Posted inଜାତୀୟ

Video: ତାମିଲନାଡୁ ମନ୍ଦିରରେ ଗଜରାଜଙ୍କଠାରୁ ଆଶୀର୍ବାଦ ଲୋଡ଼ିଲେ ପ୍ରଧାନମନ୍ତ୍ରୀ, ଖୁଆଇଲେ ଗୁଡ଼

ନୂଆଦିଲ୍ଲୀ,୨୦।୧: ଶନିବାର ତିରୁଚିରାପଲ୍ଲୀରେ ତାମିଲନାଡୁର ରଙ୍ଗନାଥସ୍ୱାମୀ ମନ୍ଦିର ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହାତୀଠାରୁ ଆଶୀର୍ବାଦ ଲୋଡିଛନ୍ତି। ହାତୀର ପ୍ରଧାନମନ୍ତ୍ରୀଙ୍କୁ ତାର ଶୁଣ୍ଢରେ ଆଶୀର୍ବାଦ ଦେଉଥିବା ଏକ ଫଟୋ ଇଣ୍ଟରନେଟରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦି ଏକ ଧଳା ରଙ୍ଗର ଧୋତି ପାରମ୍ପରିକ ତାମିଲ ବେଶ ପୋଷାକରେ ଭଗବାନ ବିଷ୍ଣୁ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାପରେ ମନ୍ଦିରରେ ଥିବା ହାତୀକୁ ଖାଇବାକୁ ଦେବା ସହ ଆଶୀର୍ବାଦ ନେଇଥିଲେ।

ରଙ୍ଗନାଥସ୍ୱାମୀଙ୍କୁ ପ୍ରାର୍ଥନା ପରେ ମନ୍ଦିର ପୁରୋହିତମାନେ ‘ସଦାରୀ’ (ମୁକୁଟ, ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦର ପ୍ରତୀକ) ରେ ଆଶୀର୍ବାଦ ସ୍ୱରୂଅ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

ଶ୍ରୀରଙ୍ଗମ୍ ମନ୍ଦିର ଏକ ଦ୍ୱୀପରେ, କାବେରୀ ଏବଂ କୋଲିଡାମ ନଦୀଗୁଡ଼ିକର ମିଳନ ସ୍ଥଳରେ ଅବସ୍ଥିତ। ପ୍ରାରମ୍ଭ ଏବଂ ପରବର୍ତ୍ତୀ ଚୋଳ, ପାଣ୍ଡ୍ୟ, ହୋୟସାଳ ଏବଂ ବିଜୟନାଗର ସାମ୍ରାଜ୍ୟ ଏହି ମହାନ ମନ୍ଦିର ନିର୍ମାଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗମନକୁ ନେଇ ମନ୍ଦିରର ମୁଖ୍ୟ ପୁରୋହିତ ସୁନ୍ଦର ଭଟ୍ଟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ରଙ୍ଗନାଥସ୍ୱାମୀ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନରେ ସମସ୍ତ ଭକ୍ତ ବହୁତ ଖୁସି ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗମନରେ ଭଗବାନ ରଙ୍ଗନାଥସ୍ୱାମୀ ମଧ୍ୟ ଖୁସି ଅଛନ୍ତି। ଆମର ପ୍ରଧାନମନ୍ତ୍ରୀ ସମସ୍ତଙ୍କ କଲ୍ୟାଣ ପାଇଁ ଚିନ୍ତା କରନ୍ତି ଏବଂ ରଙ୍ଗନାଥ ମଧ୍ୟ ସମସ୍ତଙ୍କ କଲ୍ୟାଣ ବିଷୟରେ ଚିନ୍ତା କରନ୍ତି। ତେଣୁ ଏହା ଶ୍ରୀରଙ୍ଗମଙ୍କ ପାଇଁ ଏକ ଆଶୀର୍ବାଦ ସୁଯୋଗ ଅଟେ। ଏହାପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଶ୍ରୀରଙ୍ଗମରେ ପାଦ ରଖି ନଥିଲେ। ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଏଠାକୁ ଆସିଛନ୍ତି। ତାଙ୍କୁ ଏଠାରେ ପାଇ ଆମେ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ୍‌ର ସମନ

ନୂଆଦିଲ୍ଲୀ,୨୯ା୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସ...

ଭାଇରାଲ ହେଉଛି ଶାହାଙ୍କ ଫେକ୍‌ ଭିଡ଼ିଓ, ରେଭନ୍ଥ ରେଡ୍ଡୀଙ୍କୁ ସମନ ପଠାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୨୯ା୪ : ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଏକ ଜାଲିଆତି ଭିଡିଓ ସହ ସମ୍ପୃକ୍ତି ଅଭିଯୋଗରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେଭନ୍ଥ ରେଡ୍ଡୀଙ୍କୁ ଦିଲ୍ଲୀ...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଅମିତ ଶାହଙ୍କ ହେଲିକପ୍ଟର

ନୂଆଦିଲ୍ଲୀ,୨୯।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ହେଲିକପ୍ଟର ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ବିହାରର ବେଗୁସରାଇକୁ ଉଡ଼ାଣ ଭରୁଥିବାବେଳେ ହେଲିକପ୍ଟରଟି ଭାରସାମ୍ୟ ହରାଇଥିଲା। ତେବେ...

ସେମାନେ ମୋ ଗୃହମନ୍ତ୍ରୀଙ୍କୁ ଜେଲରେ ପୂରାଇଥିଲେ, ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯।୪: ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଦୁଇଟି ପର୍ଯ୍ୟାୟ ମତଦାନ ହୋଇସାରିଛି। ଏହି ସମୟରେ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ,...

ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ, ଏବେ ଏହି ଦିନ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୯।୪: ଚଳିତ ବର୍ଷ ହେବାକୁ ଥିବା ୟୁଜିସି ନେଟ୍‌ ପରୀକ୍ଷା ତାରିଖ ପରିବର୍ତ୍ତନ କରାଯାଇଛି । ଏହି ପରୀକ୍ଷା ବର୍ତ୍ତମାନ ଜୁନ ୧୮ରେ ହେବ। ଏନେଇ...

ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟଙ୍କୁ ସପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୪: ସୋମବାର (ଏପ୍ରିଲ ୨୯, ୨୦୨୪) ସୁପ୍ରିମକୋର୍ଟ ହେଟ ସ୍ପିଚ ମାମଲାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ ଆଶ୍ୱସ୍ତି ପ୍ରଦାନ କରଛନ୍ତି। କୋର୍ଟ କହିଛନ୍ତି...

ମୁଁ କଂଗ୍ରେସର ଉଦ୍ଦେଶ୍ୟ ପୂରଣ ହେବାକୁ ଦେବି ନାହିଁ: କର୍ନାଟକରେ ଗର୍ଜିଲେ ମୋଦି

ବେଙ୍ଗାଲୁରୁ,୨୯।୪: ସଂରକ୍ଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କର୍ନାଟକରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri