Posted inଜାତୀୟ

କାଠଗଡ଼ାରେ ପିଏମ୍‌ କେୟାର୍ସ

ନୂଆଦିଲ୍ଲୀ,୧୭ା୧୨ :ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଫଣ୍ଡ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏଶନ୍ସ ବା ଜରୁରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଉପଶମ ପାଣ୍ଠିକୁ ସଂକ୍ଷେପରେ ପିଏମ୍‌-କେୟାର୍ସ ଫଣ୍ଡ୍‌ କୁହାଯାଏ। କୋଭିଡ୍‌-୧୯ ମହାମାରୀ ଭାରତକୁ ଆସିବା ପରେ ୨୦୨୦ ମାର୍ଚ୍ଚ ୨୮ରେ ଏହି ପାଣ୍ଠି ଗଠନ କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପିଏମ୍‌ କେୟାର୍ସ ଫଣ୍ଡ୍‌ ଅର୍ଥ ବିନିଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ତେବେ ଉକ୍ତ ପାଣ୍ଠିକୁ ଅର୍ଥ ଦାନ କରୁଥିବା ବ୍ୟକ୍ତି, କମ୍ପାନୀ ବା ସଂସ୍ଥାଗୁଡ଼ିକର ନାମ ପ୍ରକାଶ କରାଯାଉ ନାହିଁ। ଏପରି କି ଏହାର ହିସାବ ମଧ୍ୟ ବେସରକାରୀ ଭାବେ ଅଡିଟ୍‌ ବା ସମୀକ୍ଷା କରାଯିବା ନେଇ ବ୍ୟବସ୍ଥା ରହିଛି। ଏଥିଯୋଗୁ ପିଏମ୍‌-କେୟାର୍ସ ଫଣ୍ଡ୍‌କୁ ଅର୍ଥ ଆଗମନ ଓ ତାକୁ ଖର୍ଚ୍ଚ କରିବାରେ ସ୍ବଚ୍ଛତା ଅବଲମ୍ବନ କରାଯାଉ ନାହିଁ ବୋଲି ସମାଲୋଚନା କରାଯାଇଥାଏ। ଅନ୍ୟପକ୍ଷେ କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି, ଏହା ଏକ ସରକାରୀ କର୍ତ୍ତୃପକ୍ଷ ନୁହେଁ। ତେଣୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ ଅଧୀନରେ ପିଏମ୍‌-କେୟାର୍ସ ଆସୁନାହିଁ। ଏପରି ବାହାନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ ଏହି ପାଣ୍ଠି ସମ୍ପର୍କରେ ତଥ୍ୟ ଦିଆଯାଉ ନ ଥିବାରୁ ବିରୋଧୀ ଦଳଗୁଡ଼ିକ ପିଏମ୍‌-କେୟାର୍ସକୁ ପ୍ରଶ୍ନ ଓ ସନ୍ଦେହର କାଠଗଡ଼ାରେ ଛିଡ଼ାକରାଇଛନ୍ତି। ସୁପ୍ରିମକୋର୍ଟ ସମେତ ବିଭିନ୍ନ ରାଜ୍ୟର ହାଇକୋର୍ଟଗୁଡ଼ିକରେ ଏହାର ସାମ୍ବିଧାନିକ ବୈଧତାକୁ ମଧ୍ୟ ଚ୍ୟାଲେଞ୍ଜ କରାଯାଇଛି। ଏଭଳି ସମୟରେ ଯେଉଁ ଦଲିଲ ବଳରେ ଟ୍ରଷ୍ଟ ଗଠନ କରାଯାଇଥିଲା, ସେନେଇ କେତେକ ତଥ୍ୟ ପଦାକୁ ଆସିଛି। ଉକ୍ତ ପାଣ୍ଠି ଉପରେ କେନ୍ଦ୍ର ଅଥବା କୌଣସି ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ଟ୍ରଷ୍ଟ ଡିଡ୍‌ ସ୍ପଷ୍ଟ କରିଛି।
କରୋନା ମୁକାବିଲା ଓ ଏଭଳି ମହାମାରୀ ସ୍ଥିତିରେ ସଙ୍କଟରୁ ମୁକ୍ତି ପାଇଁ ଗଠିତ ତଥା କର୍ପୋରେଟ୍‌ ଦାନରେ ପରିଚାଳିତ ପିଏମ୍‌-କେୟାର୍ସ ଫଣ୍ଡ୍‌ ପ୍ରକୃତରେ ସରକାରୀ ନା ଘରୋଇ ପାଣ୍ଠି? ଏହି ପ୍ରଶ୍ନକୁ ନେଇ ବିତର୍କ ଜାରି ରହିଥିବାବେଳେ ଉକ୍ତ ପାଣ୍ଠିର ସ୍ବଚ୍ଛତା ଓ କାର୍ଯ୍ୟକାରିତାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଉଛନ୍ତି। ଯଦି ଏହା ସରକାରୀ ନୁହେଁ, ତେବେ ଏଥିରେ ପ୍ରଧାନମନ୍ତ୍ରୀ ଓ ତାଙ୍କ କ୍ୟାବିନେଟର ୩ ବରିଷ୍ଠ ମନ୍ତ୍ରୀଙ୍କୁ କାହିଁକି ରଖାଯାଇଛି ବୋଲି ଅନେକେ ପ୍ରଶ୍ନ କରନ୍ତି। ଏହାକୁ ନେଇ ବିବାଦ ଥମୁ ନ ଥିବାବେଳେ କେତେକ ଜାତୀୟ ଗଣମାଧ୍ୟମ ସଂସ୍ଥା ଏହା ଉପରେ ପ୍ରଶ୍ନଚିହ୍ନ ଲଗାଇଛନ୍ତି। ଟ୍ରଷ୍ଟ ଦସ୍ତାବିଜର ଏକ ଧାରାରେ ପିଏମ୍‌ କେୟାର୍ସର ଘରୋଇ ଅସ୍ତିତ୍ୱ ସମ୍ପର୍କରେ ଉଲ୍ଲେଖ କରାଯାଇଥିବାବେଳେ ଏହାକୁ ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫ ଊର୍ଦ୍ଧ୍ୱରେ କାହିଁକି ରଖାଯାଇଛି ବୋଲି ପ୍ରଶ୍ନ କରାଯାଇଛି।
ପିଏମ୍‌-କେୟାର୍ସ ଟ୍ରଷ୍ଟ ଦିଲ୍ଲୀର ରାଜସ୍ବ ବିଭାଗରେ ପଞ୍ଜୀକରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍‌ କେୟାର୍ସର ଅଧ୍ୟକ୍ଷ ଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହି ଟ୍ରଷ୍ଟର ଟ୍ରଷ୍ଟି ରହିଛନ୍ତି। କିନ୍ତୁ ନିକଟରେ ଏହି ଫଣ୍ଡ୍‌ର ଓ୍ବେବ୍‌ସାଇଟ୍‌ରେ ଟ୍ରଷ୍ଟ ଦଲିଲ ସାର୍ବଜନୀନ କରାଯାଇଥିଲା। ଉକ୍ତ ଦଲିଲ ଅନୁସାରେ ଏହା ଏକ ସରକାରୀ ଟ୍ରଷ୍ଟ ନୁହେଁ। ଡିଡ୍‌ର ପଏଣ୍ଟ ୫.୩ କହୁଛି ଯେ, ଉକ୍ତ ଟ୍ରଷ୍ଟର କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ନିୟନ୍ତ୍ରଣ ନାହିଁ। ୨୦୦୦ ମାର୍ଚ୍ଚ ୨୭ରେ ଏହା ପଞ୍ଜୀକୃତ ହୋଇଥିବାବେଳେ ଦିନକ ପରେ ଅର୍ଥାତ୍‌ ୨୮ ତାରିଖରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ଏକ ମେମୋରେଣ୍ଡମ୍‌ ଜାରି କରିଥିଲା। କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) ରୂପେ ଉଭୟ ଘରୋଇ ଓ ସରକାରୀ କମ୍ପାନୀଗୁଡ଼ିକ ଦେଉଥିବା ଦାନ ଗ୍ରହଣ କରିବା ପାଇଁ ପିଏମ୍‌-କେୟାର୍ସ ଯୋଗ୍ୟ ବୋଲି ଏଥିରେ ଦର୍ଶାଯାଇଥିଲା। କମ୍ପାନୀ ଆକ୍ଟ କର୍ପୋରେଟ୍‌ ଦାନ ଗ୍ରହଣ କରିବାର ଯୋଗ୍ୟତାକୁ ଏଭଳି ଭାଷାରେ ନିରୂପଣ କରେ। ”ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ଫଣ୍ଡ୍‌ କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଅନ୍ୟ କୌଣସି ପାଣ୍ଠିକୁ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଉପଜାତି (ଏସ୍‌ଟି/ଏସ୍‌ଟି), ଅନ୍ୟ ପଛୁଆ ବର୍ଗ (ଓବିସି), ସଂଖ୍ୟାଲଘୁ ଓ ମହିଳାଙ୍କ କଲ୍ୟାଣ ପାଇଁ ରିଲିଫ୍‌ ଓ ଅର୍ଥ ଯୋଗାଯାଇ ପାରିବ।“
ଆର୍‌ଟିଆଇ ଜରିଆରେ ସୂଚନା ଅଧିକାର କର୍ମୀ ଅଞ୍ଜଳି ଭରଦ୍ୱାଜ ପାଇଥିବା ଦସ୍ତବିଜରୁ ଜଣାପଡ଼ିଛି ଯେ, କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ମାର୍ଚ୍ଚ ୨୮ରେ ଜାରି କରିଥିବା ଅଫିସ୍‌ ମେମୋରେଣ୍ଡମ୍‌ରେ ପିଏମ୍‌-କେୟାର୍ସକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଠନ କରାଯାଇଥିବା ଏକ ପାଣ୍ଠି ବୋଲି ଦର୍ଶାଯାଇଥିଲା। କିନ୍ତୁ ଏହାର ଦିନକ ପୂର୍ବରୁ ପଞ୍ଜୀକୃତ ଟ୍ରଷ୍ଟ ଡିଡ୍‌ରେ ଏହାକୁ ସରକାରଙ୍କ ଦ୍ୱାରା ପରିଚାଳିତ ପାଣ୍ଠି ନୁହେଁ ବୋଲି କୁହାଯାଇଥିଲା। ଏହି ଦୃଷ୍ଟିରୁ ଶିଳ୍ପ ସଂସ୍ଥାଗୁଡ଼ିକରୁ ଦାନ ଗ୍ରହଣ କରିବା ନେଇ ପିଏମ୍‌-କେୟାର୍ସର ଯୋଗ୍ୟତା ନ ଥିଲା। ଏହି ବିରୋଧାଭାସ ପ୍ରାୟ ୨ ମାସ ଧରି ଜାରି ରହିଥିଲା। ମେ ୨୬ ତାରିଖରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ ପିଏମ୍‌-କେୟାର୍ସ ଫଣ୍ଡ୍‌କୁ ମାର୍ଚ୍ଚ ୨୮ରୁ ପିଛିଲା ଭାବେ କମ୍ପାନୀ ଆଇନ ଦ୍ୱାରା ପରିଚାଳିତ ବୋଲି ଉଲ୍ଲେଖ କଲା। ଅଗଷ୍ଟ ୨୦ରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ ଟୁଇଟ୍‌ କରି ପ୍ରଶ୍ନ କରିଥିଲେ ଯେ, ଯଦି ଏହି ଫଣ୍ଡ୍‌ ଘରୋଇ ଭାବେ ପ୍ରତିଷ୍ଠିତ ଏକ ପାଣ୍ଠି ତେବେ ଦାନ ଅର୍ଥକୁ ସିଏସ୍‌ଆର୍‌ ନାମରେ କାହିଁକି ହିସାବ କରାଯାଉଛି? ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ କେତେକ ଗଣମାଧ୍ୟମ ସଂସ୍ଥା ଆର୍‌ଟିଆଇ ଆଇନ ବଳରେ ଉକ୍ତ ଟ୍ରଷ୍ଟ ଡିଡ୍‌ର ନକଲ ମାଗିଥିଲେ। ତେବେ ପିଏମ୍‌-କେୟାର୍ସ ଫଣ୍ଡ୍‌ ଏକ ସରକାରୀ ପାଣ୍ଠି ନୁହେଁ ବୋଲି ଦର୍ଶାଇ ପିଏମ୍‌ଓ ସେମାନଙ୍କ ଆବେଦନଗୁଡ଼ିକୁ ଖାରଜ କରି ଦେଇଥିଲା। ସେପ୍ଟେମ୍ବରରେ ସାର୍ବଜନୀନ କରାଯାଇଥିବା ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ ଅନୁସାରେ ପିଏମ୍‌-କେୟାର୍ସ ଫଣ୍ଡ ଗଠନ ହେବାର ୫ ଦିନ ମଧ୍ୟରେ ଏହାକୁ ୩,୦୭୬.୬୨ କୋଟି ଟଙ୍କା ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri