅନ୍ତର ଦେଖାଦେଇଛି। ଅଧ୍ୟୟନରୁ ଜଣାପଡିଛି ଯେ, ଆଲୋକ ପ୍ରଦୂଷଣ ରଙ୍ଗ ଓ ତୀବ୍ରତାରେ ପରିବର୍ତ୍ତନ ଆଣିଛି। ଏଥିଯୋଗୁ ଗତ କିଛି ଦଶନ୍ଧି ମଧ୍ୟରେ ଜୀବଜନ୍ତୁଙ୍କ ଦୃଷ୍ଟିଶକ୍ତିରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଆସିଛି। ପୂର୍ବେ ସଞ୍ଜ ହେଉ ହେଉ ଅନ୍ଧାର ଭାସି ଆସିବା ମାତ୍ରେ କୀଟପତଙ୍ଗ ଓ ପୋକଯୋକମାନେ ଲୁଚି ଯାଉଥିଲେ। ଶବ୍ଦ ଦ୍ବାରା ନିଜ ଉପସ୍ଥିତି ଦର୍ଶାଉଥିଲେ। ସମ୍ପ୍ରତି ଆଲୋକ ପ୍ରଦୂଷଣ କାରଣରୁ ଆଲୋକ ପ୍ରତି ଆକର୍ଷିତ ହୋଇ କୀଟପତଙ୍ଗମାନେ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି।

ଗବେଷକମାନେ କୀଟପତଙ୍ଗ ଏବଂ ସେମାନଙ୍କୁ ଶିକାର କରୁଥିବା ପକ୍ଷୀମାନଙ୍କର ଦୃଷ୍ଟିଶକ୍ତି ଉପରେ ଆଲୋକର ପ୍ରଭାବକୁ ଅନୁସନ୍ଧାନ କରି ଜାଣିବାକୁ ପାଇଛନ୍ତି ଯେ ଶିକାର ଏବଂ ଶିକାରୀଙ୍କ ମଧ୍ୟରେ ସମ୍ବନ୍ଧ ବଦଳି ଚାଲିଛି। ଅନ୍ଧକାରର ଅନୁଭବ ବିନା ପେଚା ନିଜ ଶିକାରକୁ ଧରି ପାରେନାହିଁ। ବର୍ତ୍ତମାନ ଅତ୍ୟଧିକ ଆଲୋକ ହେତୁ ପେଚା ଶବ୍ଦ ତରଙ୍ଗ ସାହାଯ୍ୟରେ ଶିକାର ପାଖରେ ପହଞ୍ଚିବାରେ ସକ୍ଷମ ହୋଇପାରୁନି। ଦିନର ଭ୍ରମରେ ପୁରୁଷ କୀଟମାନଙ୍କର ପ୍ରଜନନ ପଦ୍ଧତି ମଧ୍ୟ ବଦଳି ଚାଲିଛି। ଚନ୍ଦ୍ର-ତାରା ଆଲୁଅର ଅନ୍ଧାର ରାତି ସାମୁଦ୍ରିକ ଜୀବଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବରେ କାର୍ଯ୍ୟ କରିଥାଏ। ଏହା ସେମାନଙ୍କୁ ଦିଗ ନିର୍ଣ୍ଣୟରେ ସହାୟକ ହୋଇଥାଏ। ଆଜିର କୃତ୍ରିମ ଆଲୋକ ସେମାନଙ୍କ ଦୃଷ୍ଟିଶକ୍ତିକୁ ମଳିନ କରିଦେଉଛି। ଫଳତଃ ସାମୁଦ୍ରିକ ଜୀବମାନେ ଦିଗହରା ହୋଇ ପଥଚ୍ୟୁତ ହେଉଛନ୍ତି। ଆଲୋକ ପ୍ରଦୂଷଣର କୁପ୍ରଭାବ ସବୁଜ ଉଦ୍ଭିଦ ଉପରେ ମଧ୍ୟ ପଡୁଛି। ଉଦ୍ଭିଦଗୁଡିକ କୃତ୍ରିମ ଆଲୋକର ଉପସ୍ଥିତି ଦ୍ୱାରା ଭ୍ରମିତ ହେଉଛନ୍ତି। ଗଛ ବଢିବା, ଫୁଲ ଫୁଟିବା, ଫୁଲରୁ ଫଳ ହେବା, ପତ୍ର ଝଡିବା ଏବଂ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତି ସକାଶେ ଉଦ୍ଭିଦ ଜଗତକୁ ଆଲୋକର ଉପସ୍ଥିତି ନିହାତି ଆବଶ୍ୟକ। କିନ୍ତୁ କୃତ୍ରିମ ଆଲୋକ ଉଦ୍ଭିଦ ଜଗତ ପାଇଁ ବିପଦ ବଢାଉଛି। ବିଜୁଳି ଆଲୁଅ ପାଉଥିବା ରାସ୍ତା ପାଶର୍‌ବସ୍ଥ ବିଲରେ ଧାନଗଛ ଭଲ ବଢି ପାରୁ ନ ଥିବା ଏବଂ ଅନ୍ୟ ବିଲ ତୁଳନାରେ ଏହି ବିଲରେ ଅପେକ୍ଷାକୃତ କମ ଫସଲ ଅମଳ ଦେଉଥିବା ଖବର ଗତବର୍ଷ ପ୍ରକାଶ ପାଇଥିଲା। ଏହା ଉପରେ ଅଧିକ ଗବେଷଣା ଜରୁରୀ। ଅତ୍ୟଧିକ ଆଲୋକ ଦିବାରାତ୍ରର ସମ୍ବେଦନଶୀଳ ସନ୍ତୁଳନକୁ ବିଗାଡି ଚାଲିଛି। ଯାହା ଉଭୟ ଉଦ୍ଭିଦ ଏବଂ ପ୍ରାଣୀଙ୍କ ଶାରୀରିକ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପକାଉଛି। ମାନବ ସମାଜ ସମେତ ସମଗ୍ର ପରିସଂସ୍ଥା ଏହାର ଶିକାର ସାଜିଛି।

ଅନ୍ୟ ପ୍ରଦୂଷଣ ଭଳି ଆଲୋକ ପ୍ରଦୂଷଣ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ପଲିଥିନ ଏବଂ ରାସାୟନିକ ପ୍ରଦୂଷଣ ଭଳି ଏହା ବିପଜ୍ଜନକ । ରାସ୍ତାଘାଟ ଆଲୋକିତ ପାଇଁ ବ୍ୟବହୃତ ହେଉଥିବା ଆଲୋକର କଣିକା ଫୋଟନ ଅଜାଣତରେ ଆଖପାଖ ଅଞ୍ଚଳକୁ ବିଚ୍ଛୁରିତ ହୋଇ ଉଦ୍ଭିଦଙ୍କଠାରୁ ଆରମ୍ଭ କରି ଶୀର୍ଷ ସ୍ତରର ପ୍ରାଣୀଙ୍କ ପର୍ଯ୍ୟନ୍ତ ସ୍ଥାନୀୟ ପରିବେଶର ସମସ୍ତ କାରକକୁ ପ୍ରଭାବିତ କରୁଛି। ଆମେ ଅନ୍ୟ ପ୍ରଦୂଷଣ ହ୍ରାସ ପାଇଁ ଯେପରି କାର୍ଯ୍ୟ କରୁଛୁ ବର୍ତ୍ତମାନ ଆଲୋକ ପ୍ରଦୂଷଣ ହ୍ରାସ ପାଇଁ ସେଭଳି କାର୍ଯ୍ୟ କରିବାକୁ ବିଭିନ୍ନ ବିକଳ୍ପ ଖୋଜିବାର ଆବଶ୍ୟକତା ରହିଛି।

ବୈପାରୀଗୁଡ଼ା, କୋରାପୁଟ,
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗୋଚରରେ ୫ ରାଶିଙ୍କୁ ଅପାର ଲାଭ; ଅଚାନକ ମିଳିବ ଟଙ୍କା, ଗାଡ଼-ଘର କିଣିବେ…

ସୂର୍ଯ୍ୟ ଉତ୍ତରାଫାଲ୍ଗୁନୀ ନକ୍ଷତ୍ରରେ ୨୭ ସେପ୍ଟେମ୍ୱର ପର୍ଯ୍ୟନ୍ତ ରହିବେ। ଏହା ପରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟ ଗ୍ରହଙ୍କର ଏହି ନକ୍ଷତ୍ର ଚଳନ ଯୋଗୁଁ ଅନେକ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

‘ଗାଡ଼ି ଗଭୀର ଖାଲ ଆଡ଼କୁ ମାଡ଼ିଚାଲିଛି; ବ୍ରେକ ଲଗାଇବାର ସମୟ ଆସିଯାଇଛି’ AIକୁ ନେଇ ଆମେରିକୀୟ ଆଇନ ପ୍ରଣେତାଙ୍କ ଚେତାବନୀ

ଓ୍ବାଶିଂଟନ,୧୩।୯: ଆମେରିକାର ସିନେଟର ବର୍ନି ସାଣ୍ଡର୍ସ ରବିବାର କହିଛନ୍ତି ଯେ AI (କୃତ୍ରିମ ବୁଦ୍ଧିମତ୍ତା) ବିକାଶର ଗତି ମନ୍ଥର କରିବା ପାଇଁ ଡାରିଓ ଆମୋଡେଇ, ସାମ ଅଲ୍ଟମ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?